ରିଆମାଳ ପ୍ରେସ କ୍ଲବ ର ୭ମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ରେ ଯୋଗ ଦେଲେ ଏସୟୁଜେ ରାଜ୍ୟ ସଭାପତି…


ଦେବଗଡ, ୧୨|୧: କର୍ତବ୍ୟରତ ସାମ୍ବାଦିକଙ୍କୁ ନେଇ ଗଠିତ ରିଆମାଳ ପ୍ରେସ କ୍ଳବ ଶୁକ୍ରବାର କଲ୍ୟାଣ ମଣ୍ଡପରେ ୭ମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଏସ୍‌ୟୁଜେ ଦେବଗଡ ଜିଲ୍ଲା ଶାଖା ସଭାପତି ପୃଥ୍ୱୀରାଜ ପଟ୍ଟାନୟକଙ୍କ ପୌରିହିତ୍ୟରେ ଅନୁଷ୍ଠିତ ଉତ୍ସବ ସଭାରେ ଏସୟୁଜେ ରାଜ୍ୟ ସଭାପତି କୈଳାସଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଘ ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏସୟୁଜେ ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଶଶାଙ୍କ ଶେଖର ଝାଙ୍କର, ଜିଲା ଭାଜପା ସଭାପତି ଅରୁଣ କୁମାର ସାହୁ, ଜିଲ୍ଲା ବିଜେଡି ସଭାପତି ଇଂ.ଚିତ ରଞ୍ଜନ ପ୍ରଧାନ, ଜିଲ୍ଲା ଓକିଲ ସଂଘ ପୂର୍ବତନ ସଭାପତି ସଚ୍ଚିକାନ୍ତ ଦାଶ, ସମାଜସେବୀ ସୁଧୀର କୁମାର ବ୍ରହ୍ମା, ରିଆମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନିହାରକାନ୍ତ ମହାନ୍ତି, ଏସୟୁଜେ ସମ୍ବଲପୁର ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଦାନୀ, ଏସୟୁଜେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ କୁମାର ସ୍ୱାଇଁ ପ୍ରମୁଖ ସମ୍ମାନୀତ ଅତୁଥି ଭାବେ ମଂଚାସୀନ ରହିଥିଲେ । ସେହିପରି ଯାଜପୁର ଜିଲ୍ଲାରୁ ଆସିଥିବା ଜାତୀୟ ସାମ୍ବାଦିକ ସଂଘ (ଏନୟୁଜେ)ର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଉଦୟନାଥ ଖଣ୍ଡେଇ ମୁଖ୍ୟବକ୍ତା ଭାବେ ମଂଚାସୀନ ରହି ସାମ୍ବାଦିକଙ୍କ ବହୁବିଧ ସମସ୍ୟା ସମ୍ପର୍କରେ ମତପୋଷଣ କରିଥିଲେ । ଉତ୍ସବ ପରିପ୍ରେକ୍ଷୀରେ “ସାମ୍ପତ୍ରିକ ପରିସ୍ଥିତିରେ ସାମ୍ବାଦିକଙ୍କ ସ୍ଥିତି” ଶିର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବାସହ ଜିଲ୍ଲାରେ ରହିଥିବା ବହୁବିଧ ଜନସମସ୍ୟା ସମ୍ପର୍କରେ ସାମ୍ବାଦିକ ମାନେ ତଥ୍ୟ ଉପାସ୍ଥାପନ କରିଥିଲେ । ଏସୟୁଜେ ଜିଲ୍ଲା ସାଧାରଣ ସମ୍ପାଦକ ରାକେଶ କୁମାର ଦାଶ ଓ ରିଆମାଳ ବ୍ଲକ ସଂଘ ସଭାପତି କାହ୍ନା ବେହେରାଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବରିଷ୍ଠ ଲେଖକ ଲୋକନାଥ ବେହେରା, ଯୁବ ସମାଜସେବୀ ମୁନମୁନ୍ ସାହୁ, କ୍ରୀଡା ଶିକ୍ଷକ ରୋହିତ କୁମାର ପ୍ରଧାନ, ବିଶିଷ୍ଠ ଚାଷୀ ସନ୍ତୋଷ କୁମାର ସାହୁ ଓ ଯୁବ ସାମ୍ବାଦିକ ଅରୂପାନନ୍ଦ ନାୟକଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି

ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ନାୟକ ଓ ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକ ଦେବଗଡ ଏସୟୁଜେ ଜିଲ୍ଲା ୟୁନିଟରେ ନୁତନ ଭାବେ ଯୋଗ ଦେଇଥିବା ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଟିକେଶ୍ୱର ଗୁରୁ, ମାନସ ଦ୍ୱିବେଦୀ, ସିର୍ଦ୍ଧାଥ ଗୁରୁ, ବିଜୟ ମୋଦୀ, ସଞ୍ଜିବ ପାଣିଗ୍ରାହୀ ଓ ନିର୍ମାଲ୍ୟ ସାହୁ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦାନ କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ଶେଷରେ ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ରିଆମାଳ ହାଇସ୍କୁଲ ଓ ରିଆମାଳ ଜୁନିୟର କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଉତ୍ସବ ଆୟୋଜନରେ ରିଆମାଳ ବ୍ଲକ୍ ସଂଘ ସଦସ୍ୟ ସତ୍ୟଜିତ ମହାପାତ୍ର, ସୌଭାଗ୍ୟ ନାଏକ, ତପନ ପ୍ରଧାନ, ମୁକେଶ ପୋଢ ପ୍ରମୁଖ ସହଯୋଗ କରିଥିଲେ ।ସୂଚନା ଥାଉକି ଦେବଗଡ଼ ଜିଲ୍ଲା ରିଆମାଳ କୁ ଜିଲ୍ଲା ଉସ୍ଥବ ରେ ଯୋଗ ଦେବାକୁ ଯାଇଥିବା ବେଳେ ବର୍ଷୀୟାନ ସାମ୍ବାଦିକ ଶ୍ରୀଯୁକ୍ତ ଲଳିତ ମୋହନ ସାହୁ(୮୬) ଙ୍କୁ ତାଙ୍କ ରେଙ୍ଗାଲବେଡା ନିକଟସ୍ଥ ଗୁଣ୍ଡିଆପାଲି ସ୍ଥିତ ବାସଭବନରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ କୈଳାସ ନାୟକ ଙ୍କ ସହିତ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଉଦୟନାଥ ଖଣ୍ଡାଇ ଓ ରାଜ୍ୟ ସମ୍ପାଦକ ଶଶାଙ୍କ ଶେଖର ଝାଙ୍କର ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ସାହୁ ଙ୍କୁ ଫୁଲତୋଡ଼ା ଦେଇ ସ୍ଵାଗତ କଲାବେଳେ ସେ ଭାବପ୍ରବଣ ହୋଇ ପଡ଼ିଥିଲେ ଓ ପୁରୁଣା ଦିନର କଥା ଓ ତାଙ୍କ ଅନୁଭୂତି ମନେ ପକେଇଥିଲେ ଓ ବହୁତ ଖୁସି ହୋଇଥିଲେ ଆଲୋଚନା ବେଳେ ସେ ୨୩ ବର୍ଷ ବୟସରୁ ଦେବଗଡ଼ ଜିଲ୍ଲା ର ପ୍ରତିନିଧି ଭାବେ କାମ କରି ଅସୁସ୍ଥତା କାରଣରୁ ୨୦୦୩ ଏପ୍ରିଲ ରୁ ସାମ୍ବାଦିକତା ଛାଡିଛନ୍ତି। ଏସୟୁଜେ ଓଡ଼ିଶା ପକ୍ଷରୁ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଏହି ବର୍ଷୀୟାନ ସାମ୍ବାଦିକ ଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି

nis-ad
Leave A Reply

Your email address will not be published.