ପାଣି ପଞ୍ଚାୟତ ପକ୍ଷ ପାଳନ ଓ ରଥ ଉଦଘାଟନ…

ମାଲକାନଗିରି, ୧୬।୧ : ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଅଛି । ୨୦୨୪ ଜାନୁୟାରୀ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହା ସାରା ରାଜ୍ୟରେ ପାଳିତ ହେଉଅଛି। ଜଳ ପରିଚାଳନା କ୍ଷେତ୍ରରେ ପାଣି ପଂଚାୟତ ସଂଗଠନର ଗୁରୁତ୍ଵପୂର୍ଣ୍ଣ ଅବଦାନ ପାଇଁ ଏହାର ସମସ୍ତ ସଦସ୍ୟ ଓ କୃଷକ ଭାଇ ଓ ଭଉଣୀ ମାନଙ୍କୁ ସ୍ଵିକୃତୀ ଜଣାଇବା ନିମନ୍ତେ ଏହା ଏକ ସୁନ୍ଦର କାର୍ଯ୍ୟକ୍ରମ । ରାଜ୍ୟ ସରକାର ଜଳସେଚନ ଭିତ୍ତିଭୁମି ନିର୍ମାଣ ଦ୍ଵାରା ଅଧିକରୁ ଅଧିକ ଜମିକୁ ଜଳସେଚନ ସୁବିଧା କରିବା ସହିତ ପାଣି ପଞ୍ଚାୟତ ବ୍ୟବସ୍ଥାକୁ ମଧ୍ୟ ଆଇନଗତ ଭାବେ ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ନ୍ୟାୟ ସଙ୍ଗତ ଓ ସମାନତା ଭିତ୍ତିରେ ବିଭିନ୍ନ ଜଳ ବ୍ୟବହାରକାରୀଙ୍କ ମଧ୍ୟରେ ଜଳ ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ତିତ କରିବା, ଜଳସଂରକ୍ଷଣ, ଜଳ ପୁନଃ ବ୍ୟବହାର ସହିତ ଫସଲର ବିବିଧକରଣ ଜରିଆରେ ଅଧିକ ପ୍ରକାର ଫସଲ ଉତ୍ପାଦନ ପାଇଁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ର ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସାଧାରଣ ବିଭାଗର ତ୍ରିନାଥ ମାଝୀ ଏବଂ ରାଜସ୍ବ ବିଭାଗର ବେଦବର ପ୍ରଧାନ ଉପସ୍ଥିତ ରହି ପାଣି ପଂଚାୟତ ରଥକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶୁଭାରମ୍ଭ କରି ଥିଲେ । ଏହି ପାଣି ପଂଚାୟତ ରଥ ଜାନୁୟାରୀ ୧୬ ରୁ ୨୪ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାର ସମସ୍ତ ବୃହତ, ମଧ୍ୟମ, କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ ଗୁଡିକୁ ଯାଇ ମାନ୍ୟବର ମୁଖମନ୍ତ୍ରୀଙ୍କ ବାର୍ତ୍ତା ଓ ପାଣି ପଂଚାୟତର ଆଭିମୁଖ୍ୟର ପ୍ରଚାର ଓ ପ୍ରସାର କରିବ । ଏହି ରଥ ଯାତ୍ରା ଆସନ୍ତା ଜାନୁଆରୀ ୨୪ ତାରିଖରେ ଜିଲ୍ଳା ସଂସ୍କୃତି ଭବନ, ମାଲକାନଗିରିରେ ଜିଲ୍ଲା ସ୍ତରୀୟ ସମାରୋହ ପାଳନ ଅବସରରେ ସମାପନ ହେବ। ଏହି କାର୍ଯକ୍ରମକୁ ମାଲକାନଗିରି ଜିଲ୍ଲାର ବିଧାୟକ ପ୍ରତିନିଧି, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ପୋଟରୁ ଜଳ ସେଚନ ପ୍ରକଳ୍ପ, ବାଲିମେଳା ଅଧିକ୍ଷଣ ଯନ୍ତ୍ରୀ, ପୋଟେରୁ ଜଳସେଚନ ବିଭାଜନ, ବାଲିମେଳା, ଅଧିକ୍ଷଣ ଯନ୍ତ୍ରୀ, ମାଟି ବନ୍ଧ ଜଳସେଚନ ବିଭାଜନ, ଚିତ୍ରକୋଣ୍ଡା, ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଜନ, ମାଲକାନଗିରି, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ବୃହତ୍ତ ଉଠା ଜଳସେଚନ ବିଭାଜନ,ମାଲକାଗିରି ତଥା ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.