ନିଜଗାଁ ଆରଆଇ ଅଫିସ ଟେଣ୍ଡର ଫିକ୍ସିଂରେ ଵିଧାୟକଙ୍କ ସମ୍ପୃକ୍ତି ନେଇ କୁଶପୁତ୍ତଳିକା ଦାହକଲା କଂଗ୍ରେସ

ରାଜନଗର : ବିଧାନସଭାର କାର୍ଯ୍ୟକାଳ ଶେଷହେବାକୁ କେଇମାସ ବାକି ଅଛି। ହେଲେ ଜନକଲ୍ୟାଣକାରୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ , ନିଜର ବ୍ୟକ୍ତିତ୍ବ ନଥାଇ ଵିରୋଧିଙ୍କ ଠାରେ ଧାନ ଚୋରର ସମାଲୋଚନା ହୋଇ ମଧ୍ୟ ନଵୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଉନ୍ନୟନ କାର୍ଯ୍ୟ ଦେଖି ଲୋକମାନେ ଭୋଟ ଦେଇ ଯିତେଇ ବିଧାୟକ ଗାଦିରେ ବସାଇଥିଲେ । ଏହି ପାଞ୍ଚ ବର୍ଷରେ ଅଞ୍ଚଳର ଉନ୍ନତି ପାଇଁ ଆଖିଵୁଜା ଅର୍ଥ ମୁଖ୍ୟ ମନ୍ତ୍ରୀ ଯୋଗାଇ ଦେଇଛନ୍ତି । ହେଲେ ସେହି ଉନ୍ନୟନ କାର୍ଯ୍ୟ ଵ୍ଲକ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ଇରିଗେସନ, ଡ୍ରେନେଜ ଵିଭାଗରୁ ସିଂହ ଭାଗ ବିଧାୟକ ନେଉଥିବାରୁ ଉନ୍ନୟନ କାର୍ଯ୍ୟରେ ସଫଳତା ପାଇ ପାରୁ ନାହାନ୍ତି ଜନସାଧାରଣ। ଯାହାର ଉଦାହରଣ ଦେଖିବାକୁ ମିଳିଛି ରାଜନଗର ନିର୍ବାଚନ ମଣ୍ଡଳୀର ରାଜନଗର ବ୍ଲକରେ ଵିଧାୟକଙ୍କ ବିରୋଧରେ ଆସୁଥିବା ପୁଳାପୁଳା ଅଭିଯୋଗ।ଯେଉଁମାନଙ୍କ ଭୋଟରେ ବିଧାୟକ ହୋଇ ପ୍ରାୟ ଦୁଇଶହ କୋଟିର ମାଲିକ ହେଵାର ସୌଭାଗ୍ୟ ଅର୍ଜନ କରିଥିବା ଆଲୋଚନା ହେଉଥିବା ବେଳେ,ସେହିମାନଙ୍କୁ କେତେଵେଳେ ମଳିମୁଣ୍ଡିଆ କହି ଅଡୁଆରେ ଛନ୍ଦି ହେଉଛନ୍ତି ତ, କେଉଁଠି ଟେଣ୍ଡର ଫିକ୍ସିଂ , କେଉଁଠି ଜଙ୍ଗଲ ଜମିରେ ନିର୍ମାଣ ସ୍ବାଦ ହୋଟେଲର ସମ୍ପୃକ୍ତି, ଅନ୍ୟ କେଉଁଠି ନିଜର ଅନୁଗତର ପୁଅ କଲେଜରେ ଚାକିରୀ କରି ସେଠାରେ ମଦ ଵିକିଵା ଭଳୀ ଧର୍ତବ୍ୟ ଅପରାଧୀକୁ ଵିଧାୟକ ଧୃବ ସାହୁଙ୍କ ସମର୍ଥନ ଭଳି ସମ୍ବେଦନଶୀଳ ଅଭିଯୋଗ ଵିଧାୟକଙ୍କୁ ନିନ୍ଦା କରିଥିଲା।ଖୋଦ୍ ଵିଧାୟକ ଶ୍ରୀ ସାହୁଙ୍କ ଫୋନରୁ ଅଫିସରଙ୍କୁ ଅନୀୟମିତ କାର୍ଯ୍ୟ କରିବାକୁ ପ୍ରବର୍ତାଉଛନ୍ତି।

