କେନ୍ଦ୍ରୀୟ ବିଦ୍ୟାଳୟରେ ସାଇନ୍ସ ସେମିନାର ଆୟୋଜିତ

ମାଲକାନଗିରି,୧୫।୧ : ମାଲକାନଗିରି ଜିଲ୍ଲା ସଦରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ସାଇନ୍ସ ସେମିନାର ଆୟୋଜିତ ହୋଇଯାଇଛି l ଏହି ସେମିନାରରେ ବିଶେଷଜ୍ଞ ରୂପେ ମାଲକାନଗିରି ଆଦର୍ଶ ମହାବିଦ୍ୟାଳୟର ଭୌତିକ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ହିମାଂଶୁ ଶେଖର ସାହୁ ଯୋଗ ଦେଇଥିଲେ । ଏଥିରେ ଛାତ୍ରଛାତ୍ରୀ ମାନଙ୍କୁ ଆଦିତ୍ୟ ମିଶନର ସଫଳତା ଏବଂ ମକର ସଂକ୍ରାନ୍ତିର ସାଂସ୍କୃତିକ ଓ ବୈଜ୍ଞାନିକ ମହତ୍ୱ ବିଷୟରେ ସଚେତନ କରିବା ଏହି ସମ୍ଭାଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଇଛି । ଡ଼ ସାହୁ ପାୱାର ପଏଣ୍ଟ ପ୍ରେଜେଣ୍ଟେସନରେ ସୌର ମଣ୍ଡଳ, ପୃଥିବୀରେ ଜୀବନ ଧାରଣରେ ସୂର୍ଯ୍ୟଙ୍କ ଭୂମିକା, ଆଦିତ୍ୟ ମିଶ୍ର ପ୍ରସ୍ତୁତି ଠାରୁ ଶେଷ ପର୍ଯ୍ୟନ୍ତ ସୁନ୍ଦର ଭାବରେ ପିଲାଙ୍କୁ ବୁଝେଇ ଥିଲେ l ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସୌର ମଣ୍ଡଳ ଉପରେ ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ ମଧ୍ୟ ହୋଇଥିଲା l ଏହି ସଭାରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ କୈଳାଶ ମୀନା ଯୋଗ ଦେଇଥିଲେ ଏବଂ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅମିତ ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଏବଂ ଗ୍ରନ୍ଥଗାରିକ ଅରବିନ୍ଦ କୁମାର ସେଠ୍ ଏଥିରେ ସହଯୋଗ କରିଥିଲେ l ପରିଶେଷ ରେ ବିଦ୍ୟାଳୟର ଭୌତିକ ବିଜ୍ଞାନ ଅଧ୍ୟାପକ ହୃଷିକେଶ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଅନ୍ୟ ଅଧ୍ୟାପକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.