ଜି.ଏସ.ଟି – ଆଇ.ଟି ବିଭାଗ ଆଶୀର୍ବାଦରେ ବ୍ରହ୍ମପୁର ରେ କୋଟିକୋଟି ଟଙ୍କାର ସୁନା ବ୍ୟବସାୟ….!

ବିନା ସୂଚନା ପତ୍ର ରେ ଚାଲିଛି ବ୍ୟବସାୟ..! ସୁନା ଦୋକାନୀ ପାଟିରେ ବ୍ରହ୍ମl…


ସରକାର ଙ୍କ ଖାଯାନା ଖାଲି ବାବୁ ଓ ବେପାରୀ ମାଲେ ମାଲ….


ବ୍ରହ୍ମପୁର : ୨ -୧-୨୪ ଇଂରାଜୀ ନବବର୍ଷ ବ୍ରହ୍ମପୁର ରେ ଥିବା ଅଧିକାଂଶ ସୁନା ଦୋକାନ ରେ କୁବେର ବାବୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ହେଲା ଗଞ୍ଜାମ ଜିଲ୍ଲାରେ ଆସ୍ଥାନ ଜମେଇ ମୁଠା ମୁଠା ଟଙ୍କାର ମାଲିକ ସାଜିଥିବା ବାବୁ ମାନେ ଆଜି ନିଜ ନିଜର ପରିବାର ସହ ମଉଜ ମଜଲିସ କରିବା ସହ ଗୋପାଳପୁର ଭ୍ରମଣ କରି ବ୍ରହ୍ମପୁର ରେ ଥିବା କେତେକ ସୁନା ଦୋକାନ ରେ ସୁନା କ୍ରୟ କରୁଥିବା ଖବର ମିଳିଛି। ବ୍ରହ୍ମପୁର ରେ ଥିବା ଅଧିକାଂଶ ସୁନା ଦୋକାନ ବିନା ପଞ୍ଜିକୃତ ରେ ଚାଲିଛି। ବହୁ ସୁନା ଦୋକାନୀ ନିଜର ଦୋକାନ ରେ ସୁନା ଦର ଗ୍ରାମ ପ୍ରତି ଆଜି କଣ ଦର ରହିଛି, ତାହା ଲେଖି ସୂଚନା ପତ୍ର ଟଙ୍ଗନ୍ତି ନାହିଁ ଯାହାକି ଅତି ଜରୁରୀ ଗ୍ରାହକ ମାନଙ୍କ ପାଇଁ ସବୁ ଜାଣି ପ୍ରଶାସନ ଅଧିକାରୀ ମାନେ ଚୁପ । ଦୋକାନୀ ଙ୍କ ମୁହଁରୁ ଯାହା ଦର କୁହାଯାଏ କୁବେର ବାବୁ ମାନେ କଳା ଟଙ୍କା ଦେଇ ବିଭିନ୍ନ ଅଳଙ୍କାର ସାଙ୍ଗକୁ ସୁନା ବିସ୍କୁଟ କ୍ରୟ କରନ୍ତି ବୋଲି ଚର୍ଚ୍ଚା ହେଉଛି। କେତେକ ଦୋକାନୀ ସାଧା କାଗଜ ରେ ସୁନାର ମାନ ପରିମାଣ ଦର ଲେଖି କୋଟି କୋଟି ଟଙ୍କା କାରବାର କରି ଜି.ଏସ.ଟି ଫାଙ୍କିବାର ରୀତିମତ ଅଭିଯୋଗ ହେଲେବି ଜି.ଏସ.ଟି କିମ୍ବା ଆଇଟି ବିଭାଗ ପକ୍ଷରୁ ଦୀର୍ଘ ଦିନ ହେଲା ଚଢ଼ାଉ ହୋଇନଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ରେ ବିନା ବିଲ ଓ ଜି.ଏସ.ଟି ରେ ସୁନା ମିଳୁଥୁବା ଯୋଗୁଁ ଛୁଟି ଦିନରେ ବାବୁ ମାନେ ବ୍ରହ୍ମପୁର ମୁହାଁ ହେଉଥିବା ନେଇ ସାଧାରଣ ରେ ଆଲୋଚନା ହେଉଛି।କେତେକ ଦୋକାନୀ କ୍ୟାରେଟ ର ଆଳ ଦେଖାଇ ବିଭିନ୍ନ ଉପାୟରେ ଲୋକଙ୍କୁ ଠାକୁଥିବାର ନଜିର ରହିଛି। ସୁନା କ୍ରୟ କରି ଦରକାର ବେଳେ ବିକ୍ରି କରିବା ସମୟ ରେ ଅଧିକ କ୍ଷତି ଗ୍ରସ୍ତ ହେଉଥିବା ଅଭିଯୋଗ ହୋଇ ଆସୁଛି।
