ଦେବଗଡ଼ରେ ଜିଲାସ୍ତରୀୟ ‘ନୂଆଁ-ଓ’ ଯୁବ ମହୋତ୍ସବ : ଦୁଲୁକିଲା ମଂଚ, ନାଚିଲେ ଝୁମିଲେ ହଜାର ହଜାର ଛାତ୍ରଛାତ୍ରୀ

ଦେବଗଡ଼,(୩ା୧) : ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବଡବଗିଚା ପଡିଆଠାରେ ଆଜି ଜିଲା ସ୍ତରୀୟ ‘ନୂଆଁ-ଓ ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେବଗଡ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ଜିଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ୨୦୨୨ ମସିହାରେ ୩୦୬ ର‌୍ୟାଙ୍କରେ ସଫଳତା ହାସଲ କରି ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିବା ଦେବଗଡ ଜିଲା ଭୁକାବେଡା ଗ୍ରାମର ଆଇଏଏସ୍ ଅଫିସର ସୌମ୍ୟରଞ୍ଜନ ପ୍ରଧାନ, ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ,ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର ଓ ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ ।

ଏହି ଅବସରରେ ପୂର୍ବରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଜିଲା ସ୍ତରୀୟ କବିତା ଲିଖନ,କ୍ଷୁଦ୍ରଗଳ୍ପ ଲିଖନ, ଚିତ୍ରାଙ୍କନ, ସଂଗୀତ,ଷ୍ଟାଣ୍ଡ ଅଫ୍ କମେଡି,ଦଳଗତ ନୃତ୍ୟ ଏବଂ କଷ୍ଟ୍ୟୁମ ଓ ର‌୍ୟାମ୍ପ ଶୋ’ର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା ।ଏଥିସହ ଯୁବ ସମାଜ ମଧ୍ୟରେ ଉତ୍ସାହ ଉଦ୍ଦୀପନା ସୃଷ୍ଟି ନିମନ୍ତେ ଏଲଇଡି ସ୍କ୍ରିନ ଦ୍ୱାରା ଭିଡିଓ ଚିତ୍ର ମାଧ୍ୟମରେ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବାର୍ତା ପ୍ରଦର୍ଶନ କରାଯାଇଥିଲା । ଏହାପରେ ଦେବଗଡ ଜିଲାପାଳ ଶ୍ରୀଯୁକ୍ତ ଉପାଧ୍ୟାୟ ଓ ୨୦୨୨ ମସିହାରେ ସଫଳତା ହାସଲ କରି ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିବା ଦେବଗଡ ଜିଲାରେ ଜନ୍ମିତ ଆଇଏଏସ୍ ଅଫିସର ଶ୍ରୀଯୁକ୍ତ ପ୍ରଧାନ ସ୍ୱତନ୍ତ୍ର ଭାବେ ମଂଚରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜର ସଫଳତାର କାହାଣୀ ବର୍ଣ୍ଣନା କରିବା ସହ ଉଭୟେ ସରକାରୀ ସ୍କୁଲରେ ପାଠ ପଢି ଏହି ସଫଳତା ପାଇଥିବା ନେଇ ପ୍ରେରଣାଦାୟୀ ବାର୍ତା ପ୍ରଦାନ କରିଥିଲେ । ଏହାପରେ ଦେବଗଡ ଜିଲାର ବିଭିନ୍ନ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ଦଳଗତ ନୃତ୍ୟ ପରିବେଷଣ କରାଯାଇଥିଲା । ଏଥିସହ ଓଡିଶାର ସ୍ୱନାମଧନ୍ୟ କଂଠଶିଳ୍ପୀ ଅସୀମା ପଣ୍ଡା ଓ ସ୍ୱନାମଧନ୍ୟ ନୃତ୍ୟ ଦଳ ‘ ପ୍ରିନ୍ସ ଡ୍ୟାନ୍ସ ଗୃପ ’ , ‘ଆଲୋକ ପଣ୍ଡା ଏବଂ ଗୃପ ’ ସମେତ ଏକାଧିକ ନୃତ୍ୟ ଅନୁଷ୍ଠାନ ଓ କଂଠ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଓ ଗୀତରେ ମଂଚ ଦୁଲୁକି ଉଠିବାସହ ଏହାର ତାଳେ ତାଳେ ଉପସ୍ଥିତ ହଜାର ହଜାର ଛାତ୍ରଛାତ୍ରୀ ଝୁମି ଉଠିଥିଲେ । ଏହି ଅବସରରେ ଜନାଶୁଣା ଜାଦୁକର ସୁଧାଂଶୁଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ‘ମ୍ୟାଜିକ ଶୋ’ ଛାତ୍ରଛାତ୍ରୀ ମାନଙ୍କୁ ବେଶ ଆମୋଦିତ କରିଥିବା ବେଳେ ଦିନ ତମାମ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଚାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଦେବଗଡ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର,ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗ, ଜିଲା ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିତିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପଣ୍ଡା, ଉପ ଜିଲାପାଳ ପରକ୍ଷୀତ ସାହୁ,ଏସଡିପିଓ ସୌମ୍ୟ ରଞ୍ଜନ ମଲ୍ଲିକ, ଡିଏସପି ଅଜୟ କୁମାର ତିର୍କୀ,ଜିଲା ଜରୁରୀକାଳୀନ ଅଧିକାରୀ ହେମନ୍ତ ସିଂ, ନିଜାରତ ଅଧିକାରୀ ଈଶ୍ୱର ଗୁରୁ, ଭାରପ୍ରାପ୍ତ ଜିøାଲା ସୂଚନବା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର , ତିଲେଇବଣି ବ୍ଲକର ବିଡିଓ ପ୍ରିୟଦର୍ଶୀନୀ ମୀର୍ଦ୍ଧା, ବାରକୋଟ ବ୍ଲକର ବିଡିଓ ସ୍ମୃତି ରଞ୍ଜନ ସାହୁ ଓ ରିଆମାଳ ବ୍ଲକର ବିଡିଓ ଉଗ୍ରସେନ ଓରାମଙ୍କ ସମେତ ଜିଲାର ସମସ୍ତ ଜିଲା ସ୍ତରୀୟ ଅଧିକାରୀ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ସଭା ସ୍ଥଳ , ଏହାର ଆଖପାଖ ଅଂଚଳ ସମେତ ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ବହୁ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା ।

nis-ad
Leave A Reply

Your email address will not be published.