ଗଞ୍ଜାମ ଜିଲ୍ଲାର ଚୌକି ମୋହ ଛାଡିବାକୁ ବାବୁ ମାନେ ନାରାଜ..! ପିସି ଓ କ୍ଷମତା ଲାଳସା ଗଞ୍ଜାମ ରେ ନିଆରା…!

ଅବସର ପରେ ବି ଥଇ ଥାନ ଆଉ କିଛି ଜିଲ୍ଲାର ମାଗୁଣି ର ଶଗଡ଼…!!


ବ୍ରହ୍ମପୁର: ୨୯-୧୨ ଗଞ୍ଜାମ ଜିଲ୍ଲା କୁ ଅଧିକାଂଶ ବାବୁ ମାନେ ଆସି କୋଳିଖାଇ ମଞ୍ଜି ପୋତିବା ନୀତି ଅଵଲମ୍ବନ କରୁଥିବା ଦେଖିବାକୁ ମିଳୁଛି। ଅଧିକାଂଶ ସରକାରୀ ବାବୁ ମାନେ ଦୀର୍ଘ ବର୍ଷ ହେଲା ଗଞ୍ଜାମ ଜିଲ୍ଲାର ବହୁ ସରକାରୀ କାର୍ଯ୍ୟଳୟ ରେ ଅତି ଆୟାସ ଭାବେ ଜୀବନ ଜାପାନ ରେ ରହି କୋଟି କୋଟି ଟଙ୍କାର ମାଲିକ ହେବା ନିଜ ନିକଟ ଓ ବିଶ୍ବସ୍ତ ଲୋକଙ୍କ ନାମରେ ଜମି ପ୍ଲଟ କ୍ରୟ କରି ରହିବା ବଦଳି ହେଲେ ରାଜନୈତିକ ଚାପ ଓ ତୃତୀୟ ମହଲା ରେ ଲକ୍ଷ ଲକ୍ଷ ଟଙ୍କା ଦେଇ ପୁଣି ସେହି ସ୍ଥାନରେ ଅସ୍ଥାନ ଜମେଇ ରହୁଥିବା ଚର୍ଚ୍ଚା ର ବିଷୟ ହୋଇଛି। ଗଞ୍ଜାମ ଜିଲ୍ଲାରେ ପାଦେ ପାଦେ ରେ ଦୁର୍ନୀତି ଏବେ ଚରମସୀମା ରେ ପାହଞ୍ଚିଥିବା ନେଇ ଗଣମାଧ୍ୟମ ରେ ରୀତିମତ ପ୍ରକାଶ ପାଉଛି।ଗଞ୍ଜାମ ଜିଲ୍ଲାରେ ପ୍ରତେକ କ୍ଷେତ୍ରରେ ରେ ଠିକାଦାର ଠାରୁ ଆରମ୍ଭ କରି ମଦ, ବାଲି, ଜମି, ପ୍ଲଟ,ସୁନା, ରୂପା ଓ ଅନେକ ବ୍ୟବସାୟ ରେ ବିନା ଭାଟରେ ଚୋରା ରେ ଚାଲିଥିବା ଯୋଗୁଁ ଏଠାରେ ଭଲ ଆଦାୟ ଯୋଗୁଁ ବାବୁ ମାନେ ଏଠାରୁ ଯିବାକୁ ଅମଙ୍ଗ ହେଉଥିବା ଚର୍ଚ୍ଚା ହେଉଛି। ଏବେ କିଛିଦିନ ହେଲା ନିର୍ବାଚନ କମିଶନର ଙ୍କ ଏକ ଚିଠା ବିଭିନ୍ନ ସୋସିଆଲ ମିଡ଼ିଆ ରେ ଘୁରି ବୁଲିବା ଯୋଗୁଁ କୋଳିଖାଇ ମଞ୍ଜି ପୋତିଥିବା ବାବୁ ମାନଙ୍କ ମଧ୍ୟରେ ଛନକା ପଶିଥିବା ଦେଖିବାକୁ ମିଳୁଛି। ବାବୁ ମାନେ ପୁଣି ଏଠାରେ ରହିବା ପାଇଁ ରାଜନୈତିକ ନେତା ମାନଙ୍କ ଶରଣ ରେ ଦଲାଲ ମାନଙ୍କ ସହଯୋଗ ଆଶ୍ରୟ ନେଇ ଚେଷ୍ଟା କରୁଥିବା ଚର୍ଚ୍ଚା ହେଲାଣି। କିଛି ପୋଲିସ ଅଫିସର ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଅବସର ନେବା ଯାଏ ଉପର ମହଲା ରୁ ଆଶ୍ରିବାଦ ପାଇଛନ୍ତି ବୋଧେ, ପୋଲିସ ବିଭାଗ ରୁ ଆସିଥିବା ଚିଠା ରେ ଉଲ୍ଲେଖ ଥିଲା ୩ ବର୍ଷ ରୁ ଉର୍ଦ୍ଧ କୌଣସି ଅଫିସର ଜିଲ୍ଲାରେ ରହିପାରିବିନି କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କିଛି ଅଫିସର ୮ ରୁ ୧0 ହେଲାଣି ନିଜ ଚୌକି ଛାଡିବାକୁ ରାଜି ନାହାନ୍ତି ସୂଚନା ଥାଉକି ଗତ ବଦଳି ଆଦେଶ ରେ ଉକ୍ତ ବାବୁ ମାନଙ୍କ ନାଁ ନାହିଁ ଏବଂ ଯେଉଁ ମାନଙ୍କ ବଦଳି ଚିଠା ବାହାରିଲା କିଛି ସଚୋଟ ଓ ଦକ୍ଷତା ଥିବା ଅଫିସର ଙ୍କୁ କାଳ ବିଳମ୍ବ ନକରି ରିଲିଫ କରିଦିଆଗଲା କିନ୍ତୁ ଆଉ କିଛି ଅଫିସର ଙ୍କୁ ପୁଣି ଥଇଥାନ ପାଇଁ ବ୍ୟବସ୍ଥା ଚାଲିଛି ବୋଲି ଚର୍ଚ୍ଚା ହେଉଛି l ବାବୁ ମାନଙ୍କ ସମ୍ପତି କୁ ଯଦି ଇଡି କିମ୍ବା ଭିଜିଲାନ୍ସ ବିଭାଗ ଦ୍ଵାରା ତଦନ୍ତ ପରିସର ଭୁକ୍ତ କରାଯାଏ ତେବେ ଆଖିରେ ପରଳ ପଡ଼ିଯିବ l ଜିଲ୍ଲାରେ କିଛି କର୍ମଚାରୀ ଅବସର ନେଲେଣି କିନ୍ତୁ କିଛି ଅଫିସର ନିଜ ସୁଭିଧା ପାଇଁ ସେମାନଙ୍କୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ସୂଚନା ମୁତାବକ ବ୍ରହ୍ମପୁର ବି ଏମ ସି ରେ କାର୍ଯ୍ୟ ରତ ଷ୍ଟେନୋ ଅବସର ପରେ ବି ନିଜ ଚୌକି ଛାଡିବାକୁ ନାରାଜ ସେ ବ୍ରହ୍ମପୁର ବି ଏମ ସି ର ହର୍ତ୍ତା କର୍ତ୍ତା ଦଇବ ବିଧାତା ବୋଲି ଶୁଣିବାକୁ ମିଳୁଛି l କମିଶନର ଙ୍କୁ ଅଭିଯୋଗ କଲେ ସେ କୁଆଡେ କହୁଛନ୍ତି ସେ ବ୍ରହ୍ମପୁର ରେ ଥିବା ଯାଏ ଚୌକି ସମ୍ଭାଳିବେ ଏଠାରୁ ଜାଣି ହେଉଛି ବାବୁଙ୍କ ସ୍ୱାର୍ଥ କଣ..? ସମସ୍ତ ପିସି କାରବାର ଓ ଦୁର୍ନୀତି ଏହି ବ୍ୟକ୍ତି ଙ୍କ ଜରିଆରେ ଚାଲିଛି ବୋଲି ବିଏମସି କିଛି କର୍ମଚାରୀ କହିଲେଣି ସେମିତି ଦେଖିବାକୁ ଗଲେ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ଷ୍ଟେନୋ ଦୀର୍ଘ ଦିନ ହେଲା ଅବସର ନେଲେଣି କିନ୍ତୁ ଉପଜିଲ୍ଲାପାଳ ତାଙ୍କୁ ମଧ୍ୟ ବିରାମ ଦେଉ ନାହାନ୍ତି ଶୁଣିବାକୁ ମିଳୁ ