ସୀମାନ୍ତରେ ୩ ମାଓବାଦୀ ଆତ୍ମସମର୍ପଣ…

ମାଲକାନଗିରି,୧୪।୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନ ଅଧୀନରେ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡର ଦନ୍ତେୱାଡା ଜିଲ୍ଲାର କଟେକଲ୍ୟାଣ ମାଓବାଦୀ କମିଟିରେ ସକ୍ରିୟ ଏଲ୍ଓଏସ୍ କମାଣ୍ଡର ଗଙ୍ଗା ମୁଚାକି, ଡିକେଏମସ ସଦସ୍ୟ ମୁଚାକି ମୁଦା, ସିଏନଏମ ସଦସ୍ୟ ଆଇତା କୁହୁଦମ ଆଜି ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତେବେ ମାଓ ସଙ୍ଗଠନ ନିଜର ନୀତି ଆଦର୍ଶରୁ ଓହରିଥିବା ସହ ଦୁର୍ବଳ ହେଉଥିବା ବେଳେ ସରକାରଙ୍କ ପୁନର୍ବାସ ଯୋଜନାରେ ଆକର୍ଷିତ ହୋଇ ଏମାନେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି । ମାଓ ସଙ୍ଗଠନରେ ଦୀର୍ଘ ବର୍ଷ ଧରି ଏମାନେ କାର୍ଯ୍ୟ କରୁଥିବା ବେଳେ ବହୁ ବଡ ବଡ ହିଂସାକାଣ୍ଡରେ ଯଦି ଥିଲେ । ଆତ୍ମସମର୍ପଣ ପରେ ଏମାନଙ୍କୁ ୨୫୦୦୦ ଟଙ୍କା ଲେଖାଏଁ ସହୟତ ରାସୀ ସହ ଆଗାମୀ ଦିନରେ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବେ ପୋଲିସ ଅଧୀକ୍ଷକ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.