ଅନ୍ଧ, ମୂକ ଓ ବଧିର ଛାତ୍ର ଛାତ୍ରୀ ପାଇଁ ସଞ୍ଜୟଙ୍କ ବଦାନ୍ୟତା…


ସୁନ୍ଦରଗଡ – ୦୩/୦୧/୨୪ ସୁନ୍ଦରଗଡ ସହରର ଉପାନ୍ତରେ ଅବସ୍ଥିତ “ସାର୍ଥକ”- ଅନ୍ଧ, ମୂକ ଓ ବଧିର ବିଦ୍ୟାଳୟ। ବିଧିର ବିଡମ୍ବନା ଯୋଗୁଁ ଏହି ବିଦ୍ୟାଳୟର ଶିକ୍ଷାର୍ଥୀଗଣ ଭିନ୍ନକ୍ଷମ। ସମସ୍ତଙ୍କ ପରି ଏମାନଙ୍କ ମନରେ ମଧ୍ୟ ରହିଛି ସେହି ବାଲ୍ୟସୁଲଭତା ଓ ନୈସର୍ଗିକ ସ୍ନେହ। ତାଙ୍କ ଆଶା ଓ ଆକାଂକ୍ଷା ଅସୁମାରୀ। ମାତ୍ର ଅର୍ଥର ଅଭାବ ଯୋଗୁଁ ଅନେକ ପ୍ରତିବନ୍ଧକ ଆସେ ତାଙ୍କ ଶିକ୍ଷଣ ବ୍ୟବସ୍ଥାରେ। ସୀମିତ ସମ୍ବଳ ଭିତରେ ଅନେକ ସମୟରେ ସମ୍ଭବ ହୋଇ ପାରେନି ଶୈକ୍ଷିକ ପରିଭ୍ରମଣ। ମନରେ ପରିଭ୍ରମଣ ଆଶା ଉଙ୍କି ମାରୁଥିଲେ ମଧ୍ୟ ସେମାନେ ନିଜ ଇଚ୍ଛାକୁ ସଙ୍କୁଚିତ କରି ରଖି ଦିଅନ୍ତି। ମାତ୍ର ଆଜି ତାହାର ବ୍ୟତିକ୍ରମ ଘଟାଇଛନ୍ତି ସୁନ୍ଦରଗଡର ବିଶିଷ୍ଟ ବ୍ୟବସାୟୀ, ମାତାରାନୀ ଟ୍ରାନ୍ସପୋର୍ଟ ଓ ମାତାରାନୀ ରିସୋର୍ସେସ ପ୍ରାଇଭେଟ୍ ଲିମିଟେଡ ନିର୍ଦ୍ଦେଶକ ତଥା ଜୟ ଜଗନ୍ନାଥ ଟ୍ରତ୍କର୍ସ୍ ଆସୋସିଏସନ୍ ଅଧ୍ୟକ୍ଷ ସଞ୍ଜୟ ନନ୍ଦ। ଗତ ଅକ୍ଟୋବର ମାସରେ ସୁନାରୀପଡ଼ା ଗଣେଶ ପୂଜା କମିଟିର ପାଞ୍ଚ ଲକ୍ଷ ଟଙ୍କାର ସାହାଯ୍ୟ କୁପନ୍ କିଣି ସହରର

ଶିକ୍ଷାର୍ଥୀମାନଙ୍କୁ ବାଣ୍ଟିବା ଅବସରରେ ଏହି ବିଦ୍ୟାଳୟରେ ପହଞ୍ଚିଥିଲେ ସଞ୍ଜୟ। ଉକ୍ତ ପରିପ୍ରେକ୍ଷୀରେ ଆଲୋଚନା ସମୟରେ ଶିକ୍ଷାର୍ଥୀଙ୍କ ମନକଥା ବୁଝିପାରିଥିଲେ ସଞ୍ଜୟ। ପ୍ରଧାନଶିକ୍ଷୟତ୍ରୀ ତଥା ଅନ୍ୟ ଶିକ୍ଷକଶିକ୍ଷୟତ୍ରୀମାନଙ୍କ ମତାମତ ନେବା ପରେ ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ୍ ସଦସ୍ୟମାନଙ୍କ ସହିତ ପରାମର୍ଶ କରି ଶିକ୍ଷାର୍ଥୀମାନଙ୍କ ଚାରି ଦିନିଆ ପରିଭ୍ରମଣ ପାଇଁ ସାହାଯ୍ୟର ହାତ ବଢ଼ାଇଥିଲେ ସଞ୍ଜୟ। ଏହି ପରିଭ୍ରମଣର ପରିବହନ ଖର୍ଚ୍ଚ ସମ୍ପୂର୍ଣ ଭାବରେ ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ୍ ତରଫରୁ ବହନ କରାଯିବ ବୋଲି ପ୍ରକାଶ କରିଛନ୍ତି ଶ୍ରୀ ନନ୍ଦ। ଶିକ୍ଷାର୍ଥୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ଏହି ଶୈକ୍ଷିକ ପରିଭ୍ରମଣ ଯାତ୍ରାର ଶୁଭକାମନା କରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ସଞ୍ଜୟ। ଏହି ପରିଭ୍ରମଣ ଦେବଗଡ଼ ଦେଇ ଘଟଗାଁ ତାରିଣୀ ଦର୍ଶନ , ଭୁବନେଶ୍ୱର ଭ୍ରମଣ, ପୁରୀ, କୋଣାର୍କ ପରେ ଚିଲିକା ଦର୍ଶନ ସାରି ଆସନ୍ତା ଜାନୁଆରୀ ୭ ତାରିଖରେ ପ୍ରତ୍ୟାବର୍ତ୍ତନ କରିବ। ପ୍ରକାଶ ଯୋଗ୍ୟ ଯେ ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ୍ ଗଠନ ହେବା ଠାରୁ ସୁନ୍ଦରଗଡର ବିଭିନ୍ନ ସାମାଜିକ, ସାଂସ୍କୃତିକ, ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଅନେକ ଅବଦାନ ଦେଇ ଆସୁଛି। ଏହି ସମସ୍ତ କାର୍ଯ୍ୟକ୍ରମ ପାଇଁ ଜନମାନସରେ ସଞ୍ଜୟ ତଥା ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ୍ ପ୍ରତି ଏକ ସ୍ବତନ୍ତ୍ର ଭାବନା ସୃଷ୍ଟି ହୋଇଛି। ଆଜିର ଏହି ବଦାନ୍ୟତା ପାଇଁ ସୁନ୍ଦରଗଡର ଜନସାଧାରଣ ଓ ବୁଦ୍ଧିଜୀବି ମହଲ ସଞ୍ଜୟ ତଥା ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ୍ କୁ ସାଧୁବାଦ୍ ଜଣାଇଛନ୍ତି।ଯାତ୍ରା ଆରମ୍ଭ ସମୟରେ ଶିକ୍ଷାର୍ଥୀଗଣ ସାଙ୍କେତିକ ଭାଷାରେ ସଞ୍ଜୟ ଓ ସଂଘର କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ୍ ଦେଇଥିଲେ। ଏହି ଅବସରରେ ଅଧ୍ୟକ୍ଷ ସଞ୍ଜୟ ନନ୍ଦଙ୍କ ସହିତ ସଂଘର କୋଷାଧ୍ୟକ୍ଷ ଅବଦୁଲ ସାଜିଦ ତଥା ସଦସ୍ୟ ମାନସ ଚାନ୍ଦ, ବିଶ୍ୱରଂଜନ ଦାସ, ନରେଶ ଆଚାର୍ଯ୍ୟ, ଜୋହେବ୍ ଖାନ୍, ଗୁରୁ ନାଏକ, ଜୟନ୍ତ ଧଳ,ସୁରେଶ ରଚ୍ଵାନି , ହେମନ୍ତ ଧର ତଥା ଶୁଭେଚ୍ଛୁ ବିଶ୍ୱରଂଜନ ହୋତା ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.