ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ଯୁବଦିବସ ପାଳିତ

ଓଡ଼ଗାଁ : ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଅଧ୍ୟାପକ ଅବନିକନ୍ତ ପାତ୍ରଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯକ୍ରମ ରେ ପ୍ରଥମେ ସ୍ବାମୀ ବିବେକାନନ୍ଦଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦ୍ଵାଦଶ ଅଧ୍ୟାୟ ଗୀତାପାଠ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କରାଯାଇଥିଲା । ପରେ ଅନୁଷ୍ଠାନ ର ସଭାପତି ବିବେକାନନ୍ଦଙ୍କ ବାଣୀକୁ ଆଧାର କରି ଆଗାମୀ ଜୀବନ କୁ ଗଢିତୋଳିବା ପାଇଁ ଛାତ୍ରଛତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ସେହିପରି ଅଧ୍ୟାପକ ସୁଶାନ୍ତ କୁମାର ବିଷୋୟୀ ଯୁବଶକ୍ତି ସମାଜ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସର୍ବଶେଷ ରେ ଜାତୀୟ ସେବା ଯୋଜନା ଅଧିକାରିଣୀ ସୁଷମା ମଞ୍ଜରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ , କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.