ମାଲକାନଗିରି ବନଖଣ୍ଡରେ ପକ୍ଷୀ ଗଣନା କାର୍ଯକ୍ରମ ଶେଷ

ବନଖଣ୍ଡ କୁ ୫୫ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ

ମାଲକାନଗିରି : ମାଲକାନଗିରି ବନଖଣ୍ଡରେ ଶୃଙ୍ଖଳିତ ଭାବେ ଚଳିତ ବର୍ଷର ପକ୍ଷୀ ଗଣନା କାର୍ଯକ୍ରମ ଶେଷ ହୋଇଯାଇଛି । ଚଳିତ ବର୍ଷ ମାଲକାନଗିରି ବନଖଣ୍ଡ ର ୧୦ ଗୋଟି ସ୍ଥାନରେ ୧୦ ଗୋଟି ଟିମ କୁ ନେଇ ପକ୍ଷୀ ଗଣନା କରଯାଇଥିଲା । ପକ୍ଷୀଗଣନାରୁ ମୋଟ ୫୫ ପ୍ରଜାତିର ବିଦେଶାଗତ ପକ୍ଷୀ ଥିବାର ଜଣା ପଡିଛି । ଆକଳନରେ ମାଲକାନଗିରି ବନାଞ୍ଚଳର ସତିଗୁଡା ବନ୍ଧ, ମାଥିଲି ବନାଞ୍ଚଳର ଶିବ ସାଗର, ଏବଂ ବାଲିମେଳା ମାଟିବନ୍ଧ ଚିତ୍ରକୋଣ୍ଡା ଠାରେ ସର୍ବାଧ‌ିକ ବିଦେଶାଗତ ପକ୍ଷୀଙ୍କର ଆଗମନ ହୋଇଥିବା ଦେଖାଯାଇଛି । ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ସର୍ବାଧ‌ିକ ପକ୍ଷୀ ଏବଂ ବିଦେଶାଗତ ପକ୍ଷୀଙ୍କ ପ୍ରଜାତିର ଆଗମନ ହୋଇଥିବାରୁ ପକ୍ଷୀ ପ୍ରେମୀ ଏବଂ ପରିବେଶବିତ୍ତ, ବନବିଭାଗର କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ପରିଲିଖତ ହୋଇଛି । ସେମାନଙ୍କର ସୁରକ୍ଷା ନିମନ୍ତେ ମଧ୍ଯ ବନ ବିଭାଗ ମାଲକାନଗିରି ପକ୍ଷରୁ ସତର୍କତା ଅବଲମ୍ବନ କରୁଥିବା ଦେଖାଯାଇଛି ।

ଚଳିତବର୍ଷ ପକ୍ଷୀଗଣନା ନିମନ୍ତେ ଜାନୁଆରୀ ୦୮ ତାରିଖରୁ ସମସ୍ତ ପ୍ରସ୍ତୁତି କାର୍ଯକ୍ରମ ଚାଲିଥିବା ବେଳେ କ୍ଷେତ୍ର କର୍ମଚାରୀ ମାନଙ୍କୁ ପକ୍ଷୀ ବିଶେଷଜ୍ଞ ଶ୍ରୀ ସନ୍ତୋଷ କୁମାର ପଣ୍ଡା ଏବଂ କ୍ଷେତ୍ର କର୍ମଚାରୀ ପ୍ରଶିକ୍ଷଣ କେନ୍ଦ୍ର ଅନୁଗୁଳର ପ୍ରଶିକ୍ଷକ ଶ୍ରୀ ଆଶୁତୋଷ ମଲ୍ଲିକ ତାଲିମ ପ୍ରଦାନ କରିଥିଲେ I ପକ୍ଷୀ ଗଣନାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନିମନ୍ତେ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରତାପ କୋଟ୍ଟାପାଲ୍ଲୀ, ଭା.ବ.ସେ ସମସ୍ତ କାର୍ଯକ୍ରମକୁ ସହକାରୀ ବନ ସଂରକ୍ଷକ ଶ୍ରୀମତୀ ଲିଲୀ ଅମନତ୍ୟା ଓ ଶ୍ରୀ କନ୍ଦନ ସିଂ ଙ୍କ ସହଯୋଗରେ ତଦାରଖ ଏବଂ ପରିଚାଳନା କରିଥିଲେ । ପକ୍ଷୀଗଣନାରେ ମାଲକାନଗିରି ବନଖଣ୍ଡ ର ସମସ୍ତ ବନାଞ୍ଚଳ ଅଧିକାରୀ, ବନପାଳ ଓ ବନରକ୍ଷୀ ମାନେ ସୂଚାରୁରୂପେ ଦାଇତ୍ୱ ନିର୍ବାହ କରିଥିଲେ । ଚଳିତ ବର୍ଷ ହୋଇଥିବା ପଖୀଗଣନା ରେ ସୃଷ୍ଟି NGO ର କର୍ମକର୍ତା ସମସ୍ତ ବନାଞ୍ଚଳ ରେ ପକ୍ଷୀ ଗଣନାରେ ସାହାଯ୍ୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.