ଗଳାବାଟ ଦେଇ ତିନି ଖାକି ବରର୍ଦ୍ଧି ର ଆଶୀର୍ବାଦ ରେ ଗଞ୍ଜେଇ-ବିଦେଶୀ ମଦ – କାଠ ଚୋରା ଚାଲାଣ..!

ବ୍ରହ୍ମପୁର : ରାତ୍ର ୩ ଘଣ୍ଟାରୁ ଭୋର ୫ ଟା ରେ ୫୯ ନମ୍ବର ଜାତୀୟ ରାଜପଥ ରେ ଥିବା ଗଳାବାଟ ଦେଇ ଗଞ୍ଜେଇ-ବିଦେଶୀ ମଦ -ଚୋରା କାଠ ଚାଲାଣ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଶୀତଋତୁ ଏବେ ଗଞ୍ଜେଇ-ବିଦେଶୀ ମଦ -ଚୋରା କାଠ ମାଫିଆ ଙ୍କ ପୁଷ ମାସ ପାଲଟିଛି। ୫୯ ଜାତୀୟ ରାଜପଥ ରେ ଥିବା ଗଳାବାଟ ଦେଇ ଦାୟିତ୍ୱ ରେ ଥିବା ତିନି ଖାକି ବରର୍ଦ୍ଧି ର ଆଶୀର୍ବାଦ ରେ ଗଞ୍ଜେଇ-ବିଦେଶୀ ମଦ -ଚୋରା କାଠ ମାଫିଆ ମାନେ ରାତ୍ରରେ ଏହି ବେପାର ସୁରୁଖୁରୁ ରେ କରୁଥିବା ଚର୍ଚ୍ଚା ହେଉଛି। ବନବିଭାଗ-ଅବକାରୀ- ଓ ପୋଲିସର କେତେକ ବଡ଼ ବାବୁଙ୍କ ସହଯୋଗ ରେ ତଳୁଆ କର୍ମଚାରୀ ମାନେ ଏହି ଚୋରା କାରବାର ରେ ସହଯୋଗ କରୁଥିବା ନେଇ ଗଳାବାଟ ନିକଟରେ ଥିବା ବିଭିନ୍ନ ଚା ଖଟିରେ ଚର୍ଚ୍ଚା ହେଉଛି। ୫୯ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ଜଙ୍ଗଲ ରେ ଗଞ୍ଜେଇ ଚାଷ କରିବା ସାଙ୍ଗକୁ ମୂଲ୍ୟବାନ ଗଛକୁ ଅବାଧ ରେ କଟର ସାହାଯ୍ୟରେ କାଟି ତିନି ବିଭାଗ କୁ ହାତ ବାରିଶି କରି ଖୁଲାମ ଖୁଲା ଏହି କାରବାର ଚାଲିଥିବା ଚର୍ଚ୍ଚା ହେଉଛି।

