ସୀମାନ୍ତରେ ବିପୁଳ ମାଓବାଦୀ ସାମଗ୍ରୀ ଜବତ କଲେ ଯବାନ…

ମାଲକାନଗିରି, ୧୦।୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ମାଓବାଦୀମାନଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବହୁ ପରିମାଣର ଅସ୍ତ୍ର, ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସୁକୁମା ଜିଲ୍ଲାର ଦନ୍ତେଶପୁରମ୍ ଏବଂ କୋରାଜୁଗଡା ମଧ୍ୟରେ ଥିବା ପାହାଡରେ ବହୁ ସଂଖ୍ଯାରେ ମାଓବାଦୀ ଉପସ୍ଥିତ ଥିବା ସହ ବହୁ ମାଓ ସାମଗ୍ରୀ ଗଛିତ ଥିବା ଖବର ପାଇ ସୁକମା ପୋଲିସ୍, ଡିଆରଜି ଓ ବସ୍ତର ଫାଇଟର ଯବାନ ମାନଙ୍କ ଦ୍ଵାରା ଏକ ସର୍ଚ ଅପରେସନ କରାଯାଇଥିଲା । ସେଠାରେ ଯବାନ ମାନେ ପହଞ୍ଚିବା ବେଳକୁ ମାଓବାଦୀ ମାନେ ସେଠାରୁ ପଳାଇ ଯାଇଥିବା ବେଳେ ଯବାନ ମାନେ ଖୋଜାଖୋଜି କରିବା ସମୟରେ ଜଙ୍ଗଲ ମଧ୍ୟରେ ଲୁଚାଇ ରଖା ଯାଇଥିବା ବିପୁଳମୟ ସମଗ୍ରୀ ଓ ଅସ୍ତ୍ର ଶସ୍ତ୍ର ଜବତ ହୋଇଥିଲା । ଜବତ ସମଗାରି ମଧ୍ୟରେ ୩ଟି ବ୍ୟାରେଲ ଗ୍ରେନେଡ ଲଞ୍ଚର ସହ ୧୮ଟି ସେଲ, ୧୨ଟି ବନ୍ଧୁକ, ୩୦ଟି ବୋମା, ବ୍ୟାଗ, ଲାଲ୍ କପଡା ଏବଂ ଅନ୍ୟାନ୍ୟ ଦୈନିକ ବ୍ୟବହାର ସାମଗ୍ରୀ ଗୁଡିକ ଉଦ୍ଧାର କରାଯାଇଥିଲା ।

nis-ad
Leave A Reply

Your email address will not be published.