ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ

ଦେବଗଡ, ୮|୧ : ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ସାନଡଙ୍ଗାଘାଟ ଗ୍ରାମ ନିକଟରେ ଏଭଳି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ରିଆମାଳ ବ୍ଲକ ନୁଆଡିହି ଗ୍ରାମର ନରେନ୍ଦ୍ର ପ୍ରଧାନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ନରେନ୍ଦ୍ର ଏକ ବାଇକ ଯୋଗେ ତାଳକୁଣ୍ଡି ଗ୍ରାମର ନିଜ ସମୁଦି ଘରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ସାନଡଙ୍ଗାଘାଟ ଗ୍ରାମ ନିକଟ ରାସ୍ତା ପାଶ୍ୱର୍ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ । ଫଳରେ ରାସ୍ତା କଡକୁ ନରେନ୍ଦ୍ର ଛିଟିକି ପଡିଥିବା ବେଳେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ରିଆମାଳ ଥାନା ପୋଲିସ ସୂଚନା ପାଇ ଘଟଣାସ୍ଥଳରୁ ନରେନ୍ଦ୍ରଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଦେବଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.