ଏହି କାରବାର ରେ ସମୟ କୁ ତାଳମେଳ ଦେଇ ଅଭିଜ୍ଞ ଡ୍ରାଇଭର ମାନଙ୍କୁ ମୋଟା ଅଙ୍କର ଅର୍ଥର ପ୍ରଲୋଭନ ଦେଖାଇ ବ୍ୟବହାର ମଧ୍ୟ କୁଆଡ଼େ କରାଯାଉଛି ବୋଲି ଚର୍ଚ୍ଚା ହେଉଛି । ନାଲିବତୀ ର ତାଳେ ତାଳେ ଏହି ଚୋରା ବେପାର ଚାଲିଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ରାତ୍ରରେ ଗଞ୍ଜେଇ-ବିଦେଶୀ ମଦ -କାଠ-ଚୋରା ବାଲି ବ୍ୟବସାୟ ଖୁଲାମ ଖୁଲା ଚାଲିଥିବା ନେଇ ଚର୍ଚ୍ଚା ହେଉଛି। ଏହି ତିନି ବିଭାଗର ବାବୁ ମାନେ ମାଫିଆ ମାନଙ୍କ ସହ ହାତକୁ ହାତ ମିଶାଇ ଜଣେ ଜଣେ କୁବେର ହୋଇଥିବା ଓ ବିଳାଶ ପୂର୍ଣ୍ଣ ଜୀବନ ବିତାଉଥିବ ଚର୍ଚ୍ଚା ହେଉଛି। ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇ ରାତ୍ର ସମୟରେ ଚଢ଼ାଉ ହେଲେ ଏହି କଳା କାରବାର ରେ ସମ୍ପୃକ୍ତି ଥିବା ବାବୁ ମାନଙ୍କ ଅସଲ ମୁଖା ଖୋଲିବ ବୋଲି ବୁଦ୍ଧିଜୀବୀ ମୋହଲ ରେ ଆଲୋଚନା ହେଉଛି। ସୂଚନା ଥାଉକି ଏହି ୩ ଖାକୀ ଅଧିକାରୀ ମାନଙ୍କ ଗେଲ୍ହା ପୁଅ ସାଜି ଛନ୍ତି ମାଫିଆ l ବାଲି ମାଫିଆ ମାନଙ୍କୁ ସାବାଡ଼ କରିବାକୁ ରାଜ୍ୟ ସରକାର ଯେଉଁ ଭଳି ପଦକ୍ଷେପ ନେଲେ ସେହି ଭଳି ଯଦି ମଦ ମାଫିଆ ଓ କାଠ ମାଫିଆ ମାନଙ୍କ ପ୍ରତି ଯଦି ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବେ ତେବେ ଅନେକ ଅସାଧୁ ଅଫିସର ମାନଙ୍କ ଅସଲ ମୁଖା ଖୋଲି ଯିବ, ଏଠାରେ ସରକାରୀ ବାବୁ ମାନଙ୍କ କଥା ପ୍ରବଳ କିନ୍ତୁ କାମ ଦୁର୍ବଳ କହିଲେ କିଛିବି ଭୁଲ ହେବ ନାହିଁ l ଗଞ୍ଜାମ ଜିଲ୍ଲାରେ କିଛି ଅଫିସର କୋଳି ଖାଇ ମଞ୍ଜି ପୁତି ଛନ୍ତି ଯିବା ର ନା ଧରୁନାହାନ୍ତି ଦେଇ ଆଣି ଥୋଇ ପାରୁଛନ୍ତି ବୋଲି ଏମାନଙ୍କୁ ବଦଳି ହେଉନି, ମୋଟା ଅଙ୍କର ବକ୍ସିସ ଦେଇ ଚୌକି ମଜଭୁତ କରୁଛନ୍ତି, ଜିଲ୍ଲାର ପ୍ରଶାସନିକ କିଛି ଅଧିକାରୀ ବୋଧେ ଏଠାରେ ହିଁ ଅବସର ନେବେ ବୋଲି ଚର୍ଚ୍ଚା ହେଲାଣି l ଜିଲାରେ ଥିବା ଭିଜିଲାନ୍ସ ବିଭାଗ କୋମାରେ କାରଣ ବାବୁ ମାନେ ଶୀତ ତାପ ନିୟନ୍ତ୍ରଣ କୋଠରୀ ରେ ବାସୀ ଅସାଧୁ ଅଫିସର ମାନଙ୍କ ଠାରୁ ଆସୁଥିବା ଟଙ୍କା ଭାଗ କରିବାରେ ବ୍ୟସ୍ତ ଖାସ କରି ଅବକାରୀ ବିଭାଗ ଏମାନଙ୍କ ଗେଲ୍ହା ପୁଅ l ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କାର ଖେଳ ହୁଏ ସବୁ ଜାଣି ବି ମିଡ଼ିଆ ଚୁପ l କାରଣ କଥାରେ ଅଛି ତୁ ଗୁହାରୀ କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ l ଜମି ମାଫିଆ, ବାଲି ମାଫିଆ, ମଦ ମାଫିଆ, ଓ କାଠ ମାଫିଆ ମାନଙ୍କ ଭୂସ୍ବର୍ଗ ପାଲଟିଛି ଗଞ୍ଜାମ ଜିଲ୍ଲା ତେଣୁ ରାଜ୍ୟ ସରକାର ଓ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗଞ୍ଜାମ ଜିଲ୍ଲା ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି ଏବଂ କୋଳି ଖାଇ ମଞ୍ଜି ପୋତି ଥିବା ବାବୁ ମାନଙ୍କୁ ଯଦି ଏଠାରୁ ବଦଳି କରି ନିଆ ନଯାଏ ତେବେ ଜିଲ୍ଲାର ଅବସ୍ଥା ସାଙ୍ଘାତିକ ହେବା ସହିତ ରାଜ୍ୟର ରାଜସ୍ବ ହାନି ହେବା ସହିତ ବାବୁ ମାନେ ଜଣେ ଜଣେ କୁବେର ପାଲୋଟି ଯିବେ…!!

nis-ad
Leave A Reply

Your email address will not be published.