୨୩ବର୍ଷ ସୁଶାସନର ବିକାଶର ନଗ୍ନ ଚିତ୍ର :ରାସ୍ତା ଅଭାବରୁ ନଦୀ ପାର ହୋଇ ଶବକୁ ଶ୍ମଶାନକୁ ନେବାକୁ ଚାରିଟା ହାଣ୍ଡି ଓ କିଛି ବାଉଁଶ ବାଡି ର ସାହାଯ୍ୟ…

ମାଲକାନଗିରି ,୩/୦୧ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଗ୍ରାମ ପଞ୍ଚାୟତ କିରତଙ୍ଗ ଗୁଡା ଗ୍ରାମରୁ ଆଜି ଏଭଳି ଏକ ଦୃଶ୍ୟ ସାମନାକୁ ଆସିଛି ଯାହାକି ବହୁ ବର୍ଷ ପୂର୍ବେ ଦେଖିବାକୁ ମିଳୁଥିଲା । ଗ୍ରାମ ବାସୀଙ୍କ କହିବା ଅନୁଯାୟି କିରତଙ୍ଗ ଗୁଡା ଗ୍ରାମରେ କୌଣସି ଶ୍ମଶାନ ନଥିବା ହେତୁ ସେହି ଗ୍ରାମର ମୃତ ଶବକୁ ସେମାନେ ସଦର ଗ୍ରାମପଞ୍ଚାୟତ ମାରିୱାଡା ଶ୍ମଶାନକୁ ନେଇ ଆସନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜି ମଧ୍ୟ ମାରିୱାଡା ଓ କିରତଙ୍ଗ ଗୁଡାକୁ ସଂଯୋଗ କରୁଥିବା ରାସ୍ତାରେ ଏକ ନଦୀ ପ୍ରବାହିତ ହେଉଛି ସେହି ନଦୀ ପାର ହେବା ପାଇଁ କୌଣସି ଡଙ୍ଗା ନଥିବାରୁ ,ଶବକୁ ନଦୀ ପାର କରିବା ପାଇଁ କିରତଙ୍ଗ ଗୁଡା ବାସୀ ଚାରି ଗୋଟି ବଡ ହାଣ୍ଡିରେ କିଛି ବାଉଁଶ ବାନ୍ଧି ତା ଉପରେ ଶବକୁ ରାଖୀ ଠେଲି ଠେଲି ନଦୀ ପାର କରି ଶ୍ମଶାନକୁ ଆଣି ସାବା ଦାହ କରନ୍ତି । ସେହିପରି ଭାବେ ଆଜି କିରତଙ୍ଗ ଗୁଡା ଗ୍ରାମର ଗଙ୍ଗା ପୂଜାରୀ ନାମକ ବ୍ୟକ୍ତିଙ୍କର ଆଜି ମୃତୁ ଘଟିଥିବା ବେଳେ , ଶବକୁ ନଦୀ ପାର କରି ଶ୍ମଶାନକୁ ଆଣିବା ପାଇଁ ସେହିପରି ଭାବେ ପରିବାର ସମେତ ଗ୍ରାମ ବାସୀ ଚାରି ଗୋଟି ବଡ ହାଣ୍ଡିରେ କିଛି ବାଉଁଶ ବାନ୍ଧି ତା ଉପରେ ଶବକୁ ରଖୀ ଠେଲି ଠେଲି ନଦୀ ପାର କରି ଶ୍ମଶାନକୁ ଆଣି ସାବା ଦାହ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ମାରିୱାଡା ଗ୍ରାମ ପଞ୍ଚାୟତ ସଦର ଠାରୁ କିରତଙ୍ଗ ଗୁଡା ଗ୍ରାମକୁ ନଦୀ ପାର ହୋଇ ଗଲେ ତିନିରୁ ଚାରି କିମି ଥିବା ବେଳେ ରାଖାଲ ଗୁଡା ଓ ଏମ୍ଭି-୨୬ ମଧ୍ୟରେ ସେହି ନଦୀ ଉପରେ ଏକ ବ୍ରିଜ ନିର୍ମାଣ ହୋଇଛି ହେଲେ କିରତଙ୍ଗ ଗୁଡା ଠାରୁ ସେହି ବ୍ରିଜ ଦେଇ ପଞ୍ଚାୟତ ଷଡରକୁ ଆସିବାକୁ ପ୍ରାୟ ୧୦କିମି ବୁଲିବାକୁ ପଡୁଛି। ଏନେଇ ଆମେ କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିବା ପ୍ରସାଦ ପଟ୍ଟନାୟକଙ୍କ ଦ୍ରୁଷ୍ଟି ଆକର୍ଷଣ କରିଉଥିଲୁ , ସେ ତାଙ୍କର ପ୍ରତି କ୍ରିୟାରେ କହିଥିଲେକି ସେ ବର୍ତ୍ତମାନ କିଛି ଦିନ ହେଲା ଆସିଛନ୍ତି ଏବଂ ଏନେଇ ପୁରବାରୁ କୌଣସି ଅଭିଯୋଗ ଆସିନାହିଁ , ଯଦି ଏମିତି କିଛି ଅଛି ଅନୁଧ୍ୟାନ କରି ତାର ପ୍ରତିକାର କରିବାକୁ ଚେଷ୍ଟା କରିବି ।

nis-ad
Leave A Reply

Your email address will not be published.