ମାଲକାନଗିରି ପୋଲିସ କୁ ସଫଳତା । ଏକଲକ୍ଷ ଟଙ୍କାର ପୁରସ୍କାର ଇନାମୀ ମହିଳା ମାଓବାଦୀ କଲେ ଆତ୍ମସମର୍ପଣ…

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ୧ ଲକ୍ଷ ଇନାମୀ ଥିବା ଜଣେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତିା ଆଜି ସାମ୍ବାଦିକ ସମ୍ମିଳନୀରେ ଅବସରରେ ଏସ୍‌ପି ନିତିଶ୍‌‌ ବାଧ୍ୱାନୀ ଏହି ସୂଚନା ଦେଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେବାଡା ଜିଲ୍ଲା କଟକଲ୍ୟାଣ ଥାନା ପିତାଦାବ ଗ୍ରାମ ନିବାସୀ ଉଙ୍ଗି ମାଡ଼ବି ଓରଫ ରୋସନି ୨୦୧୬ରେ ମାଲକାନଗିରି ଜିଲ୍ଲା ସିପିଆଇ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ଉକ୍ତ ମାଓ ସଂଗଠନ ବନ୍ଦ ହେଲା ପରେ ଛତିଶଗଡ଼ର ଦଣ୍ଡକାରଣ୍ୟ ସ୍ପେସାଲ ଜୋନାଲ କମିଟିର ପାର୍ଟି ସଦସ୍ୟ ଭାବେ ଯୋଗ ଦେଇଥିଲେ। ତେବେ ବର୍ତମାନ ମାଲକାନଗିରି ଜିଲ୍ଲା ସୀମାନ୍ତ ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ ନିକଟସ୍ଥ ମହୁପଦର, ଟେମୁରୁପାଲ୍ଲୀ, କର୍ତନପାଲ୍ଲୀ, ତୁଳସୀଠାରେ ବିଏସଏଫ କ୍ୟାମ୍ପ ଅନୁଷ୍ଠିତ ହେବା ପରେ ବହୁ ମାଓବାଦୀ ସରକାରଙ୍କ ଥଇଥାନ ଅନୁସାରେ ଆତ୍ମ ସମର୍ପଣ କରିଥିବା ନଜିର ରହିଛି । ବର୍ତ୍ତମାନ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଦ୍ୱାରା ବହୁ ସ୍ଥାନରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା ମାନ ହେବା ମାଓବାଦୀଙ୍କୁ ଆଗଭଳି ଜନ ସମର୍ଥନ ମିଳୁନାହିଁ । ମାଓବାଦ ମାନେ ଆତ୍ମ ସମର୍ପଣ କଲେ ସେମାନଙ୍କୁ ସରକାରୀ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହ ଆତ୍ମନିର୍ଭରଶୀଳ ଯୋଜନା ରେ ସାମିଲ କରାଯାଉଛି ।

nis-ad
Leave A Reply

Your email address will not be published.