ପାନପୋଷ ଉପଖଣ୍ଡର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ…

ସୁନ୍ଦରଗଡ/ରାଉରକେଲା : ଆସନ୍ତା ସାଧାରଣ ନିର୍ବାଚନ ଉପଲକ୍ଷେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ପାନ ପୋଷ ଉପଖଣ୍ଡ ର ଚୁଡାନ୍ତ ଭୋଟର ତାଲିକା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ହୋଇଯାଇଛି। ଗତ ୫ ତାରିଖ ପର୍ଯ୍ୟନ୍ତ ହୋଇଥିବା ଭୋଟର ତାଲିକା ସଂଶୋଧନ ଅନୁଯାୟୀ ପାନପୋଷ ଉପଖଣ୍ଡ ଅନ୍ତର୍ଗତ ବୀରମିତ୍ରପୁର, ରଘୁନାଥପଲ୍ଲି ଓ ରାଉରକେଲା ନିର୍ବାଚନ ମଣ୍ଡଳୀର ଚୁଡାନ୍ତ ଭୋଟର ତାଲିକା ଉପଜିଲ୍ଲାପାଳ ବିଜୟ କୁମାର ନାୟକ ପ୍ରକାଶିତ କରିଛନ୍ତି।
ପାନପୋଷ ଉପଖଣ୍ଡ ଅନ୍ତର୍ଗତ ତିନୋଟି ନିର୍ବାଚନ ମଣ୍ଡଳୀର ୨୦୧୯ ମସିହା ଭୋଟର ତାଲିକା ଅନୁଯାୟୀ ୬୦୭୩୪୧ ଜଣ ଭୋଟର ଥିଲା ବେଳେ ବର୍ତ୍ତମାନ ୨୦୨୪ ଜାନୁଆରୀ ୫ ତାରିଖ ସୁଦ୍ଧା ସମୁଦାୟ ୬,୩୦,୪୯୩ ଭୋଟର ତାଲିକାଭୁକ୍ତ ହୋଇଛନ୍ତି। ୨୦୧୯ ତୁଳନାରେ ୨୦୨୪ ରେ ଭୋଟର ସଂଖ୍ଯା ୨୩୧୫୨ ବଦ୍ଧିପାଇଛି।
ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ୨୦୧୯ ମସିହାରେ ସମୁଦାୟ ୨,୩୧,୬୩୭ ଭୋଟର ତାଲିକା ଭୁକ୍ତ ହୋଇଥିବା ବେଳେ ୨୦୨୪ ଚୁଡାନ୍ତ ତାଲିକାରେ ସମୁଦାୟ ୨,୪୧,୩୦୩ ଭୋଟର ଅଛନ୍ତି।
ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ୨୦୧୯ ମସିହାରେ ସମୁଦାୟ ୧,୭୪,୮୧୭ ଭୋଟର ତାଲିକା ଭୁକ୍ତ ହୋଇଥିବା ବେଳେ ୨୦୨୪ ଚୁଡାନ୍ତ ତାଲିକାରେ ସମୁଦାୟ ୧,୭୯, ୪୮୦ ଭୋଟର ଅଛନ୍ତି।
ସେହିପରି ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୧୯ ମସିହାରେ ସମୁଦାୟ ୨,୦୦,୮୮୭ ଭୋଟର ତାଲିକା ଭୁକ୍ତ ହୋଇଥିବା ବେଳେ ସଂଶୋଧିତ କାର୍ଯ୍ୟକ୍ରମ ପରେ ଚୁଡାନ୍ତ ତାଲିକାରେ ସମୁଦାୟ ୨,୦୯,୭୧୦ ଭୋଟର ଅଛନ୍ତି।

ସେହିପରି ୧୮ -୧୯ଯୁବବର୍ଗରେ ତିନୋଟି ନିର୍ବାଚନ ମଣ୍ଡଳୀ ରେ ଯୁବ ମତଦାତାଙ୍କ ସଂଖ୍ଯା ସମୁଦାୟ ୧୨୮୧୦ ହୋଇଛି।

ଚୁଡାନ୍ତ ତାଲିକା ପ୍ରକାଶନ ସମୟରେ ଉପଜିଲ୍ଲାପାଳଙ୍କ ବ୍ୟତୀତ ଡେପୁଟି କଲେକ୍ଟର ଅର୍ପିତା ମହାନ୍ତି, ସହକାରୀ ଜିଲ୍ଲାପାଳ ଗୋପବନ୍ଧୁ ନାୟକ ଓ ବିକାଶ କୁମାର ଭୋଇ, ଏଡିଡବ୍ଲୁ ଭରତ ଗୁରୁ, କ୍ଷୁଦ୍ର ସଂଚୟ ଅଧିକାରୀ ପ୍ରକାଶ କୁମାର ଦାସ ଉପସ୍ଥିତ ଥିଲେ। ରାଜନୈତିକ ଦଳ ବିଜେପି ପାନପୋଷ ସାଙ୍ଗଠାନିକ ଜିଲ୍ଲା ସଭାପତି ଲତିକା କୁମାରି ପଟ୍ଟନାୟକ, ବିଜେଡି ରାଉରକେଲା ନଗର ସଭାପତି ଗଗନ ପଣ୍ଡା, ଓ ବିଏସପି ରାଉରକେଲା ସଭାପତି ରଂଜନ କୁମାର ତନ୍ତି ଙ୍କୁ ମଧ୍ଯ ଉପଜିଲ୍ଲାପାଳ ଚୁଡାନ୍ତ ତାଲିକା ପ୍ରଦାନ କରିଥିଲେ।

nis-ad
Leave A Reply

Your email address will not be published.