୨୦ତମ ରାଜ୍ୟ ସ୍ତରୀୟ ରାଧାକୃଷ୍ନ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ବଲାଙ୍ଗିରକୁ ପରାସ୍ତ କରି ସମ୍ବଲପୁର ଚମ୍ପିୟାନ…

ଦେବଗଡ଼,୧୫ା୧: ରିଆମାଳ ବ୍ଲକ କଂଟାବାହାଳ ଗ୍ରାମ ପଂଚାୟତ ସଦର ମହକୁମାରେ ରାଧାକୃଷ୍ନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ୨୦ତମ ରାଜ୍ୟ ସ୍ତରୀୟ ରାଧାକୃଷ୍ନ କ୍ରିକେଟ ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ବଲାଙ୍ଗିରର ବିସିଏକୁ ୯ ଉଇକେଟରେ ପରାସ୍ତ କରି ସମ୍ବଲପୁରର ଏମ୍‌ଏମ୍‌ସିସି ଚମ୍ପିୟାନ ହୋଇଛି । ବଲାଙ୍ଗିରର ବିସିଏ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାସହ ୧୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୪୬ ରନ ସଂଗ୍ରହ କରିବାସହ ସମ୍ବଲପୁର ଏମ୍‌ଏମ୍‌ସିସି ଆଗରେ ୧୪୭ ରନର ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ସମ୍ବଲପୁର ଏମ୍‌ଏମ୍‌ସିସି ବ୍ୟାଟିଂ ଆରମ୍ଭ କରି ୧୨.୧ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ଆବଶ୍ୟକ ଲକ୍ଷ୍ୟ ପୁରଣ କରିବାସହ୯ ଓଇକେଟରେ ବିଜୟୀ ହୋଇଥିଲା । ଆଜିର ମ୍ୟାଚକୁ ଓଡିଶା କ୍ରିକେଟ ଏସୋସିଏସନ ଦ୍ୱାରା ସ୍ୱିକୃତୀ ପ୍ରାପ୍ତ ଅମ୍ପାୟାର କେ. ଇନ୍ଦ୍ରଜିତ ପ୍ରସାଦ ଓ ଦେବାଶିଷ ଗୁପ୍ତା ପରିଚାଳନା କରିଥିଲେ । ଅନୀଲ କୁମାର ନାୟକ ଓ ଅମୀୟ ସାହୁ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଳେ ଭାଷ୍ୟକାର ଭାବେ ପ୍ରଫୁଲ୍ଲ ପ୍ରଧାନ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ ।

ଆଜି ଅପରାହ୍ନରେ ଆୟୋଜକ ରାଧାକୃଷ୍ନ କ୍ରିକେଟ କ୍ଲବର ସଭାପତି ବିକାଶ କୁମାର ବେହେରାଙ୍କ ସବାପତିତ୍ୱରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଯୋଗଦେଇ ଚମ୍ପିୟାନ ସମ୍ବଲପୁରର ଏମ୍‌ଏମ୍‌ସିସିକୁ ଟ୍ରଫୀ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲା ଭାଜପା ସଭାପତି ଅରୁଣ କୁମାର ସାହୁ ଓ ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ଦାଶ ଯୋଗଦେଇ ରନର୍ସ ଅପ୍ ବଲାଙ୍ଗିରର ବିସିଏକୁ ଟ୍ରଫି ପ୍ରଦାନ କରିଥିବା ବେଳେ ଜିଲା କଂଗ୍ରେସ ସଭାପତି ସେମ୍ ହେମ୍ରମ ବଲାଙ୍ଗୀର ବିସିଏର ଖେଳାଳୀ ରାହୁଲ ଟପୋଙ୍କୁ ମ୍ୟାନ ଅଫ୍ ଦ ସିରିଜ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲା ସରପଂଚ ସଂଘର ସଭାପତି ତଥା ଓଡିଶା ସରପଂଚ ମହାସଂଘର ମୂଖ୍ୟ ଉପଦେଷ୍ଟା ସତ୍ୟ ନାରାୟଣ ପାଣି, ଜିଲା ପରିଷଦ ସଦସ୍ୟା ଗୀତାଞ୍ଜଳି ପାଣି,ଜିଲା ବିଜେଡି ସଭାପତି ଇଂ.ଚିତରଞ୍ଜନ ପ୍ରଧାନ,ଗୋବର୍ଦ୍ଧନ ପ୍ରଧାନ, ନିର୍ମଳ କୁମାର ଦାସ, ମୁନସୁନ କୁମାର ସାହୁ, କୁବେର କୁମାର ପ୍ରଧାନ, ଶରତ ଚନ୍ଦ୍ର ପ୍ରଧାନ, ସୁକାନ୍ତ କୁମାର ପ୍ରଧାନ ଓ ରୌପ୍ୟ ନାରାୟଣ ଗଡନାୟକ ଯୋଗଦେଇଥିଲେ । ଶେଷରେ ରାଧାକୃଷ୍ନ କ୍ରିକେଟ କ୍ଲବର ସମ୍ପାଦକ ଜଗନ୍ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.