ସାରା ରାଜ୍ୟରେ କେଉଁଠି ନା କେଉଁଠି ଆଇ.ଟି – ଜି.ଏସ.ଟି ଚଢ଼ାଉ ହେଉଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲା ରେ ଦୀର୍ଘ ଦିନ ହେଲା ଉଭୟେ ବିଭାଗ ନିଘୋଡ଼ ନିଦ୍ରାରେ ରହିଛନ୍ତି ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି। ଏହି ଚୋରା ସୁନା କାରବାର ରେ ବ୍ୟବସାୟୀ ଓ ଧରପଗଡ଼ ଦାୟିତ୍ୱ ରେ ଥିବା ବାବୁ ମାନଙ୍କ ମଧ୍ୟରେ ଫିକ୍ସ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଥିବା ଅଣ ପଞ୍ଜିକୃତ ସୁନା ଦୋକାନ ଉପରେ ଚଢ଼ାଉ କଲେ ସରକାର ଙ୍କ ରାଜସ୍ୱ ବଢିବା ସହ କୁବେର ବାବୁ ଓ ବ୍ୟବସାୟୀ ମାନଙ୍କ ମୁଖା ଖୋଲିବ ବୋଲି ବିଭିନ୍ନ ମହଲ ରୁ ଦାବୀ ହେଉଛି। ସୂଚନା ଥାଉକି ଏଥିରେ ସାଧାରଣ ଲୋକ ବହୁତ କ୍ଷତିଗ୍ରସ୍ତ ହୁଅନ୍ତି, ଗୋଟିଏ ଗରିବ କିମ୍ବା ମଧ୍ୟବ୍ରତି ଗ୍ରାହକ ନିଜ ଝିଅ କିମ୍ବା ପୁଅ ର ବାହା ଘର ପାଇଁ ସୁନା ଦୋକାନ କୁ ଯାଇଥିଲା ବେଳେ ପ୍ରକୃତ ସୁନା ଓ ରୂପା ର ଦର ଜଣା ପଡି ନଥାଏ କାରଣ ବ୍ରହ୍ମପୁର ର କୌଣସି ସୁନା ଦୋକାନ ରେ ସୂଚନା ଫଳକ ନାହିଁ ତେଣୁ ସୁନାରି ଯାହା କହିଲା ତାହା ଠିକ ବୋଲି ଗ୍ରାହକ ଭାବି ନିୟନ୍ତି ବ୍ରହ୍ମl ବିଳି ବିଳାଇଲେ ବେଦ ସଦୃଶ୍ୟ ନ୍ୟାୟ କହିଲେ ଚଳେ ଯାହାର ଫାଇଦା ଉଠଉଛନ୍ତି ସୁନାରୀ ଚଢା ଦରରେ ଗ୍ରାହକ ମାନେ ସୁନା ରୂପା କିଣୁଥିବା ଅନୁସନ୍ଧାନ ରୁ ଜଣା ପଡିଛି l ଏପରିକି ଓଜନ ରେ ମଧ୍ୟ ଠକୁଥିବା ଦେଖିବାକୁ ମିଳୁଛି l ମାପ ଓ ଓଜନ ବିଭାଗ ବ୍ରହ୍ମପୁର ରେ ଅଛିକି ନାହିଁ ଏହାବି ସନ୍ଦେହ କାରଣ କେବେ କେଉଁଠି ବି ଏହି ବିଭାଗ ଚଢ଼ାଉ କରିଥିବା ନଜିର ନାହିଁ l କେବଳ ସୁନା ଦୋକାନୀ ମାନେ ଗ୍ରାହକ କୁ ଠକୁ ନାହାନ୍ତି ସରକାର ଙ୍କୁ ମଧ୍ୟ ଦିନରେ ଲଣ୍ଠନ ଦେଖାଇ ଠକୁ ଛନ୍ତି ଉଦାହରଣ ଅନେକ ଦୋକାନୀ ବିଲ କାଗଜ ରେ ହିସାବ କରି ଦିୟନ୍ତି ଅନେକ କ୍ଷେତ୍ର ରେ ଡୁପ୍ଲିକେଟ ବିଲ ବହି ମଧ୍ୟ ବ୍ୟବହାର କରି ଜି ଏସ ଟି ଠକୁଛନ୍ତି l ସୁନା ଓ ରୁପାର ମାନ୍ୟତା ବି ପରୀକ୍ଷା କରାଯାଉ ନାହିଁ ଯାହାଫଳରେ ସୁନା ବେପାରୀ କ୍ୟାରେଡ ର ଦ୍ୱାହି ଦେଇ ଗ୍ରାହକ କୁ ଠକୁ ଛନ୍ତି ତେଣୁ ଯଦି ସରକାର ସୁନା ଦୋକାନ ଉପରେ ଚଢ଼ାଉ କରି ପରୀକ୍ଷା ଓ ନିରୀକ୍ଷା କରନ୍ତି ଅନେକ ଚୋରା ତଥ୍ୟ ପଦାକୁ ଆସିବା ସହିତ ଗ୍ରାହକ ମାନେ ଠକାମୀ ରେ ପଡି ନଥାନ୍ତେ ଏବଂ ସରକାର ଙ୍କ ରାଜସ୍ୱ ବଢ଼ି ବା ସହିତ ଅସାଧୁ ସରକାରୀ ବାବୁ ମାନଙ୍କ ମୁଖା ଖୋଲନ୍ତା ବୋଲି ସାଧାରଣ ରେ ଅଭିଯୋଗ ହେଉଛି…

nis-ad
Leave A Reply

Your email address will not be published.