ମାଁ ଗ୍ରାମଦେବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପାତ୍ରପୁର : ପାତ୍ରପୁର ବ୍ଲକ ମନ୍ଦରଡ଼ା ପଂଚାୟତ ଅନ୍ତର୍ଗତ ତିନିଘରିଆ ଗ୍ରାମର ଯୁବଗୋଷ୍ଠୀଙ୍କ ତରଫରୁ ମୋଟ 16 ଗୋଟି ଦଳକୁ ନେଇ ଅନୁଷ୍ଠିତ ହେଉଥିବା ମାଁ ଗ୍ରାମଦେବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଘାଟିତ ହୋଇଯାଇଛି । ଚିକିଟୀ ଯୁବରାଜ ତଥା ମନ୍ତ୍ରୀ ଉଷାଦେବୀଙ୍କ ସୁପୁତ୍ର ଶ୍ରୀରୂପ ଦେଓ ଏହାକୁ ଉଦଘାଟନ କରିଥିଲେ ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ରାଜନେତା ସୁରେନ୍ଦ୍ର ମଣ୍ଡଳ,ମହନ୍ତ ଶ୍ରୀରାମକିଶୋର ଦାସ,ରାମନାଥ ପାଣିଗ୍ରାହୀ,ବିଜୟ ପ୍ରଧାନ,କେଶବ କୁଣ୍ଡ,ରଘୁନନ୍ଦନ ସାହୁ,ଧର୍ମା ରେଡ୍ଡୀ,ଅଂଚଳ ପ୍ରଧାନ ,ଅମୂଲ୍ୟ ପଣ୍ଡା ,ପୂର୍ବତନ ସରପଞ୍ଚ ବସନ୍ତ ପ୍ରଧାନ ପ୍ରମୁଖଙ୍କ ସହ ମନ୍ଦରଡ଼ା ଗ୍ରାମ୍ୟ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ । ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍ଘାଟନୀ ଦିବସରେ ମାଉନ୍ଦପୁର ଓ ସାନଡୁମ୍ବୁଳା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ସାନଡୁମ୍ବୁଳା ଦଳ ପ୍ରଥମେ ଟସ ଜିଣି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ 12 ଓଭର ଖେଳି 9 ଉଇକେଟ ବିନିମୟରେ 134 ରନ କରିଥିବା ବେଳେ ମାଉନ୍ଦପୁର ଦଳ ମାତ୍ର 83 ରନ କରିବାକୁ ସକ୍ଷମ ହୋଇ 51ରନରେ ପରାସ୍ତ ହୋଇଥିଲେ । ସାନଡୁମ୍ବୁଳା ଦଳର ନିଲ।ଞ୍ଚଳ ଗୌଡ଼ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା । ପ୍ରଥମ ଦିନର ଖେଳକୁ ବସନ୍ତ ସେଠୀ ଓ ପିଣ୍ଟୁ ସେଠୀ ପରିଚାଳନା କରିଥିବା ବେଳେ ବସନ୍ତ ପ୍ରଧାନ ଓ କାହ୍ନା ସାହୁ ସ୍କୋରର ଦାୟିତ୍ୱ ତୁଲାଇଥିଲେ ।ଉଦ୍ଘାଟନୀ ସଭାକୁ ସାମ୍ବାଦିକ ରାଜ ଗୋପାଳ ପାଢ଼ୀ ପରିଚାଳନା କରିଥିବା ବେଳେ ବିଜୟ ଗୌଡ଼ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ।

ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ କୁରାମଣି ପ୍ରଧାନ, ରଞ୍ଜନ ଗୌଡ଼,ହରୀକୃଷ୍ଣ ପ୍ରଧାନ,ସରୋଜ ସେଠୀ ଓ ତିନିଘରିଆ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ଫ୍ରିଜ,କୁଲର,ଡିଜିଟାଲ ଘଣ୍ଟା,ପଙ୍ଖା,ସାଇକେଲ, ଏଲଇଡି ଭଳି ବାହାଘର ଯୌତୁକ ଠାରୁ ବି ଅଧିକ ଜିନିଷ ଏହି ଟୁର୍ଣ୍ଣା ମେଣ୍ଟରେ ଖେଳାଳିଙ୍କୁ ପୁରସ୍କାର ଦିଆଯିବ ବା ପାଇଁ ରଖାଯାଇଥିବା ବେଳକୁ ଚମ୍ପିୟାନ ଟିମକୁଟ୍ରଫିସହ ନଗଦ 50 ହଜାର ଓ ରନର୍ସ ଦଳକୁ ଟ୍ରଫି ସହ ନଗଦ 30 ହଜାର ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ଉଭୟ ଚମ୍ପିୟାନ ଏବଂ ରନର୍ସ ଦଳକୁ ମିଳିବାକୁ ଥିବା ନଗଦ ପୁରସ୍କାର ରାଶି ମନ୍ତ୍ରୀ ଉଷାଦେବୀଙ୍କ ତରଫରୁ ପ୍ରଦାନ କରାଯିବ ବୋଲି ଉଦ୍ଘାଟନ ବେଳେ ତାଙ୍କ ସୁପୁତ୍ର ଶ୍ରୀରୂପ ଦେଓ ଉପସ୍ଥିତ ଖେଳାଳିଙ୍କୁ ସୂଚନା ଦେଇଥିଲେ

nis-ad
Leave A Reply

Your email address will not be published.