ଗଜପତିରେ ୨୮ଟି ବିଦ୍ୟାଳୟ ଉଦଘାଟିତ…

ଆର ଉଦୟଗିରି : ମୋହନା , ଚତୁର୍ଥ ପର୍ଯ୍ୟାୟ ୫ଟି ରୂପାନ୍ତରିତ ମାଧ୍ୟମରେ ଗଜପତି ଜ଼ିଲ୍ଲା ରେ ୨୮ଟି ବିଦ୍ୟାଳୟ କୁ ଭରଚୁଆଲ୍ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏଥି ଉପଲକ୍ଷେ ମୋହନା ବ୍ଲକ ଆଲିଗଣ୍ଡା ଗ୍ରାମ ସ୍ଥିତ ସିଏନ୍. ନିର୍ମଳା ବାଳିକା ହାଇସ୍କୁଲ ଠାରେ ଜ଼ିଲ୍ଲା ସ୍ତରୀୟ ଉଦଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରି ପରିବର୍ତ୍ତନରେ ସରକାର ଙ୍କ ଭୂମିକା ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଇଥିଲେ l ଜ଼ିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ୧୦ମ ଶ୍ରେଣୀ ଛାତ୍ରୀ ନିର୍ମଳା ପାଲ ବିଦ୍ୟାଳୟର ୫ଟି ରୂପାନ୍ତରିତ ସମ୍ପର୍କରେ ନିଜ ଅନୁଭୂତି ପ୍ରକାଶ କରିଥିଲେ l ପୂର୍ଵ ରୁ ତୃତୀୟ ପର୍ଯ୍ୟାୟ ସୁଦ୍ଧା ଜିଲ୍ଲା ର ୧୧୬ଟି ବିଦ୍ୟାଳୟ ୫ଟି ମାଧ୍ୟମରେ ରୂପାନ୍ତରିତ ହୋଇସାରିଛି l

nis-ad
Leave A Reply

Your email address will not be published.