ଭିତରକନିକା ଜାତୀୟ ଉଦ୍ୟାନରେ ବ଼଼ଉଳା କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନରେ ଆଜି କନିକା ରେଞ୍ଜ କାର୍ଯ୍ୟାଳୟ ପରିସରରେ ବଉଳା କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର -2024 ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ବୈଜ୍ଞାନିକ ଶ୍ରୀ ସୁଧାକର କର ଯୋଗ ଦେଇ ବଉଳା କୁମ୍ଭୀର ଗଣନା ସମ୍ପର୍କିତ ବହୁ ଉପାୟ ତଥା କୁମ୍ଭୀର ମାନଙ୍କର ପ୍ରଜନନ, ଅଣ୍ଡାଦାନ ଏବଂ ଛୁଆ ଜନ୍ମ ହେବାର ସମସ୍ତ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ। ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ଗୋପୀନାଥ ଯାଦବ ସଭାପତିତ୍ବ କରିଥିବା ଵେଳେ ଶ୍ରୀ ପ୍ରସନ୍ନ କୁମାର ନାୟକ ଗବେଷକ ସଭା ସଞ୍ଚାଳନ କରିଥିଲେ। ସହକାରୀ ବନ ସଂରକ୍ଷକ ଶ୍ରୀ ଗଗନ ବିହାରୀ ମଲ୍ଲିକ ସଭାରେ ଯୋଗ ଦେଇ ନିଜ ବକ୍ତବ୍ୟ ପ୍ରଦାନ କରି ଥିଲେ। ରେଞ୍ଜ ଅଧିକାରୀ ଶ୍ରୀ ମାନସ କୁମାର ଦାସ ଙ୍କ ନେତୃତ୍ୱରେ ଶ୍ରୀ ପ୍ରଶାନ୍ତ କୁମାର ସିଂ ଫରେଷ୍ଟର, ଶ୍ରୀ ସୁନିଲ୍ ରଞ୍ଜନ ରାଉତରାୟ ବନରକ୍ଷୀ, ଶ୍ରୀ ବବୁଲ କୁମାର ପରିଡ଼ା ବନରକ୍ଷୀ ଏବଂ ଶ୍ରୀ ହେମନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଉକ୍ତ କାର୍ଯକ୍ରମରେ ସହଯୋଗ କରିଥିଲେ। ସୂଚନା ଥାଉକି ଆସନ୍ତା ତା 10.01.2024 ରିଖ ରୁ ତା 12.01.2024 ରିଖ 3 ଦିନ ପର୍ଯ୍ୟନ୍ତ କୁମ୍ଭୀର ଗଣନା ଆରମ୍ଭ କରାଯିବ।ଏହି ପ୍ରଶିକ୍ଷଣ ଶିବିରରେ ରାଜନଗର ,ମହାକାଳପଡା, କନିକା ଓ ଗହୀରମଥା ରେଞ୍ଜ ମାନଙ୍କରୁ ସମସ୍ତ ଵନ କର୍ମଚାରୀମାନେ ଏହି ପ୍ରଶିକ୍ଷଣ ନେଇଥିଲେ।

nis-ad
Leave A Reply

Your email address will not be published.