୫ମ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ କନ୍ଧମାଳର ଶ୍ରେୟାଂସ ସାହୁ ଓ  ଶ୍ରୀ ସ୍ଵାଧ୍ବୀ ମୈତ୍ରୀ ପୁରସ୍କୃତ…

ଫୁଲବାଣୀ : ପୁରୀର ପ୍ରଜ୍ଞାନ ମିଶନ ତରଫରୁ ଫୁଲବାଣୀରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ରେ ଭାଗ ନେଇ କନ୍ଧମାଳର କେନ୍ଦ୍ରୀୟ ବିଦ୍ୟାଳୟରେ ୫ମ ଶ୍ରେଣୀରେ ପଢ଼ୁଥିବା ଶ୍ରେୟାଂସ ସାହୁ ଓ ସ୍ବାମୀ ଚିଦାନନ୍ଦ ବିଦ୍ୟାଳୟ ରେ ପଢ଼ୁଥିବା ଶ୍ରୀ ସ୍ୱାଧ୍ଵି ମୈତ୍ରୀ ରାଜ୍ୟ ସ୍ତରୀୟରେ ମଧ୍ୟ କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି। ଏଇ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ପରେ ତାଙ୍କୁ ମାନ ପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଛି। ଏଥି ସହିତ ଏକ ବର୍ଷ ପର୍ଯ୍ୟନ୍ତ ମାସିକ ବୃତ୍ତି ମଧ୍ୟ ଘୋଷଣା କରାଯାଇଛି। କୃତିତ୍ୱ ଛାତ୍ର ଜଣକ ବାପା ରଞ୍ଜିତ କୁମାର ସାହୁ ଓ ମାତା ହେମଲତା ସାହୁଙ୍କ ପୁଅ। ପୁରୀ ସ୍ଥିତ ବାଲିଘାଇ ଗୁରୁକୁଳ ଆଶ୍ରମ ଠାରେ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଡିସେମ୍ବର ମାସ ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହୋଇଥିଲା। ପୁରୀ ଗଜପତି ମହାରାଜା ଓ ଅନ୍ୟ ଗୁରୁମାନଙ୍କ ଦ୍ଵାରା ସେମାନେ ପୁରସ୍କୃତ ହୋଇଥିବା ବେଳେ ସେମାନଙ୍କ କୃତିତ୍ୱ ପାଇଁ ପରିବାର ବର୍ଗ, ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

nis-ad
Leave A Reply

Your email address will not be published.