ଦାରିଙ୍ଗବାଡ଼ିଠାରେ ବ୍ଲକସ୍ତରୀୟ ଜନଜାତି ଓ ଶୀତ ମହୋତ୍ସବ ୨୦୨୪ର ଶୁଭ ଉଦ୍‌ଘାଟନ

ଦାରିଙ୍ଗବାଡ଼ି, ୧୦/୧ : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ ଜନ ଜାତି ମହୋତ୍ସବ- ୨୦୨୪ର ଶୁଭଉଦଘାଟନ ଗତକାଲି ହୋଇ ଯାଇଛି। ଏହାକୁ ବ୍ଲକ ସ୍ତରୀୟ ଜନ ଜାତି ମହୋତ୍ସବ-୨୦୨୪ କମିଟିର ସଭାପତି ତଥା ଉପ – ବାଚସ୍ପତି ସାଲୁଗା ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଭିନ୍ନକ୍ଷମ , ସାମାଜିକ ଉଦ୍ୟୋଗ , ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶିଷ୍ଟ ବ୍ୟକ୍ତି ଙ୍କ ସାମାଜିକ ଓ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ନନ୍ଦିନୀ ମଲ୍ଲିକ , ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷ ଶ୍ରୀଯୁକ୍ତ ରଦନ ମଲ୍ଲିକ , ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ , ସ୍ଵତନ୍ତ୍ର ଉନ୍ନୟନ ପରିଷଦ ୧୦ନଂ ଜୋନ୍ ସଭ୍ୟା ଶ୍ରୀମତୀ ରଞ୍ଜିତା ପ୍ରଧାନ, ରାଇକିଆ ସମିତି ଅଧ୍ୟକ୍ଷ ପ୍ରୀତମ ଚାନ୍ଦ ପ୍ରଧାନ,ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ଓ ତହସିଲଦାର ଶରତ ଶବର ଯୋଗଦେଇ ଥିଲେ । କାର୍ଯ୍ୟକ୍ରମରେ ବିଡିଓ ଗଦାଧର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଜନଜାତିଙ୍କ କଳା, ସଂସ୍କୃତି ଓ ପରମ୍ପରାଙ୍କୁ ବଞ୍ଚେଇ ରଖୁବା ପାଇଁ ରାଜ୍ୟ ସରକାର ଜନଜାତି ମହୋତ୍ସବ ହାତକୁ ନେଇ ଥିବା ଉପବାଚସ୍ପତି ଅଭିଭାଷଣ ରଖିଥିଲେ। କନ୍ଧମାଳ ଜିଲ୍ଲାର ରହିଥିବା ଆଦିବାସୀ ପରମ୍ପରାକୁ ନେଇ କୁଇ ନୃତ୍ୟ, ଗୀତ ଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୯ ଓ ୧୦ ତାରିଖ ଜନଜାତି ମହୋତ୍ସବ କାର୍ଯ୍ୟକ୍ରମ ରହିଥିବା ବେଳେ ୧୧ରୁ ୧୩ ତାରିଖ ମଧ୍ୟରେ ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଅନୁଷ୍ଠିତ ହେବ। ସେହିପରି ୧୪ ତାରିଖରେ ନୂଆ-ଓ ଉତ୍ସବ କରାଯିବ। ବିଡିଓଙ୍କ ଲିଖିତ ପୁସ୍ତକ ‘ଦାରିଙ୍ଗବାଡ଼ି ଅଭୁଲା ସ୍ମୃତି’ ବହି ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମରେ ଏପିଓ କେଦାର ଚନ୍ଦ୍ର ପଣ୍ଡାଙ୍କ ସମେତ ବ୍ଳକ୍ ଓ ତହସିଲ ଅଫିସର କର୍ମକର୍ତ୍ତା ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.