ବେଲଗୁଣ୍ଠା ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

ବେଲଗୁଣ୍ଠା// ବ୍ୟବସାୟର ପେଣ୍ଠସ୍ଥଳ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରେ ଜଗନ୍ନାଥ ପ୍ରସାଦ ରୋଡ଼ସ୍ଥିତ ବେଲଗୁଣ୍ଠା ବଣିକ ସଂଘର ସଙ୍ଘ କାର୍ଯ୍ୟାଳୟ ଠାରେ ଚଳିତ ବର୍ଷର ପ୍ରଥମ ମାସିକ ବୈଠକ ଅନୁଷ୍ଠିତ ହେବା ସହ ସଂଘର ନୂତନ କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଇଛି । ସଂଘ ସଭାପତି ସନତ କୁମାର ସୁବୁଦ୍ଧିଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ସଂଘର ଉନ୍ନତି କଳ୍ପେ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିବା ବେଳେ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସର୍ବସମ୍ମତ୍ତି କ୍ରମେ ସଭାପତି ଭାବେ ଦ୍ୱିତୀୟ ବର୍ଷ ପାଇଁ ସନତ କୁମାର ସୁବୁଦ୍ଧି ମନୋନୀତ ହୋଇଥିଲେ । ସେହିଭଳି ଉପସଭାପତି ଭାବେ ବରିଷ୍ଠ ସଭ୍ୟ ସୂର୍ଯ୍ୟନାରାୟଣ ତ୍ରିପାଠୀ , କୋଷାଧ୍ୟକ୍ଷ ଭାବେ ଗୁଣ୍ଡିଚା ପ୍ରସାଦ ବେହେରା , ସମ୍ପାଦକ ଭାବେ ସୁଦାମ ଚରଣ ତ୍ରିପାଠୀ ଏବଂ ସହସମ୍ପାଦକ ଭାବେ ସନ୍ତୋଷ କୁମାର ମହାରଣା ମନୋନୀତ ହୋଇଥିଲେ । ପୂର୍ବତନ ସଙ୍ଘ ସଭାପତି ତଥା ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁଙ୍କୁ ସଂଘର ଉପଦେଷ୍ଟା ଭାବେ ପୁନଃ ମନୋନୀତ କରାଯାଇଥିଲା । ନିର୍ବାଚନ ଅଧିକାରୀ ଭାବେ ଟି.ଶରତ ଚନ୍ଦ୍ର ପାତ୍ର ଏବଂ କେ.ଟ୍ରିପତି ବାଲାଜି ପାତ୍ର କାର୍ଯ୍ୟ ନିର୍ବାହ କରିଥିଲେ । ପରେ ସଂଘର ନୂତନ କର୍ମକର୍ତ୍ତାଙ୍କୁ ସଂଘର ଦୁଇ ନିର୍ବାଚନ ଅଧିକାରୀ ସଙ୍ଘ ନିୟମାନୁଯାୟୀ ଶପଥ ପାଠ କରାଇଥିଲେ । ବଣିକ ସଂଘର ଉନ୍ନତି ପାଇଁ ଆବଶ୍ୟକ ସମସ୍ତ କାର୍ଯ୍ୟପନ୍ଥା ପ୍ରାଥମିକତା ଭିତ୍ତିରେ ନିଆଯିବ ବୋଲି ନୂତନ କର୍ମକର୍ତ୍ତା ମାନେ ନିଜ ନିଜ ଅବିଭାଷଣରେ ପ୍ରକାଶ କରିଥିଲେ । ଏହି ବୈଠକରେ ସଙ୍ଘ ଉପଦେଷ୍ଟା ଚିନଂ.ଲିଙ୍ଗରାଜ ପାତ୍ର, ପୂର୍ବତନ ଉପସଭାପତି କେ.ଜିତେନ୍ଦ୍ର କୁମାର ସୁବୁଦ୍ଧି, ପ୍ରଭାତ କୁମାର ସାହୁ ପ୍ରମୁଖଙ୍କ ସହ ବଣିକ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ । ନୂତନ କର୍ମକର୍ତ୍ତାଙ୍କୁ ବେଲଗୁଣ୍ଠା ମିଡ଼ିଆ କ୍ଲବ ତରଫରୁ ଅଭିନନ୍ଦନ ଓ ଶୁଭେଛା ଜ୍ଞାପନ କରାଯାଇଛି ।

nis-ad
Leave A Reply

Your email address will not be published.