ଶୁଣିଲେନି ସରକାର : ବିଜେପି ଯୁବମୋର୍ଚ୍ଚା ସହାୟତାରେ ରାସ୍ତା ମରାମତି କଲେ ଅଂଚଳବାସୀ…

ଦେବଗଡ଼,୩ା୧ ଦେବଗଡ ପୌରାଂଚଳ ଉପକଂଠସ୍ଥ ତିଲେଇବଣି ବ୍ଲକ କଲଣ୍ଡା ଗ୍ରାମର କାଳିଆକଟା, ଚଡକମରା, ବଲଣ୍ଡା, ପଥୁରିଆସାହି, କୁସୁମଡିହୀ , ଜାଙ୍ଗଲିକୁଦର ଓ ଆମ୍ବୁଲପାଣି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ବାଳିଆପିଟା ନାଳ ପ୍ରବାହିତ ହେଉଥିବା ବେଳେ ସମ୍ପୃକ୍ତ ଅଂଚଳବାସୀଙ୍କ ସାଧାରଣ ଜୀବନଯାତ୍ରାରେ ଏହା ପ୍ରତିବନ୍ଧକ ସାଜିଥାଏ । ଫଳରେ ଉକ୍ତ ରାସ୍ତାରେ ଯାତାୟତ ସମୟରେ ପାଠ ପଢୁଥିବା ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଓ ରୋଗୀ ମାନଙ୍କ ଠାରୁ ଆରମ୍ଭ କରି ସମ୍ପୃକ୍ତ ଅଂଚଳର ପ୍ରାୟ ୫୦୦ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହୁଅନ୍ତି । ଏଣୁ ଏହି ସମସ୍ୟାର ସମାଧାନ ନିମନ୍ତେ ସମ୍ପକ୍ତ ଅଂଚଳବାସୀ ଜିଲା ପ୍ରଶାସନ ନିକଟରେ ଏକାଧିକବାର ଅଭିଯୋଗ କରିବାସହ ଏହାର ସମାଧାନ ନିମନ୍ତେ ଏକ ପୋଲ ନିର୍ମ ।ଣ ପାଇଁ ଦାବୀ କରି ଆସୁଥିଲେ । ଏପରିକି ବିଜେପି ଯୁବ ସଂଗଠକ ସୁଧିର କୁମାର ବ୍ରହ୍ମାଙ୍କ ନେତୃତ୍ୱରେ ଏକାଧିକ ବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଉକ୍ତ ରାସ୍ତାକୁ ଗ୍ରାମ୍ୟ ନିର୍ମାଣ ବିଭାଗକୁ ହସ୍ତାନ୍ତର କରିବାସହ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବୀ କରିଥିଲେ । ଏହା ସତ୍ୱେ ଦାବୀ ପୂରଣ ନହେବାରୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଉକ୍ତ ରାସ୍ତାକୁ ଅସ୍ଥାୟୀ ଭାବେ ମରାମତି କରାଯାଇଛି । ବିଜେପି ଯୁବ ସଂଗଠକ ସୁଧିର କୁମାର ବ୍ରହ୍ମା ଓ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତା ମାନଙ୍କ ସହିତ ବହୁ ଗ୍ରାମବାସୀ ମିଳିମିଶି ସେଠାରେ ପୂର୍ବରୁ ପଡିଥିବା ହ୍ୟୁମ ପାଇପ ଗୁଡିକର ଉଭୟ ପାଶ୍ୱର୍ରେ ମ୍ୟାସିନ ସହାୟତାରେ ଗୋଡି ଓ ମାଟି ବିଛାଇ ରାସ୍ତାର ମରାମତି କରିଥିବା ଜଣାପଡିଛି । ରାସ୍ତା ମରାମତି କାର୍ଯ୍ୟରେ ବିଜେପି ଯୁବମୋର୍ଚ୍ଚାର ବିଜୟ ପାତ୍ର, ଅଜୟ ଦାସ, ଲିପୁନ ବାରିକ, ବରୁଣ ଫଦକାର, ରମେଶ ଥାପା ଓ ଅଂଚଳବାସୀଙ୍କ ପକ୍ଷରୁ ନିରୁପମା ଧଳ, ଇନ୍ଦୁମତି ବାଘ,ସୁଚିତା ବାଘ, ପ୍ରେମ ମଂଜରୀ ସାମଲ, ତୁଳସୀ ଥାପା ଓ ରୁକ୍ମିଣୀ ଧଳ ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.