ଏବେବି ବଞ୍ଚିଛି ମାନବିକତା

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲ ପଞ୍ଚାୟତର ମୁଙ୍ଗଦାଣ୍ଡରେ ଗତ ତା:08/01/24 ରିଖ ଅପରାହ୍ନ ପ୍ରାୟ 4ଟା ସମୟରେ ଦଲକି ପଟୁ ବୀରମିତ୍ରପୁର ଯାଉଥିବା ଜଣେ ବାଇକ ଚାଳକଙ୍କ ପକେଟରୁ ଏକ ମନି ପର୍ଷ ମୁଙ୍ଗଦାଣ୍ଡ ନିକଟ ରାସ୍ତାରେ ଖସି ପଡ଼ିଥିଲା | ଏହି ପର୍ଷରେ ଦୋଷ ହଜାର ଟଙ୍କା ଓ ଦରକାରୀ କାଗଜ ପତ୍ର ରହିଥିଲା | ଉକ୍ତ ପର୍ଶକୁ ନବଜ୍ୟତି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମହାପାତ୍ର ପାଇଥିଲେ | ପରେ ସଲଙ୍ଗାବାହାଲ ନିବାସୀ ଅନାମ ଚନ୍ଦ୍ର ସାହୁଙ୍କ ସହାୟତାରେ ଉକ୍ତ ବ୍ୟକ୍ତିଙ୍କର ଖବର ଜାଣିବାକୁ ମିଳିଥିଲା ! ସେ ହେଉଛନ୍ତି ବୀରମିତ୍ରପୁର ନିବାସୀ ଅଭିରାମ ସୁରିନ | ତାଙ୍କୁ ଖବର ମିଳିବା ମାତ୍ରେ ସେ ବିଦ୍ୟାଳୟରେ ପହଞ୍ଚି ଆଜି ତା:09/01/24 ରିଖ ଦିନ ତାଙ୍କର ସମସ୍ତ ଜିନିଷ ଟଙ୍କା ପର୍ଶ ପାଇଁ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ ଓ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ବହୁତ ବହୁତ ଧନ୍ୟବାଦ୍ ଅର୍ପଣ କରିବା ସହ ଖୁସିରେ କାନ୍ଦି ପକାଇଥିଲେ |

nis-ad
Leave A Reply

Your email address will not be published.