ଘଟଣା ଦେଖିବାକୁ ମିଳିଛି ରାଜନଗର ବିଧାୟକ ଧୃଵ ସାହୁଙ୍କ ଟେଣ୍ଡର ଫିକ୍ସିଂର ଭିଡିଓ ମୋବାଇଲକୁ ମୋବାଇଲ ଘୁରି ବୁଲୁଥିବା ଶୁଣି ଅସହ୍ୟ ଜନତା ଓ କଂଗ୍ରେସ ଆଜି ରାଜ ରାସ୍ତାକୁ ଓହ୍ଲାଇ ଵିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାଵୀ କରି କୁଶ ପୁତ୍ତଳିକା ଦାହା କରିଛନ୍ତି। ପ୍ରକାଶ ଥାଉକି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବିଧାୟକ ଶ୍ରୀଯୁକ୍ତ ଧୃଵ ସାହୁ ଵିଭିନ୍ନ ବିଭାଗର ଅଧିକାରୀଙ୍କୁ ଭୟଭିତ ମାଧ୍ୟମରେ କ୍ଷମତାର ଅପବ୍ୟବହାର କରି ରାସ୍ତା ଓ ଗୃହନିର୍ମାଣ ତଥା ଅନ୍ୟାନ୍ୟ କାର୍ଯ୍ୟର ଟେଣ୍ଡର ଫିକ୍ସିଂ କରି ନିଜର ଭାଗିଦାରୀ ଶୁଭେଛୁଙ୍କୁ କୋଟି କୋଟି ଟଙ୍କାର ଠିକା କରିବାକୁ ସୁଯୋଗ ଦେଇ ସିଂହ ଭାଗ ଉଠାଉ ଥିବା ଅଭିଯୋଗ ହେଉଛି , କିନ୍ତୁ ଟେଣ୍ଡର ହେଉଥିଲା ଜଣେ ମହିଳାଙ୍କ ନାମରେ। ଏହି ପରି ଜନସାଧାରଣଙ୍କ ଆଖିରେ ଧୂଳି ଦେଇ ଲୁଟ ପାଟ କରିବା ଭଗବାନ ସହ୍ୟ କରିପାରିଲେ ନାହିଁ। ଯାହାଫଳରେ ବିଧାୟକଙ୍କର ନିଜଗାଁ ଵେଲପାଳରେ ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ଫିକ୍ସିଂ କରି ନିଜର ଭାଇ ଓ ପୁତୁରାଙ୍କୁ ଅନୀୟମିତ ଭାଵେ କାର୍ଯ୍ୟ ଦେଵାକୁ କହୁଥିବା ମୋବାଇଲକୁ ମୋବାଇଲ ଭିଡିଓ ଭାଇରାଲ ହେବା ପରେ ଵିଧାୟକଙ୍କର କଳାକାରାନାମା ପଦାରେ ପଡିବାରୁ ଲୋକମାନେ ତାଙ୍କୁ ନିନ୍ଦିତ କରି ମୁହିଁ ବୁଲାଉଛନ୍ତି। ବିଜୁବାବୁଙ୍କ ଅଧୁରା ସ୍ବପ୍ନକୁ ତାଙ୍କର ସୁପୁତ୍ର ଶ୍ରୀଯୁକ୍ତ ନଵୀନ ପଟ୍ଟନାୟକ ରାଜନଗର ଅଞ୍ଚଳର ଉନ୍ନତି ପାଇଁ ସଵୁ ବିଭାଗକୁ କୋଟି କୋଟି ଟଙ୍କା ଯୋଗାଇ ଚାଲୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ 5ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ଅଗୋଚରରେ ଲୁଟ୍ ହୋଇ ଅର୍ଥ ବାଟ ମାରଣ କରା ଯାଇ ଲୋକମାନଙ୍କୁ ସୁଫଳ ନଯୋଗାଇ ମୁଖ୍ୟ ମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରାଯାଉଛି।

ଅଞ୍ଚଳର ସ୍ବାଭିମାନ ବଜାଇ ରଖିବାକୁ ଦୁର୍ନୀତି ଖୋର ବିଧାୟକଙ୍କ ଵିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ସାନବଡ ଗୋପାଳପୁରୁ ସ୍ଥିତି କଂଗ୍ରେସକାର୍ଯ୍ୟାଳୟରୁ ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ର କୁମାର ଜେନାଙ୍କ ନେତୃତ୍ବରେ ଦଳଗତ ନିର୍ଵିଶେଷରେ ପ୍ରାୟ ହଜାରରୁ ଉର୍ଦ୍ଧ୍ଵ ସଂଖ୍ୟକ କଂଗ୍ରେସ କର୍ମୀ ସମେତ ସାଧାରଣ ଜନତା ପ୍ରଥମେ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ଫୁଲହାର ଦେଇ ଵିଧାୟକ ଧୃବ ସାହୁଙ୍କ ଫଟୋ ପ୍ଲାକାର୍ଡ ଧରି ଵିଧାୟକଙ୍କୁ କଟୁ ମନ୍ତବ୍ୟ ଦେଇ ଵିରାଟ ପଟୁଆରରେ ଯାଇ ରାଜନଗର ପୋଲ ନିକଟ ଚାରି ଛକରେ ଧୃବଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ସେଠାରେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ମହାନ୍ତି ବିଧାୟକ ଘଟାଉଥିବା ନିଛକ ସତ୍ୟର ଦୁର୍ନୀତିର ପରଦା ଫାସ୍ କରିଥିଲେ। ବ୍ଲକ ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି, ଵରିଷ୍ଠ କଂଗ୍ରେସ ନେତା ମାନେ ଉପସ୍ଥିତ ରହି ସ୍ବ ଚିନ୍ତିତ ବକ୍ତବ୍ୟ ପ୍ରଦାନ କରି ଥିଲେ।

nis-ad
Leave A Reply

Your email address will not be published.