ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜାତୀୟ ଗୁଣବତ୍ତା ପୁରସ୍କାର ପ୍ରଦାନ

ମାଲକାନଗିରି, ୧୪/୦୧/୨୪: ଚଳିତବର୍ଷ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଜାନୁଆରୀ ୧୧ରେ ଜାତୀୟ ଗୁଣବତ୍ତା ପୁରସ୍କାର ପ୍ରଦାନ କରାଯାଇଛି । ଏଥି ନିମନ୍ତେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଉତ୍ସବ ଆୟୋଜନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡା ପ୍ରଫୁଲ୍ଲ ନନ୍ଦ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ଡ଼ା ଅନିଲ ମିଶ୍ର, ଏଡିପିଏଚଓ ( ସ୍ଵାସ୍ଥ୍ୟ କଲ୍ୟାଣ), ଡ଼ା ବ୍ରଜବନ୍ଧୁ ଦାସ, ଏଡିପିଏଚଓ (ଭିବିଡି), ଡ଼ା ଧନେଶ୍ଵର ମହାପାତ୍ର, ହସ୍ପିଟାଲ ମ୍ୟାନେଜର, ଶଶାଙ୍କ ଶେଖର ପଣ୍ଡିତ୍ରା ଓ ଡେପୁଟି ନର୍ସିଂ ସୁପେରିଟେଣ୍ଡେଣ୍ଟ, ରୁକ୍ମଣୀ ନାୟକ ଏଥିରେ ଉପସ୍ଥିତ ଥିଲେ । ଏହି ସଫଳତାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଥିବାରୁ ନିଜର ଖୁସି ବ୍ୟକ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏଥିରେ ୨୪ ଜୁଲାଇ ରୁ ୨୬ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ହାଇଦ୍ରାବାଦ ଓ କଲିକତାରୁ ଆସିଥିବା ଜାତୀୟ ସ୍ତରର ପର୍ଯ୍ୟବେକ୍ଷକ ସମୁଦାୟ ୧୯ଟି ବିଭାଗ ବୁଲି ଦେଖିଥିଲେ । ଏହି ପର୍ଯ୍ୟବେକ୍ଷକ ଦଳରେ ଡାକ୍ତର ଶିଶିର ନସ୍କାର, ଡାକ୍ତର ଭି କେ ଶର୍ମା ଏବଂ ଡାକ୍ତର ଜଶୁଥା ଅଭିଷେକ ମୁଖ୍ୟ ଡାକ୍ତରଖାନା ର ୧୯ ଟି ବିଭାଗକୁ ପର୍ଯ୍ୟବେକ୍ଷଣ କରି ଶତକଡା ୮୮ ପ୍ରତିଶତ ମାର୍କ ପ୍ରଦାନ କରିଥିଲେ । ଏହା ସହ ୧୧ ଜାନୁଆରୀ ୨୦୨୪ ରେ ଏନକ୍ୟୁଏଏସ ପ୍ରମାଣପତ୍ର ପ୍ରେରଣ ନିମନ୍ତେ ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଅନୁମତି ପ୍ରଦାନ କରିଥିଲେ । ଆଜିର ଏହି ଉତ୍ସବରେ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.