୬ଷ୍ଠତମ ଜ଼ିଲ୍ଲାସ୍ତରୀୟ ରାମେଶ୍ୱର ଟ୍ରଫି

ବ୍ରହ୍ମପୁର : ସ୍ଥାନୀୟ ବ୍ରହ୍ମପୁର ଷ୍ଟାଡିୟମ ଠାରେ ରାମେଶ୍ୱର ସ୍ପୋର୍ଟିଙ୍ଗ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୬ଷ୍ଠ ତମ ରାମେଶ୍ୱର ଟ୍ରଫିର ଆଜି ଦ୍ୱିତୀୟ ଦିବସରେ ରମ୍ଭା କ୍ରିକେଟ କ୍ଲବ ଏବଂ ଲିଡ୍ସ କ୍ରିକେଟ ଏକାଡେମୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଇଥିଲା l ଏହି ଟୁର୍ନାମେଣ୍ଟ ୯ ତାରିଖ ଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୧୨ ଦିନ ପର୍ଯ୍ୟନ୍ତ ଏହି କ୍ରିକେଟ ଟୁର୍ନାମେଣ୍ଟ ବ୍ରହ୍ମପୁର ବାସି ଉପଭୋଗ କରିପାରିବେ ବୋଲି କମିଟି ପକ୍ଷରୁ ସୂଚନା ଦେଇଛନ୍ତି l ଏହି ଟୁର୍ନାମେଣ୍ଟରେ ଗଞ୍ଜାମ ଜିଲ୍ଲାର ସମସ୍ତ ୧୨ ଗୋଟି ଟିମ୍ ଅଂଶ ଗ୍ରହଣ କରିଛନ୍ତିି। ରମ୍ଭା କ୍ରିକେଟ କ୍ଲବ ଟସ୍ ଜିତି ପ୍ରଥମେ ଫିଲ୍ଡିଙ୍ଗ୍ ର ନିଷ୍ପତ୍ତି ନେଇଥିଲେ l ଲିଡ୍ସ କ୍ରିକେଟ ଏକାଡେମୀ ନିର୍ଦ୍ଧାରିତ ୩୦ଓଭର ଖେଳି ୯ଗୋଟି ଓ୍ବିକେଟ ବିନିମୟରେ ୧୮୦ରନ୍ ସଂଗ୍ରହ କରିଥିଲେ l ଦଳ ପକ୍ଷରୁ ସୁଦେଶ ସେଠୀ ୪୩ରନ୍ ଓ ଜିତେନ୍ଦ୍ର ତ୍ରିପାଠୀ ୩୧ରନ୍ କରିଥିଲେ l ରମ୍ଭା କ୍ରିକେଟ କ୍ଲବ ପକ୍ଷରୁ ଏମ୍ ଜଗନ୍ନାଥ ପାତ୍ର ଏବଂ ବିବେକାନନ୍ଦ ପଟ୍ଟନାୟକ ଉଭୟ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ l ଜବାବରେ ରମ୍ଭା କ୍ରିକେଟ କ୍ଲବ ନିଜର ସମସ୍ତ ଓ୍ବିକେଟ ହରାଇ ୨୬.୧ ଓଭର ରେ ୧୧୯ ରନ ହିଁ କରିପାରି ଥିଲା l ଦଳ ପକ୍ଷରୁ ମନୋଜ କୁମାର ଗୌଡ଼ ସର୍ବାଧିକ ୫୬ବଲ ଖେଳି ୪୧ ରନ୍ କରିଥିଲେ । ଲିଡ୍ସ ପକ୍ଷରୁ ବି କେ ମାରାଣ୍ଡି ବୋଲିଙ୍ଗରେ ୫.୧ଓଭର ପକାଇ ୧୬ ରନ୍ ଦେଇ ୪ ଗୋଟି ଓ୍ବିକେଟ ଅକ୍ତିଆର କରିଥିଲେ l ଏହି ମ୍ୟାଚ କୁ ଲିଡ୍ସ କ୍ରିକେଟ ଏକାଡେମୀ ୬୧ ରନ୍ ରେ ଜିତିନେଇଥିଲା l ଆଜିର ମ୍ୟାଚରେ ସୁବୋଧ କୁମାର ଗୌଡ଼ କୁ ମ୍ୟାନ୍ ଅଫ ଦା ମ୍ୟାଚ ଭାବେ ବିବେଚିତ କରାଯାଇଛି l ଆଜିର ମ୍ୟାଚକୁ ଅମ୍ପlୟାର ଭାବେ ସାଗର ପଣ୍ଡା ଓ ଓ ରାବଣା ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ନବୀନ କୁମାର ସହଯୋଗ କରିଥିଲେ l ଏନ୍ ବିଜୟ କୁମାର ମ୍ୟାନ୍ ଅଫ ଦା ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ l

nis-ad
Leave A Reply

Your email address will not be published.