ତୈଳିକ ବୈଶ୍ୟ ସମାଜର ବାର୍ଷିକ ସମ୍ମିଳନୀ ଓ ଶୀତବସ୍ତ୍ର ବଣ୍ଟନ…

ସୋରଡ଼ା : ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଅନ୍ତର୍ଗତ ସୋରଡ଼ା ଆଞ୍ଚଳିକ ପରିଷଦ ପକ୍ଷରୁ ସୋରଡ଼ା ଗ୍ରାମ୍ୟ ପରିଷଦ ସମାଜ କୋଠଘର ଠାରେ ଜୀଉରା ଠାରେ ଅନୁଷ୍ଠିତ ମହାସଭାର ଏକ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ସମ୍ମିଳନୀ ସମୀକ୍ଷା ଓ କେନ୍ଦ୍ରୀୟ ପରିଷଦ ର ସ୍ୱତନ୍ତ୍ର ଯୋଜନା ଅନୁଜାଇ ଅସହାୟ ବିକଲାଙ୍ଗ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ସମେତ ସୋରଡ଼ା ଆଞ୍ଚଳିକ ପରିଷଦ ଅନ୍ତର୍ଗତ ୩ ଗୋଟି ଗ୍ରାମ୍ୟ ପରିଷଦ ଓ ଆଞ୍ଚଳିକ ପରିଷଦ ର କର୍ମ କର୍ତ୍ତା ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀ ଦଣ୍ଡାସି ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇ ସମାଜର ଆରାଧ୍ୟ ଦେବୀ କୁଳ ଗଙ୍ଗା ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ହାତକୁ ନିଆ ଯାଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସୋରଡ଼ା,ଗାମୁଣ୍ଡି, ରାଇବନ୍ଧ ୩ ଗୋଟି ଗ୍ରାମ୍ୟ ପରିଷଦ ର ପ୍ରାୟ ୨୫ ଜଣ ଅସହାୟ ବୃଦ୍ଧ ବୃଦ୍ଧା ଓ ବିକଳାଙ୍ଗ ଙ୍କୁ ଉପସ୍ଥିତ ଅତିଥି ଙ୍କ ଦ୍ୱାରା ଶୀତ ବସ୍ତ୍ର ବଣ୍ଟନ କରାଯାଇ ବାର୍ଷିକ ସମ୍ମିଳନୀ ର ସମୀକ୍ଷା କରାଯାଇ ସଙ୍ଗଠନକୁ ସଦୃଢ଼ କରିବା ସହ ସମାଜ ପ୍ରତି ପ୍ରତ୍ୟେକ ସଭ୍ୟ ସଭ୍ୟା ଙ୍କ ମନରେ ଆଗ୍ରହ ସୃଷ୍ଟି କରି ଐକ୍ୟ ମନୋଭାବ ଜାଗ୍ରତ କରାଯାଇଥିଲା।କେନ୍ଦ୍ରୀୟ ସହ ସମ୍ପାଦକ ଶ୍ରୀ ବାବୁ ସାହୁ ଶୀତ ବସ୍ତ୍ର ସହଯୋଗ କରିଥିବା ବେଳେ ଦୀର୍ଘ ଦୁଇମାସ ଧରି ଚାଲିଆସିଥିବା ଏହି କାର୍ଯ୍ୟକ୍ରମ ରେ ଚିକିଟୀ, ସାନଖେମୁଣ୍ଡି, ବଡ ଖେମୁଣ୍ଡି, ପାଣ୍ଡିରୀ, ସୋରଡ଼ା ଭଳି ୫ ଟୀ ଆଞ୍ଚଳିକ ପରିଷଦ ରେ ଏହି ବଣ୍ଟନ କାର୍ଯ୍ୟକ୍ରମ ଶେଷ ହୋଇ ବାକିରହିଥିବା ପଦ୍ମପୁର ଆଞ୍ଚଳିକ ରେ ତୁରନ୍ତ ବ୍ୟବସ୍ଥା ଶେଷ ହେବ ବୋଲି ସଭାପତି ଙ୍କ ସୂଚନା ରହିଛି।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଧର୍ମା ସାହୁ,ଉପଦେଷ୍ଟା ଯୋଗୀ ସାହୁ,ସାଧାରଣ ସମ୍ପାଦକ ତ୍ରିପତି ସାହୁ ,ଗଣମାଧ୍ୟମ ସମ୍ପାଦକ ଅକ୍ଷୟ କୁମାର ସାହୁ, ସଙ୍ଗଠନ ସମ୍ପାଦକ ନୀଳମଣି ସାହୁ,ପୂର୍ବତନ ସମ୍ପାଦକ ଲକ୍ଷଣ କୁମାର ସାହୁ,ସୋରଡ଼ା ଆଞ୍ଚଳିକ ସଭାପତି ପୂର୍ଣଚନ୍ଦ୍ର ସାହୁ,ଉପଦେଷ୍ଟା ବିଶ୍ୱନାଥ ସାହୁ, ସମ୍ପାଦକ ସନ୍ତୋଷ ସାହୁ କୋଷାଧକ୍ଷ ଦିଲୀପ କୁମାର ସାହୁ, ରାଜେନ୍ଦ୍ର ସାହୁ, ବାବୁ ସାହୁ, ସୁବାଷ ଚନ୍ଦ୍ର ସାହୁ,ଉଦୟନାଥ ସାହୁ, ସିମାଞ୍ଚଳ ସାହୁ, ବୃନ୍ଦାବନ ସାହୁ, ହରିମୋହନ ସାହୁ, ଉମାଚରଣ ସାହୁ ସମେତ ଶତାଧିକ କର୍ମକର୍ତ୍ତା ଓ ପ୍ରାଥମିକ ସଦସ୍ୟଙ୍କ ଉପସ୍ଥିତି ଶହ ସୋରଡ଼ା ଗ୍ରାମ୍ୟ ପରିଷଦ ର ପୂର୍ଣ୍ଣ ସହଯୋଗ ଓ ସହାୟତା ରେ ବୈଠକ ସଫଳ ରୂପାୟନ ହୋଇଥିଲା।

nis-ad
Leave A Reply

Your email address will not be published.