ରାଜନଗରରେ ଘରକୁ ଘର ବୁଲିଲା ଅର୍ପଣ ରଥ ସମର୍ପଣ କଲେ ଗୁଆ ଅରୁଆ ଚାଉଳ ଗର୍ଜିଲା ହରିବୋଲ ହୁଳହୁଳି

ରାଜନଗର : ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସୁରକ୍ଷା ଏବଂ ପ୍ରଚାର ଓ ପ୍ରସାର ଓଡିଶା ସରକାରଙ୍କ “ଆମ ଓଡିଆ ନଵୀନ ଓଡିଶା “ଯୋଜନାର ଅନ୍ୟତମ ଅଂଶବିଶେଷ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖ ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନିର୍ମିତ ଐତିହାସିକ “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ “ର ଲୋକାର୍ପଣ କରିଵେ। ଏହି ମୂହୁର୍ତ୍ତକୁ ଅଧିକ ଭାବ ପୁର୍ଣ୍ଣ କରିବା ପାଇଁ ବିଵିଧ ସାସ୍କୃତିକ ଓ ପ୍ରଚାର ଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତସ୍ତରରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣ ପାଇଁ ସରକାର ଵ୍ୟଵସ୍ଥା କରିଛନ୍ତି। ଏହି କାର୍ଯ୍ୟକ୍ରମ ଶନିବାର ଠାରୁ ୧୬ତାରିଖ ପର୍ଯ୍ୟନ୍ତ ଗ୍ରାମପଞ୍ଚାୟତ ଓ ବ୍ଲକରେ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପଞ୍ଚାୟତ ସମିତିର ଯୋଜନା ପ୍ରକାରେ ଅର୍ପଣ ରଥ ପ୍ରତ୍ୟେକ ପଞ୍ଚାୟତର ଗ୍ରାମରେ ଘରକୁ ଘର ବୁଲି ପ୍ରତ୍ୟେକ ପରିବାରରୁ ଶ୍ରୀଜଗନ୍ନାଥଙ୍କ ଉଦ୍ଧେଶ୍ୟରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବା କାର୍ଯ୍ୟକ୍ରମର ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଆଜି ଛ ଟି ପଞ୍ଚାୟତକୁ ଛଟି ଅର୍ପଣ ରଥକୁ ଵିଧାୟକ ଶ୍ରୀଯୁକ୍ତ ଧୃଵ ସାହୁ ଶୁଭ ଉଦ୍ଘାଟନ କରିଥିଲେ। ଏହି ଛଟି ରଥ ପ୍ରଥମେ ରାଜନଗର ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟରେ ସମଵେତ ହୋଇ ପୂଜାର୍ଚ୍ଚନା କରାଯାଇଥିଲା। ପରେ ପାଞ୍ଚଟି ପଞ୍ଚାୟତକୁ ପଠା ଯିବା ପରେ ସଦର ରାଜନଗର ପଞ୍ଚାୟତ ପାଇଁ ଗୋଟିଏ ରଥ ରହିଥିଲା। ଏହି ଅର୍ପଣ ରଥ ପରିକ୍ରମା ପାଇଁ ସମଗ୍ର ରାଜନଗର ଭାଵମୟ ହୋଇ ଉଠିଛି। ସଂକୀର୍ତ୍ତନ ତାଳେ ତାଳେ, ହରିବୋଲ ହୁଳହୁଳି, ଶଙ୍ଖ ଧ୍ୱନି ଓ ଜୟ ଜଗନ୍ନାଥ ସ୍ଵର ଏଵଂ ଦୃଷ୍ଟିହୀନଙ୍କ ଜଗନ୍ନାଥଙ୍କ ଭଜନ ସମଗ୍ର ପରିବେଶରେ ପ୍ଲାବିତ କରିଛି ଭକ୍ତିର ଅପୂର୍ବ ତରଙ୍ଗ। ଘରକୁ ଘର ଵୁଲୁଛି ଶ୍ରୀ ଜଗନ୍ନାଥଙ୍କ ‘ଅର୍ପଣ ରଥ ‘ । ଘର ଦାଣ୍ଡରେ ରଙ୍ଗ ବେରଙ୍ଗର ଅପୂର୍ବ ଝୋଟିରେ ଝଲକୁଛି କୁମ୍ଭ କଳସ ଭକ୍ତିର ଶୁଭ ଶଙ୍କେତ ଦେଉଛି। ଲୋକେ ଅର୍ପଣ ରଥର ପରିକ୍ରମା ଵିଳମ୍ବକୁ ଖାତିରି ନକରି ଭାବ ଓ ଭକ୍ତିର ସହ ଗୁଆ ଓ ଅକ୍ଷତ (ଅରୁଆ ଚାଉଳ )ସମର୍ପି ଦେଇ ପ୍ରଭୁଙ୍କ ଆଶୀଷ ନେଉଛନ୍ତି। ଏହି ଗୁଆ ଅରୁଆ ଚାଉଳ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ଅବସରରେ ଜାନୁଆରୀ ମାସ 17ତାରିଖରେ କୋଟି କୈବଲ୍ୟନାଥଙ୍କୁ ସମର୍ପଣ କରାଯିବ। ସୂଚନା ଥାଉକି ଗାଁ ଗାଁ ରୁ ଆଦାୟ ହୋଇଥିବା ଏହି ଗୁଆ ଅରୁଆ ଚାଉଳ ପ୍ରଥମେ ବ୍ଲକର ଜଗନ୍ନାଥଙ୍କ ମନ୍ଦିରରେ ରଖାଯିବ। ପରବର୍ତ୍ତୀ ସମୟରେ ଏକ ସ୍ବତନ୍ତ୍ର ଗାଡି ଯୋଗେ ଶ୍ରୀମନ୍ଦିର ନିଆଯିବ। ଅର୍ପଣ ରଥର ଏହି ଯାତ୍ରାକୁ ଶୃଙ୍ଖଳିତ କରିବାକୁ ନୋଡାଲ ଅଫିସର ନିୟୋଜିତ ଥିଲେ।

nis-ad
Leave A Reply

Your email address will not be published.