ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମର ଉତ୍ସବ ଅନୁଷ୍ଠିତ ହେଇଯାଇଛି । ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ଷ୍ଟେଟବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ । ସେହିପରି ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଥିଲେ ଡଃ ବାବୁଲା ପାଟଜୋଶୀ, ଅଧ୍ୟାପିକା ରିତାରାଣୀ ପ୍ରଧାନ, ଅଧ୍ୟାପକ ଡଃ ଶିବ ପ୍ରସନ୍ନ ପାଠି, ସାମ୍ବାଦିକ ମନୋଜ କୁମାର ଗଉଡ । ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ବର୍ତ୍ତମାନ ଯୁଗରେ ଏହାର ଆବଶ୍ୟକ‌ତା ବିଷୟରେ ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ ଶ୍ରୀମତୀ ପ୍ରଧାନ । ବାଳିକା ମାନଙ୍କୁ ସାହସୀ କରିବା ସହିତ ସେମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ମାଇଁ ସରକାରଙ୍କର ଏହା ଏକ ଅଭିନବ ପ୍ରୟାସ ବୋଲି ବକ୍ତବ୍ୟ ରଖିଥିଲେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ପ୍ରଧାନ । ଉଭୟ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକଶହରୁ ଉର୍ଦ୍ଧ୍ବ ଛାତ୍ରୀ ଯୋଗଦେଇଥିଲେ । ମାଷ୍ଟର ଟ୍ରେନର ସୁଶ୍ରୀ ଆଈଶା ଦିଗାଲ ଉପସ୍ଥିତ ରହି କିଛି କୌଶଳ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ଯକ୍ଷତା କରିଥିଲେ ଅଧ୍ଯକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ । ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସମ୍ବଦ୍ଧରେ ବିସ୍ତ୍ରୁତ ସୂଚନା ଦେଇଥିଲେ କୋଡିନେଟର ଶିବରାମ ବେହେରା । ପରିଶେଷରେ ସମସ୍ତଙ୍କୁ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.