କମଳା ପ୍ରକାଶନୀର ପ୍ରତିଷ୍ଠାତା କମଳା ମହାପାତ୍ରଙ୍କ ତିରୋଧାନ

ଫୁଲବାଣୀ : ଫୁଲବାଣୀ ସହରର ଏକମାତ୍ର ନିର୍ଭର ଯୋଗ୍ୟ ପୁସ୍ତକ ପ୍ରକାଶନୀ “କମଳା ପ୍ରକାଶିନୀ”ର ପ୍ରତିଷ୍ଠାତା କମଳା ମହାପାତ୍ର ଆଉ ନାହାନ୍ତି l ଗତକାଲି ସେ ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କଲେ l ମୃତ୍ୟୁ ଶଯ୍ୟାରେ ତାଙ୍କ ପୁଅ ଝିଅ ବୋହୂ ନାତି ନାତୁଣୀ ସହିତ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ l ସେ ଜଣେ ପରୋପକାରୀ ଓ ଧର୍ମ ପରାୟଣା ମହିଳା ଅଟନ୍ତି l ତାଙ୍କ ମୃତ୍ୟୁ ଖବର ପାଇଲା ମାତ୍ରେ ସହରରେ ଶୋକର ଛାୟା ଖେଳି ଯାଇଥିଲା l ବହୁ ବୁଦ୍ଧିଜୀବୀ, କବି, ଲେଖକ ଶୁଭେଛୁ, ଆତ୍ମୀୟ ସ୍ୱଜନ ମାନେ ଆସି ଶେଷ ଦର୍ଶନ କରିବା ସହ ଶେଷକୃତ୍ୟ ରେ ଯୋଗ ଦେଇଥିଲେ l ବଡ଼ ପୁଅ ପ୍ରସନ୍ନ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ l ପ୍ରକାଶ ଯୋଗ୍ୟ କନ୍ଧମାଳର ବରିଷ୍ଠ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସ୍ବର୍ଗତ ମହାପାତ୍ରଙ୍କର ସାନ ପୁଅ ଅଟନ୍ତି l ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀ ସମ୍ବାଦ ସାହିତ୍ୟ ଘର, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳ, ରୋଟାରି କ୍ଲବ, ନିରଞ୍ଜନ ଦିବ୍ୟାଙ୍ଗ ସେବା ସମିତି ପ୍ରଭୃତି ଅନୁଷ୍ଠାନର କର୍ମକର୍ତ୍ତାମାନେ ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି l

nis-ad
Leave A Reply

Your email address will not be published.