ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ…

ଓଡ଼ଗାଁ : ଜାତୀୟ ଏକାଡେମୀ ଅଫ ଅଗ୍ନି ଓ ନିରାପତ୍ତା ଇଞ୍ଜିିୟରିଙ୍ଗ୍ କଲେଜ, ଖୋର୍ଦ୍ଧା ଛାତ୍ରଛାତ୍ରୀ ପକ୍ଷରୁ ଆଜି ସଡ଼କ ପୁଲିସ୍ ଓ ଛାତ୍ରଛାତ୍ରୀ ମାନେ ସଡ଼କ ସୁରକ୍ଷା ନିୟମ ସମ୍ପର୍କିତ ବିଭିନ୍ନ ପ୍ଲାକାର୍ଡ ହାତରେ ଧରି ଥାନା ପରିସର ମଧ୍ୟରୁ ଏକ ରାଲି ରେ ବାହାରି ସହର ପରିକ୍ରମା କରିଥିଲେ । ସଡ଼କ, ସୁରକ୍ଷା ନିୟମ ତଥା ସିଗ୍ନାଲ ଲାଇଟ୍, ସାଇନ୍ ବୋର୍ଡ , ଜେବ୍ରା କସିଂ , ଗଡିଚଲାଇବା ସମୟରେ ହେଲମେଟ ପିନ୍ଧିବା, ମୋବାଇଲ ବ୍ୟବହାର ନ କରିବା, ଗାଡ଼ିର ବେଗ କମ କରିବା ରାସ୍ତା ଅତିକ୍ରମ କଲାବେଳେ ବାମ ଓ ଡାହାଣ ପାର୍ଶ୍ଵ ଭଲ ଭାବରେ ଦେଖିବା, ଆମ୍ବୁଲାନ୍ସ ଓ ଦମକଳ ଗାଡ଼ିକୁ ରାସ୍ତା ଛାଡ଼ିଦେବା ଆଦି ସମସ୍ତ ନିୟମ ସଚେତନତା ସୃଷ୍ଟି କରାଇଥିଲେ। ବିଶେଷ କରି ବିନା ହେଲମେଟରେ ଗାଡି ଚଳାଉଥିବା ଚାଳକଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରୁଥିବାର ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ଓଡ଼ଗାଁ ଥାନା ଏସଆଇ ଚକ୍ରଧର ସିଂ, ସ୍ବାଗତ ଦାସ, ଏଏସଆଇ ମନୋଜ କୁମାର ପାତ୍ର ଓ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ।

     
nis-ad
Leave A Reply

Your email address will not be published.