କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୪ ଦ୍ଵିତୀୟ ଦିବସର ସାଂସ୍କୃତିକ ସଂଧ୍ୟା…

ଫୁଲବାଣୀ : କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୪ ଦ୍ଵିତୀୟ ଦିବସର ସାଂସ୍କୃତିକ ସଂଧ୍ୟାର କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ଅବ୍ୟବହିତ ପୂର୍ବରୁ ଛାତ୍ରଛାତ୍ରୀ ଓ ମହିଳା ମାନଙ୍କ ମଧ୍ୟରେ କେତେ ଗୁଡ଼ିଏ ପ୍ରତିଯୋଗିତା କରାଯାଇଥିଲା । ସେଥିମଧ୍ୟରୁ ସୁନ୍ଦର ସ୍ବାସ୍ଥ୍ୟ, କୌତୁକ ପୋଷାକ, ଏକକ ନୃତ୍ୟ ( ବରିଷ୍ଠ ଓ କନିଷ୍ଠ ଚର୍ଗ ଆଦି ପ୍ରତିଯୋଗିତାର ବିଜେତାମାନଙ୍କୁ ସେହି ସାଂସ୍କୃତିକ ସନ୍ଧ୍ୟାର ନିମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସୁନ୍ଦର ସ୍ବାସ୍ଥ୍ୟପ୍ରତିଯୋଗିତା ରେ ତନ୍‌ରି ଚାନିଶା ପ୍ରଧାନ, ଅଦିଭ୍ ଆଲ୍ୟାନ୍ ସାହୁ ଓ ସ୍ମୃତିଲଗ୍ନା ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ କୌତୁକ ପୋଷାକ ପ୍ରତିଯୋଗିତାରେ ଦିବ୍ୟାଶା ପାଇଁ, ଅନ୍ତେଶ ଅନୁତୋଷ ସାହୁ ଓ ଆରଧା ଆରଧନା ସାହୁ ଯଆକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରଷ୍କୃତ ହେଇଥିଲେ । ସେହିପରି ଏକକ ନୃତ୍ୟ (ବରିଷ୍ଠ ବର୍ଗ) ପତିଯୋଗିତାରେ ବୈଷୁରୀ ପାଣିଗ୍ରାହୀ, କୁମାରୀ ସ୍ମୃତିମୟୀ ଚେହେଲା ଓ ଶ୍ରୀଭାଲି ବେହେଲା, ଜେସିକା ରିୟା ଚୋପାଲା, ଦୀପଶିଖା ମୁନି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଏକକ ନୃତ୍ୟ କନିଷ୍ଠ ବର୍ଗ ପ୍ରତିଯୋଗିତା ରେ ଜ୍ୟୋତିଷା ମଲ୍ଲିକ, କେସିଜା ପ୍ରଧାନ ଓ ଆଲିଶା ସାବୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରଷ୍କୃତ ହେଇଥୁଲେ । ଆଜି ଅର୍ଥାତ ତୃତୀୟ ସାଂସ୍କୃତିକ ସଂଧ୍ୟାରେ ଏକକ ଗୀତ ଉଭୟ ଜନିଷ୍ଠ ଓ ବରିଷ୍ଠ, ରଙ୍ଗୋଲି ଏବଂ ରନ୍ଧନ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରାଯିବ । ଗତକାଲି ଠାରୁ କନ୍ଧମାଳ ମହୋତ୍ସବ
ସ୍ମରଣିକା । ‘ଗିରି ଝଙ୍କାର ୯ ନମ୍ବର ଷ୍ଟଲରେ ବିକ୍ରି କରାଯାଉଛି ।ଦ୍ଵିତୀୟ ସାଂସ୍କୃତିକ ସଂଧାର ବିଶେଷ ଆକର୍ଷଣ ଥିଲା ମଧ୍ୟପ୍ରଦେଶର ନିୟୁ ଇମେଜ୍ ଆର୍ଟ ଏକ ସାଗର, ସଫୁଲ ଝାସଡ଼ି ନୃତ୍ୟ ଡାଳ, ଗ୍ୟାନ୍‌ସ ଏକାଡେମୀ, ଫୁଲବାଣୀର ଟ୍ରାଇବାଲ୍ ଡ୍ୟାନ୍ସ , ବେଲପଦରର ସର୍ଗିଫୁଲ ଟ୍ରାଇବାଲ୍ ଗ୍ୟାସ, ନୃତ୍ୟକ୍ଷେତ୍ର ଫାଉଣ୍ଡେସନ ଗ୍ରୁପ, ଚାଲିଙ୍ଗିବାଡ଼ିଲ ଓଡ଼ିଶି ନୃତ୍ୟ, ରାୟଗଡ଼ାର ସରଳା ନୃତ୍ୟ, ସଙ୍ଗୀତ ସାଧନା ସୁଭସିଙ୍ଗାର ଲୋକ ନୃତ୍ୟ, ନାଳଚକୁ ଯୁବକ ସଂଘ, ଚଳାପାଦର ଆଦିବାସୀ ଲୋକ ନୃତ୍ୟ, ଜେ, ନୂଆଗାଁର ଡାକୁଲ ଜୁଇ ନୃତ୍ୟ, ପାରମ୍ପରିକ ଲୋକ କଳାକାର ସଂଘ ଓ ରାଧାକୃଷ୍ନ କଳାକାର ସଂଘ ବାଲିଗୁଡ଼ାର କୁଇ ନୃତ୍ୟ ଦର୍ଶକମାନଙ୍କୁ ବେଶ ଆକର୍ଷିତ କରିଥିଲା ।

nis-ad
Leave A Reply

Your email address will not be published.