ସପ୍ତାହ ବ୍ୟାପି ଚାଲିଥିବା ଶ୍ରୀ ରାମ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ…

ମାଲକାନଗିରି (୩।୧) : ମାଲକାନଗିରି ଜିଲ୍ଲା ସଦରରେ ଥିବା ମହେଶ୍ବରୀ କଲୋନୀରେ ମହିଳା ମଣ୍ଡଳ ପକ୍ଷରୁ ଗତ ୨୮ ତାରିଖରୁ ଚାଲିଥିବା ଶ୍ରୀରାମ କଥା ଅମୃତ ପ୍ରବଚନ କାର୍ଯ୍ୟକ୍ରମ ଆଜି ଆଡ଼ମ୍ଭର ସହିତ ଉଦଯାପିତ ହୋଇଯାଇଛି । ମାଲକାନଗିରି ଜିଲା ସଦର ମହକୁମା ମହେଶ୍ବରୀ ସଂଘ ସମ୍ମିଳଣି ପରିସରରେ ସପ୍ତାହେ ବ୍ୟାପି ଏହି ଶ୍ରୀରାମ କଥା ପ୍ରବଚନ ଚାଲିଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରତିଦିନ ହଜାର ହଜାର ସଂଖ୍ୟା ରେ ଭକ୍ତ ମାନେ ପ୍ରବଚନ ଶ୍ରବଣ କରିଥିଲେ । ସୁଦୂର ନାଗପୁରରୁ ଆସିଥିବା ପ୍ରସିଦ୍ଧ ପ୍ରବଚକ ପ୍ରଣୟ ମହାରାଜ ଜୀ ରାମଙ୍କ ମହିମା, ରାମଙ୍କ ଜନ୍ମ, ରାମ ଜାନକୀ ବିବାହ, ଭରତ ରାମେଶ୍ବର ସ୍ଥାପନ, ସୁନ୍ଦରକାଣ୍ଡ,ରାଜତିଲକ ଓ ଶ୍ରୀ ରାମ ଚନ୍ଦ୍ର ଙ୍କ ବିଭିନ୍ନ କର୍ମ ଓ ପ୍ରଜା ଙ୍କ ଭକ୍ତି ସମ୍ପର୍କରେ ପ୍ରବଚନ ଦେଇଥିଲେ । ପ୍ରତି ଦିନ ରାମ ଭକ୍ତ ପୁରୁଷ ଓ ମହିଳା ମାନେ ଶ୍ରୀ ରାମ, ଭାଇ ଲକ୍ଷ୍ମଣ, ମା ସୀତା ଓ ବୀର ହନୁମାନ ବେଶ ରେ ସଜିତ ହୋଇ ମଣ୍ଡପ ପରିକ୍ରମା କଟିଥିଲେ । ଜିଲ୍ଲା ମହେଶ୍ଵରୀ ସଂଘର ସଭାପତି ସୁରେଶ ସୋମାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହେଶ୍ୱରୀ ମହିଳା ମଣ୍ଡଳର ପୁଷ୍ପା ଗାନ୍ଧୀ, ଅଞ୍ଜଳି ଦାରଗଦ, ସୁମନ ସୋମାନି, ପୁଷ୍ପା ସୋମାନି ଙ୍କ ସହିତ ମହେଶ୍ୱରୀ ସଂଘ ଓ ମାରୱାଡି ମଞ୍ଚର ସଦସ୍ୟ ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜି ଶେଷ ଦିନରେ ପ୍ରଶାସଦ ସେବନ, ନାରାୟଣ ସେବା କରାଯାଇଥିଲା।

nis-ad
Leave A Reply

Your email address will not be published.