ସୁପର ସବ-ଜୁନିଅର କିରୋଗୀ ଓ ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳକୁ ସ୍ଵର୍ଣ୍ଣ

ଫୁଲବାଣୀ : ଦ୍ୱିତୀୟ ରାଜ୍ୟସ୍ତରୀୟ ସୁପର ସବ ଜୁନିଅର ଓ କିରୋଗୀ ଓ ପୁମାସି ପ୍ରତିଯୋଗିତାରେ କନ୍ଧମାଳକୁ ୧ସ୍ଵର୍ଣ ପଦକ ୩ ରୋପ୍ୟ ପଦକ ଓ ୪ କାଂସ୍ୟ ପଦକ ଓଡିଶା ଟାଏକୋଣ୍ଡୋ ସଙ୍ଘ ଓ ପୁରୀ ଟାଏକୋଣ୍ଡୋ ସଙ୍ଘ ମିଳିତ ସହଯୋଗରେ ଦ୍ୱିତୀୟ ତମ ଓଡିଶା ସୁପର ସବ-ଜୁନିଅର କିରୋଗୀ ଓ ପୁମାସି ଟାଏକୋଣ୍ଡୋ ପ୍ରତିଯୋଗିତା ଗ୍ରାଣ୍ଡ ରୋଡ଼ ରାଣୀ ସତୀ ଭବନ ଠାରେ ଚଳିତ ମାର୍ଚ୍ଚମାସ ୭-୧-୨୦୨୪ ତାରିଖରେ ଅନୁଷ୍ଠିତ ହୋଇଅଛି l
ଏହି ପ୍ରତିଯୋଗିତାରେ ଓଡିଶାରୁ ବିଭିନ୍ନ ଜିଲାରୁ ୨୦୦ ରୁ ଉର୍ଦ୍ଧ୍ବ ବାଳକ ଓ ବାଳିକା ଅଂଶଗ୍ରହଣ କରିଛନ୍ତି l ସେଥି ମଧ୍ୟରୁ ଆମ କନ୍ଧମାଳ ଜିଲାରୁ ୬ ଜଣ ପ୍ରତିଯୋଗିତାରେ ୩ବର୍ଷ ରୁ ୭ବର୍ଷ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଛନ୍ତି l୬ଜଣକ ମଧ୍ୟରୁ ଆମ ଜିଲାରୁ ୧ ଜଣ ପିଲା ସ୍ଵର୍ଣ ପଦକ ୩ ଜଣ ରୋପ୍ୟ ପଦକ ଓ ୩ ଜଣ କାଂସ୍ୟ ପଦକ ପାଇଛନ୍ତି l ଚ୍ଛଅ ବର୍ଷର ଆରିଏଲ ଡାନିଏଲ ସବ ଜୁନିଅର 20 କେଜି ପ୍ରତିଯୋଗିତା ରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି l ଯାହାକି ଆମ କନ୍ଧମାଳ ପାଇଁ ଏହା ଗର୍ବ ଆଉ ଗୌରବ ଆଣିଛନ୍ତି l ଏ ନେଇ ଜିଲ୍ଲାରେ ଖୁସିର ମାହୋଲ ସ୍ରୁଷ୍ଟି କରିଛି l ଏ ନେଇ ଜିଲ୍ଲା ସଂଘର ସଭାପତି ପ୍ରତାପ କୁମାର ମୁଖୀ ପିଲାମାନଙ୍କୁ ଆଶୀର୍ବାଦ କରିଛନ୍ତି ତା ସଙ୍ଗେ ସଙ୍ଗେ ଜିଲ୍ଲା ର ସିନିଅର କୋଚ ରମାକାନ୍ତ ବେହେରା, ପ୍ରିତମ ପ୍ରଧାନ ଓ ମଦନ ଦଳବେହେରା ସମସ୍ତ ପିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି lତା ସଙ୍ଗେ ସଙ୍ଗେ ଓଡିଶା ଟାଇକୋଣ୍ଡ ସଙ୍ଘର ସମ୍ପାଦକ ପିଲାମାନଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି l ଶେଷରେ କନ୍ଧମାଳ ଜିଲ୍ଲା ଟାଇକୋଣ୍ଡ ସଂଘର ସମ୍ପାଦକ ପ୍ରଭାତ କୁମାର ସାହୁ ସମସ୍ତ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପିଲାମାନଙ୍କୁ ଜାତୀୟ ସ୍ତରରେ ଯେମିତି ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଛନ୍ତି l

nis-ad
Leave A Reply

Your email address will not be published.