ବ୍ଲକ ସ୍ତରୀୟ ନୂଆଁ-ଓ କ୍ରୀଡ଼ା ଉତ୍ସବ ଉଦଯାପିତ…

ଦାରିଙ୍ଗବାଡି,୧୪/୧ : ଦାରିଙ୍ଗବାଡି ମିନି ଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ ନୂଆଁ – ଓ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଡ଼ିଓ ଗଦାଧର ପାତ୍ର ଙ୍କ ଅଧ୍ୟକ୍ଷତା କ୍ରମେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ ଯୋଗ ଦେଇଥିଲେ । ଅତିଥି ଭାବେ ତହସିଲଦାର ଶରତ ଶବର, ଆଇଟିଆଇ କଲେଜ ଅଧକ୍ଷ ପ୍ରଦୀପ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ,ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଦେବରାଜ ସିଂ ଯୋଗ ଦେଇଥିଲେ । କ୍ରୀଡା ପ୍ରତିଯୋଗିତାରେ ହୋଇଥିବା କବାଡି, ହକି, ଖୋଖ, କ୍ରିକେଟ, ଫୁଟବଲ ଓ ଭଲିବଲ କ୍ରୀଡ଼ା ପ୍ରତିଯୋଗିତା ହୋଇଥିବା ବେଳେ ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଟିମ୍ କୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ କୁ କ୍ରୀଡ଼ା ଶିକ୍ଷକ ରଶ୍ମି ରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ କର୍ମଚାରୀ ଓ କ୍ରୀଡ଼ା ଶିକ୍ଷକ ମାନେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.