ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଦୁଇ ଗଞ୍ଜେଇ ଚାଲାଣକାରୀ ଗିରଫ

ମାଲକାନଗିରି,୧୪।୧ : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ୨ ଜଣ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ ହୋଇଥିବା ବେଳେ ୧୫ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଜିଲ୍ଲା ଅବକ୍ରିୟ ବିଭାଗ ପକ୍ଷରୁ ଜିଲ୍ଲା ସଦରରେ ଥିବା ଭୈରବୀ ମନ୍ଦିର ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ୨ ଜଣ ବ୍ୟକ୍ତି ମୋଟର ସାଇକେଲ ଯୋଗେ ଏକ ବସ୍ତା ନେଇ ଯାଉଥିବା ବେଳେ ସେମନଙ୍କୁ ଅଟକାଇ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ କରଯାଇଥିଲା । ଯାଞ୍ଚ ବେଳେ ବସ୍ତା ମଧ୍ୟରେ ଗଞ୍ଜେଇ ଥିବା ଦେଖି ସେମାନଙ୍କୁ ଗିରଫ କରି ଗଞ୍ଜେଇକୁ ଜବତ କରିଥିଲେ । ଜବତ ଗଞ୍ଜେଇର ଓଜନ ୧୫କେଜି ୪୦୦ ଗ୍ରାମ ହୋଇଥିବା ବେଳେ ଗିର ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ବ୍ୟକ୍ତି ମାନେ ହେଲେ ସନ୍ତୋଷ ମାଢ଼ି ଓ ଦିନୁ ମାଝୀ, ଏମାନେ ଜିଲ୍ଲାର କାଲିମେଳା ଅଞ୍ଚଳର ହୋଇଥିବା ବେଳେ ଏହି ଗଞ୍ଜେଇକୁ ସେମାନେ କାଲିମେଳାରୁ ନବରଙ୍ଗପୁରକୁ ନେଉଥିଲେ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

nis-ad
Leave A Reply

Your email address will not be published.