ଚିକିଟୀ ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଲୋକଙ୍କ ପାଖରେ ଖବର ନାହିଁ ସାଧାରଣରେ ଅସନ୍ତୋଷ


ଚିକିଟୀ : ଆଜି ଚିକିଟୀ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ୀଲ୍ଲାପାଳ ଲିନା କୁମାରୀ ଖେସ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ଃ .ଶ୍ରବଣ ବିବେକ ଏମ, ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣି ଦାସ,ଜ଼ୀଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଅବିଦା ପ୍ରବୀଣ,ଅତିରିକ୍ତ ଯୋଗାଣ ଅଧିକାରୀ ସକଳେଶ୍ୱର ଦାସ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ,ଚିକିଟୀ ବିଡ଼ିଓ ପ୍ରମୋଦ କୁମାର ନାୟକ,ତହସିଲଦାର ବଳଦେବ ବେହେରା,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ କୂଳଦୀପ କୁମାର ପ୍ରମୁଖ ଯୋଗ ଦାନ କରି ୫୨ ଟି ଅଭିଯୋଗ ଶୁଣାଣି କରିଥବା ସୂଚନା ପ୍ରକାଶ ପାଉଥିବା ବେଳେ ଚିକିଟୀ ବ୍ଲକ ପ୍ରଶାସନ ଏହି ଅଭିଯୋଗ ଶୁଣାଣି ନେଇ କାହାରିକୁ ସୂଚନା ଦେଇନଥିବା ଅତିରିକ୍ତ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଥିଲା | ସୂଚନା ପ୍ରକାରେ ବିଜ୍ଞପ୍ତି ପ୍ରକାଶ ପାଇବା ଏକ ସପ୍ତାହ ମଧ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରଚାର ପ୍ରସାର କରିବାର ନିୟମ ରହିଥିବା ବେଳେ ବ୍ଲକ ପ୍ରଶାସନ ଏଭଳି କୌଣସି କାର୍ଯ୍ୟ କରିନଥିବା ଯୋଗୁଁ ବହୁ ଜନ ସାଧାରଣ ଏହି ମିଳିତ ଜନ ଅଭିଯୋଗ ଶୁଣାଣିରୁ ବାଦ ପଡିଥବା ଚର୍ଚ୍ଚା ହେଉଛି | ବ୍ଲକର ୧୭ଗୋଟି ପଞ୍ଚାୟତ ସାଙ୍ଗକୁ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ୫୨ଟି ଅଭିଯୋଗ ଗ୍ରହଣ ନେଇ ସୂଚନା ପରେ ଏହା ରାମ ରାଜ୍ୟ ବୋଲି ବୁଦ୍ଧିଜୀବି ଇଙ୍ଗିତ କରିବା ସହ ଜନସାଧାରଣ ଙ୍କୁ ଅନ୍ଧାର ରେ ରଖି ବ୍ଲକ ପ୍ରଶାସନ ର ଏଭଳି ଅପାର ଗତାକୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l ତେବେ ଜନତାଙ୍କ ସକାଶେ ସରକାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଜନତା ଏଥିରୁ ବାଦ ପଡିବା କୌଣସି ନା କୌଣସି ପ୍ରକାର ଏକ ସନ୍ଦେହ ଉପୁଜିଥିବା କଥା ଚର୍ଚ୍ଚା ହେଉଛି। ଏ ସମ୍ପର୍କ ରେ ବିଡିଓ ପ୍ରୋମଦ କୁମାର ନାୟକ ଙ୍କୁ ପଚାରିବାରେ ଏହାର ଉତ୍ତରରେ ପରବର୍ତୀ ଶୁଣାଣିରେ ସମସ୍ତ ବ୍ୟବସ୍ଥା କରିବା ନେଇ ମତବ୍ୟକ୍ତ କରିଥିଲେ |

nis-ad
Leave A Reply

Your email address will not be published.