ହାତିନା ସରପଞ୍ଚଙ୍କ ନେତୃତ୍ୱରେ ଗଡିଲା ଅର୍ପଣ ରଥ…

ରାଜନଗର : ଆସନ୍ତା ୧୭ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ପରିକ୍ରମା ମାର୍ଗ ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ସାର୍ଥକ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗାଁ କୁ ଗାଁ ଅର୍ପଣ ରଥ ବୁଲି ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତମାନଙ୍କୁ ଦର୍ଶନ ଦେଇ ଗୁଆ ଅରୁଆ ଚାଉଳ ସଂଗ୍ରହ କରାଯାଉଥିଲା। ଏହାକୁ ତ୍ବରାନ୍ବିତ କରିବାକୁ ପ୍ରତି ପଞ୍ଚାୟତର ପିଇଓଙ୍କୁ ଦୁଇଲକ୍ଷ ଟଙ୍କା ଦିଆଯାଇଥିବା ଶୁଣିବାକୁ ମିଳୁଛି। ଏ ନେଇ ବ୍ଲକର ଜଣେ ଜେଇଙ୍କୁ ନୋଡାଲ ଅଫିସର ଭାବେ ମଧ୍ୟ ନିଯୁକ୍ତି କରାଯାଇଛି। ହେଲେ ପଞ୍ଚାୟତର ସରପଞ୍ଚ ସମେତ ସମିତି ସଭ୍ୟ ଓ ୱାର୍ଡ଼ ସଭ୍ୟ ତଥା ଏମ୍ବିକେ, ଜିଆର଼଼ଏସ୍ ଅଙ୍ଗନୱାଡି କର୍ମୀ, ଆଦିଙ୍କୁ ନେଇ ରଥ ପରିକ୍ରମା ସାରଣୀ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ନିର୍ଦ୍ଦେଶ କରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ନୋଡାଲ ଅଫିସର ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବେଖାତିରି କରି ପଞ୍ଚାୟତର ନିର୍ଵାଚିତ ପ୍ରତିନିଧିଙ୍କୁ ନ ଡାକି ନିଜର ଆନୁଗତ୍ୟଙ୍କୁ ଡାକି ରଥ ଗଡାଇବା ଯୋଜନାକୁ ସରପଞ୍ଚ ପଣ୍ଡ କରି ନିଜ ନେତୃତ୍ୱରେ ରଥକୁ ପରିଭ୍ରମଣ କରିଛନ୍ତି । ଏପରି ଅଭାବନୀୟ ଅନୀୟମିତ ଘଟଣା ଦେଖିବାକୁ ମିଳିଛି ରାଜନଗର ଵ୍ଲକ ହାତିନା ପଞ୍ଚାୟତରେ।ବ୍ଲକର ବିଭିନ୍ନ ପଞ୍ଚାୟତରେ ପିଇଓ ଏବଂ ନୋଡାଲ ଅଫିସର ତଥା ପଞ୍ଚାୟତ ପ୍ରତିନିଧିଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଭାବେ ଅର୍ପଣ ରଥ ବୁଲିଥିବା ଵେଳେ ହାତିନା ପଞ୍ଚାୟତର ପିଇଓ ଜ଼୍ୟୋତିରଞ୍ଜନ ସାମଲ ଓ କନିଷ୍ଠ ଯନ୍ତ୍ରୀ ତଥା ନୋଡାଲ ଅଫିସର ରାଜେନ୍ଦ୍ର ପ୍ରସାଦ ମହାନ୍ତିଙ୍କ( ଏହି ଅଧିକାରୀ ଦ୍ବୟ ଵିଭିନ୍ନ ଦୁର୍ନୀତି ଓ ଅନୀୟମିତରେ ସାମିଲି) ଶୁଭେଛୁ ତଥା ପ୍ରାକ୍ତନ ସରପଞ୍ଚଙ୍କ ନେତୃତ୍ୱରେ ସମ୍ପୃକ୍ତ କାର୍ଯ୍ୟ କରୁଥିବା ନେଇ ନିର୍ଵାଚିତ ପ୍ରତିନିଧିମାନେ ବିରୋଧ କରିଥିଲେ। ଆଜି ହାତିନା ମନ୍ଦିର ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ହାତିନା ପଞ୍ଚାୟତ ସରପଞ୍ଚ ସମୀର ସେଠୀ ଓ ନ୍ୟାୟବ ସରପଞ୍ଚ ସ୍ବର୍ଣ୍ଣଲତା ଦାସ ଅର୍ପଣ ରଥକୁ ଉଦ୍ଘାଘାଟନ କରି କୀର୍ତ୍ତନ ଶଙ୍ଖ ହୁଳହୁଳି ନାଦରେ ଗ୍ରାମାଞ୍ଚଳକୁ ପରିଭ୍ରମଣ ପାଇଁ ରଥକୁ ଛାଡିଥିଲେ। ପ୍ରକାଶ ଥାଉକି ଏହି ଅଧିକାରୀ ଦ୍ବୟ ବିଡିଓ ମିଟିଂ ଡାକିଥିବା ମିଛକହି ପୂର୍ବତନ ସରପଞ୍ଚଙ୍କ ସହ ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଵ୍ଲକ ସଦର ମହକୁମାରେ ମିଟିଂ କରିଥିଲେ। ଏଥିରେ ନିର୍ବାଚିତ ସରପଞ୍ଚ ଓ ୱାର୍ଡ଼ ସଭ୍ୟମାନଙ୍କୁ ନ ଡାକି ରଥ ନେଵାକୁ ଉଦ୍ୟମ କରିବା ପ୍ରୟାସକୁ ବିଡିଓ ବିରୋଧ କରି ପିଇଓ ଏବଂ ନୋଡାଲ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଵିଡିଓଙ୍କ ନିର୍ଦେଶ ପ୍ରକାରେ ସରପଞ୍ଚ ସମୀର ସେଠୀ ଓ ସମସ୍ତ ନିର୍ବାଚିତ ୱାର୍ଡ଼ ସଭ୍ୟମାନଙ୍କ ସହଯୋଗ ଓ ସାରଣୀ ଅନୁଯାୟୀ ରଥ ପରିଭ୍ରମଣ କରିଵ ଵୋଲି ଵିଡିଓଙ୍କ ଆଦେଶକୁ ପିଇଓ ଏବଂ ଜିଆର୍ ଏସ୍, ନୋଡାଲ ଅଫିସର ଵାଧ୍ୟ ହୋଇ ସରପଞ୍ଚ ଶ୍ରୀ ସେଠିଙ୍କ ସହଯୋଗ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୱାର୍ଡ଼ ସଭ୍ୟମାନେ ଅରୁଣ ରାଉତ, ମନୋଜ ସାହୁ, ଵୀରକିଶୋର ଭୂୟାଁ, ଶଶଧର ନାୟକ, ହୃଷୀକେଶ ପ୍ରଧାନ, ଭାଗ୍ୟଧର ନାୟକ, ମିଲିଲତା ରାଉତ, ନଛି ରାଉତ, ନିର୍ମଳା ସେଠୀ, ଶଶ୍ମୀତା ଶଣ୍ଢ, ରେଵତୀ ସ୍ବାଇଁ, ସାରଥି ଜେନା, ସୂର୍ଯ୍ୟମଣି ଜେନା, ସତ୍ୟଵାଦୀ ରାଉତ, ବସନ୍ତ ପାଣି, ସମେତ ସିଆରସି ଏସ଼଼ଏଚଜି ମହିଳାମାନେ ଉପସ୍ଥିତ ରହି ସୂଚାରୁ ରୂପେ ରଥ ପରିଚାଳନା କରିବା ସହ ପ୍ରାୟ ୧୫ଶହ ଲୋକଙ୍କୁ ପ୍ରସାଦ ସେଵନର ଵ୍ୟଵସ୍ଥା କରାଯାଇଥିଲା। ପ୍ରାକ୍ତନ ସରପଞ୍ଚ ଶ୍ରୀକାନ୍ତ କୁମାର ପ୍ରଧାନ ଅର୍ପଣ ରଥ ପରିକ୍ରମାରେ ଉପସ୍ଥିତ ରହି ମହା ପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ।

nis-ad
Leave A Reply

Your email address will not be published.