ଆସିକା ରେ ରାଜନୈତିକ ଚିତ୍ର ସରଗରମ ଟିକେଟ ଲବିରେ ପ୍ରଶାସନିକ ଅଧିକାରୀ ….!


ବ୍ରହ୍ମପୁର: ୧୪-୧ ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ରହି ଏ ବ୍ଲକରୁ ସେ ବ୍ଲକ ଏହି କାର୍ଯ୍ୟଲୟ ରୁ ସେହି କାର୍ଯ୍ୟାଳୟ କୁ ଘୁରି ବୁଲିବା ପରେ ପୁଣି ଏବେ ତୃତୀୟ ମହଲା ଆଶ୍ରିବାଦ ରେ ଆସିକା ରେ ଏକ ବଡ଼ ଦାୟିତ୍ୱ ମିଳିଥିବା ବେଳେ ଏବେ କୁଆଡ଼େ ପୁଣି ବାବୁ ଜଣକ ଟିକେଟ ପାଇଁ ଯୋଜନା କରୁଥିବା କୁ ନେଇ ଚର୍ଚ୍ଚା ହେଲାଣି। ଭିକେ ପାଣ୍ଡିଆନ ଚାକିରୀ ରୁ ସ୍ଵେଛାକୃତ ଅବସର ପରେ ଶାସକ ଦଳର ମଙ୍ଗ ଧରି ବିଭିନ୍ନ ନିର୍ବାଚନ ମଣ୍ଡଳୀ କୁ ତୁଫାନୀ ଗସ୍ତ କରୁଥିବା ଦେଖିବାକୁ ମିଳୁଛି। ସେହି ପରି ବାବୁ ଜଣକ ଦୀର୍ଘ ବର୍ଷ ହେଲା ଗଞ୍ଜାମ ଜିଲ୍ଲାର ପାଣି ପବନ ପରଖିବା ପରେ ସେ ଠୁଳ କରିଥିବା କଳା ଟଙ୍କାକୁ ଟିକେଟ ଖଣ୍ଡେ ମିଳିଗଲେ ବାବୁଙ୍କ କଳା ଟଙ୍କା ଧଳା ହେବା ସହ ନେତା ହେବାକୁ ଇଚ୍ଛା ପ୍ରକାଶ କରି ଆସିକା ରେ ଏକ ଗୁପ୍ତ ବୈଠକ କରିଥିବା ଚର୍ଚ୍ଚା ହେଉଛି। ଯାହାକି ବାଟରୁ ଯାଇ ହାଟରେ ଗଡ଼ିଲାଣି l ହେଲେ ଦୀର୍ଘ ବର୍ଷ ହେଲା ରାଜନୀତି କରୁଥିବା ଦଳସହ ରହି ଆଗାମୀ ନିର୍ବାଚନ ରେ ପୁରୁଖା ନେତା ମାନେ ମଧ୍ୟ ଲବି କରୁଥିବା ସଭା ସମିତି ରେ ଦେଖିବାକୁ ମୁଳୁଛି ହେଲେ ବାବୁଙ୍କ ମତି ଗତି ଦେଖି ଯାହାକୁ ପୁରୁଖା ନେତା ମାନେ ଏହାକୁ ସହଜରେ ହଜମ କରିପାରୁନାହାନ୍ତି । ବାବୁ ରାଜନୀତି କରବା ପାଇଁ ମନ ବଳାଇଥିବା ନେଇ ନେତା ମାନେ ସହଜ ରେ ହଜମ କରି ପାରୁନାହାନ୍ତି କି ସହଯୋଗ କରିବାକୁ ସାହସ କରୁନଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ବାବୁଙ୍କ ଆସ୍କା ରେ ଅବସ୍ଥାନ ସମୟରେ ବହୁ ନେତା କର୍ମୀଙ୍କ ସହ ଘନିଷ୍ଠତା ବଢିଯାଇଛି। ବାବୁ ରାଜନୀତି ଆଡ଼େ ମନ ବୋଳେଇବା ପରେ ବାବୁଙ୍କ ଫୋନ କେତେକ ନେତା ବିଜି ମୋଡ଼ରେ ମୋବାଇଲ କରିଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ନିର୍ବାଚନ ପୂର୍ଵରୁ ଏହି ଭଳି କୋଳି ଖାଇ ମଞ୍ଜି ପୋତିଥିବା ବାବୁ ମାନଙ୍କୁ ଜିଲ୍ଲାରୁ ହାଟେଇବା ପାଇଁ କିଛି ଆଶାୟୀ ନେତା ମାନେ ଭୁବନେଶ୍ୱର ରେ ଡେରା ମଧ୍ୟ ପକାଇଥିବା ଖବର ମୁଳୁଛି। ଗଞ୍ଜାମ ଜିଲ୍ଲା ବାବୁ ମାନଙ୍କ ଆଦାୟ ପ୍ରବଳ ରାଜଧାନୀ ର ବଡ଼ ବଡ଼ ବାବୁଙ୍କ ବୋଲ ମାନୁଥିବା ଓ ସୁରକ୍ଷିତ ଜିଲ୍ଲା ଏବଂ ପାଣି ପବନ ସହ ଖାପ ଖାଇଥିବା ଯୋଗୁଁ ଏହି ପରି ବାବୁ ମାନେ ଚାକିରୀ ଛାଡ଼ି ଟିକେଟ ପାଇବାକୁ ମନ କରିଲେଣି ବୋଲି ବିରୋଧି ମହଲ ରେ ବି ଚର୍ଚ୍ଚା ଆରମ୍ଭ ହେଲାଣି। ଏଠାରେ ନେତା ନା ପ୍ରଶାସନିକ ବାବୁଙ୍କୁ ଟିକେଟ ମିଳୁଛି, ଦିଖିବାକୁ ବାକି ରହିଲା। ଏହି ଦକ୍ଷତା ବାବୁ କୁଆଡେ ନେଇ ଆଣି ଥୋଇପାରୁଛନ୍ତି ତୃତୀୟ ମହଲା କୁ ଖୁସ କରି ଦୀର୍ଘ ବର୍ଷ ହେଲା ଗଞ୍ଜାମ ମାଟି କୁଆଡେ ଛାଡିବାକୁ ନାରାଜ l ବାବୁଙ୍କ ପାଖରେ କଳା ସାମ୍ରାଜ୍ୟ ର ସମ୍ପଦି ଭରି ପୁର ନିଜକୁ ନିଜେ କୁହନ୍ତି ବାବୁ ସେ କୁଆଡେ ତୃତୀୟ ମହଲାର ଗେଲ୍ହା ପୁଅ ତେଣୁ ଆସିକା ରେ ଟିକଟ ପାଇବା କୁଆଡେ ନିଶ୍ଚିନ୍ତ ତେଣୁ ଅନେକ ଜାଗାରେ କିଛି ଦଲାଲ କୁଜି ନେତକୁ ଧରି ରୁଦ୍ଧ କୋଠରୀ ରେ ବୈଠକ କରିବାରେ ଲାଗି ପଡିଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି l ତେଣୁ ଅଞ୍ଚଳ ର କିଛି ଆଗଧାଡିର ନେତା ଓ ବୁଦ୍ଧିଜୀବୀ ରାଜଧାନୀ ରେ ଡେରା ପକାଇ ଛନ୍ତି ଏବଂ ନିର୍ବାଚନ କମିଶନର ଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିବା ବିଶେଷ ସୂତ୍ରରୁ ଖବର ମିଳିଛି l

nis-ad
Leave A Reply

Your email address will not be published.