ନେସନାଲ Taekofest ଚାମ୍ପିଅନ ସିପ୍ ରେ ବ୍ରହ୍ମପୁର ତାଏକୋଣ୍ଡ ଟ୍ରେନିଂ ସ୍କୁଲ ର ସଫଳତା।

ବ୍ରହ୍ମପୁର : ଗତ 27 ରୁ 29 ତାରିଖ ପର୍ଯ୍ୟନ୍ତ କଲିକତା ରେ ହେଇଥିବା ଜାତୀୟ ସ୍ତରୀୟ Taekofest ପ୍ରତିଯୋଗିତାରେ ବ୍ରହ୍ମପୁର ର ଧର୍ମନଗର ରେ ଥିବା ବ୍ରହ୍ମପୁର ତାଏ କଣ୍ଡୋ ଟ୍ରେନିଂ ସ୍କୁଲ ର 12ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ସେଥିରେ ସେମାନେ ସଫଳତା ହାସଲ କରିବା ସହ 4 ଗୋଟି ସ୍ଵର୍ଣ୍ଣ ପଦକ, ରୋପ୍ୟ 6ଗୋଟି ଓ ତାମ୍ର 2 ଗୋଟି ହାସଲ କରିଛନ୍ତି।ଏହି ସଫଳତା ପାଇଥିବା ଖେଳାଳି ମାନେ ତାଙ୍କର କୋଚ ଜନୋଜ କୁମାର ମହାରଣା ଙ୍କ ଅଧୀନରେ ତାଇକନଦୋ ଅଭ୍ୟାସ କରୁଥିଲେ।ଏହି ଜାତୀୟ ପ୍ରତିଯୋଗୀତା ରେ ଓଡ଼ିଶାର 200 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ, ଓ ଏଥିରେ ଓଡ଼ିଶା ଟିମ୍ ୱିନର କପ୍ ହାସଲ କରିଛି।

nis-ad
Leave A Reply

Your email address will not be published.