କେନ୍ଦ୍ରମନ୍ତ୍ରୀଙ୍କ ମନ୍ଦିର ଦର୍ଶନ ଓ ସ୍ୱଛତା ଶ୍ରମଦାନ

ଦେବଗଡ଼,୧୫ା୧ : ପବିତ୍ର ମକର ସଂକ୍ରାନ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦେବଗଡ ସ୍ଥିତ ଗୋପାଳଜୀଉ ମନ୍ଦିରରେ ଠାକୁର ଦର୍ଶନ କରିବାସହ ହାତରେ ଝାଡୁ ଓ ୱାଇପର ଧରି ସ୍ୱଛତା ଶ୍ରମଦାନ କରିଛନ୍ତି । ଆଜି ସକାଳେ ମନ୍ତ୍ରୀ ଶ୍ରୀ ପ୍ରଧାନ ମନ୍ଦିରେ ପହଂଚି ମନ୍ଦିର ପରିସରକୁ ସଫା କରିବା ସହ ଶ୍ରୀ ଗୋପାଳଜୀଉଙ୍କ ପୁରାତନ ମନ୍ଦିର ଦେବଗଡ ବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ବୋଲି ପ୍ରକାଶ କରିଥିଲେ । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାପାଇଁ ଆଉ ମାତ୍ର ୭ ଦିନ ବାକି ଥିବାବେଳେ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଏଥି ନିମନ୍ତେ ପ୍ରଭୁ ଶ୍ରୀ ରାମ ଭକ୍ତଙ୍କ ମଧ୍ୟରେ ଅଭୁତପୂର୍ବ ଉତ୍ସାହ ଉଦ୍ଦୀପନା ପ୍ରକାଶ ପାଇଛି । ଏହି ଅବସରରେ ପ୍ରତ୍ୟେକ ଜନସାଧାରଣ ନିକଟସ୍ଥ ଦେବାଳୟ, ଶକ୍ତିପୀଠ, ଗ୍ରାମ ଦେବତାଙ୍କ ମନ୍ଦିର ତଥା ତୀର୍ଥ ସ୍ତାନକୁ ସ୍ୱଚ୍ଛ ଓ ପବିତ୍ର ରଖିବା ପ୍ର ତ୍ୟେକ ନାଗରିକର କର୍ତବ୍ୟ ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ଆସନ୍ତା ୨୨ ତାରିଖରେ ଦୀପ ଜାଳି ଦିନଟିକୁ ଦୀପାବଳୀ ଉତ୍ସବ ଭାବେ ପାଳନ କରିବା ପାଇଁ ମଧ୍ୟ ଆହ୍ୱାନ ଜଣାଇଥିଲେ ।

nis-ad
Leave A Reply

Your email address will not be published.