ଛତ୍ରପୁର ଆର୍‌ଟିଓ କାର୍ଯ୍ୟାଳୟରେ ପୁଣି ଦଲାଲ ସକ୍ରିୟ : ଅଧିକାରୀଙ୍କ ଛତ୍ରଛାୟା ତଳେ ଦଲାଲମାନଙ୍କ ବେପାର ଆରମ୍ଭ..!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଆର୍ଟିଓ କାର୍ଯ୍ୟାଳୟ ରେ ପୁଣି ଦଲାଲ ଗିରି ଆରମ୍ଭ ହୋଇଥିବା ଖବର ମିଳିଛି। ଗତ ଅକ୍ଟୋବର ମାସ ୧୪ ତାରିଖ ରେ ଗଞ୍ଜାମ ଏସ.ପି ଙ୍କ ନିର୍ଦ୍ଧେଶ ରେ ଛତ୍ରପୁର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଦିନ ଚାରି ଜଣ ଦଲାଲ ପୋଲିସ ହାବୁଡ଼ ରେ ପଡିଥିଲେ। ସେମାନଙ୍କ ଠାରୁ ୧୨ଟି ଡ଼ିଏଲ ୭ ଟି ଆରସି ବିଭିନ୍ନ କାଗଜ ପତ୍ର ଜବତ କରି ଚାରିଜଣ ଙ୍କୁ ଗିରଫ କରିଥିଲେ।

କିଛି ଦିନର ନୀରବତା ପରେ ପୁଣି ଦଲାଲ ମାନେ ସକ୍ରିୟ ହୋଇଛନ୍ତି। ଆର୍ଟିଓ କାର୍ଯ୍ୟାଳୟ ର କେତେକ ସେକ୍ୟୁରିଟି କର୍ମଚାରୀ ଓ ଟୋକେନ୍ ଦେବା ମହିଳା ମାନେ ଏହି ଦଲାଲ ମାନଙ୍କୁ ଅଫିସ ଭିତରେ ଛାଡ଼ି ସହଯୋଗ କରୁଥିବା ଅଭିଯୋଗ ହେଉଛି। ଆର୍ଟିଓ ବାବୁ ଅଫିସ ରେ ଥିବା ସୁଯୋଗ ନେଇ ଦଲାଲ ମାନେ ସକ୍ରିୟ ହୋଇ ଲୋକଙ୍କୁ ଜୋର ଜୁଲୁମ କରୁଥିବା ଚର୍ଚ୍ଚା ହେଉଛି। ବାବୁ ମାନଙ୍କ ଆଶୀର୍ବାଦ ରେ ଛତ୍ରପୁର ଓ ଅଗସ୍ତି ନୂଆ ଗାଁ ରେ ଥିବା କାଯ୍ୟାଳୟ ରେ ଦଲାଲ ପୁଣି ଅଫିସ ଭିତରେ ବସି ଖୁଲାମ ଖୁଲା ଫିଟନେସ ଓ ଡ଼ି.ଏଲ ତଦାରଖ କରି ଲୋକଙ୍କୁ ଜୁଲୁମ କରୁଥିବା ନେଇ ଚର୍ଚ୍ଚା ହେଉଛି। ଅନଭିଜ୍ଞ ଦଲାଲ ମାନଙ୍କୁ ଫିଟନେସ ଓ ଡ୍ରାଇଭିଙ୍ଗ ରେ ନିୟୋଜିତ କରାଯାଉଥିବା ଫଳରେ ସାଧାରଣ ଜନତାଙ୍କ ଜୀବନ ସହ ଖେଳୁଥିବା ଚର୍ଚ୍ଚା ହେଉଛି। ଅଗସ୍ତି ନୂଆ ଗାଁ ଗଞ୍ଜାମ ଥାନା ଇଲାକ ରେ ଯାଉଥିବା ଯୋଗୁଁ ଏହି ଫିଟନେସ ଓ ଡ଼ି.ଏଲ କ୍ୟାମ୍ପ କୁ କେତେକ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଗତ ଅକ୍ଟୋବର ମାସର ଚଢ଼ାଉ ପରେ ପୋଲିସ ସହ ଅଧିକାରୀ ମହାଶୟ ଙ୍କ ଏକ ଡ଼ିଲ ହୋଇଥିବା ନେଇ ଚର୍ଚ୍ଚା ହେଉଛି।

ଅଧିକାରୀ ମହାଶୟ ପୂର୍ବରୁ ଯେଉଁ ସବୁ ଅଞ୍ଚଳ ରେ କାର୍ଯ୍ୟକରି ଆସିଛନ୍ତି, ସେଠାରୁ ଭଲ ଆଦାୟ ସହ ଯୋଗାଡ଼ ଯନ୍ତ୍ରରେ ମାହିର ରହି କୁବେର ପାଲଟିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଗିରଫ ହୋଇଥିବା ଦଲାଲ ମାନେ ପୂର୍ବ ଅପେକ୍ଷ ଅଧିକ ସକ୍ରିୟ ହୋଇ ଖୁଲାମ ଖୁଲା ଦଲାଲ ଗିରି କରୁଥିବା ଲକ୍ଷ କରାଯାଇଛି। ଦଲାଲ ମାନଙ୍କୁ ପ୍ରଶୟ ଦେବା ଫଳରେ ବାବୁ ମାନଙ୍କ ବ୍ରବଳ ଆଦାୟ ହେବା ସହ ବାବୁ ନଜାଣିଲା ଭଳି ଅଭିନୟ କରିବା ରେ ମାହିର ବୋଲି ଚର୍ଚ୍ଚା ହେଉଛି। ଖୋଦ ଗଞ୍ଜାମ ଜିଲ୍ଲାପାଳ ଓ ଏ.ସପି ଅତର୍କିତ ଚଢ଼ାଉ କରିଲେ ବାବୁଙ୍କ ଓ ପୋଲିସ ର ଭୂମିକା ଲୋକ ଲୋଚନ କୁ ଆସିବ ବୋଲି ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.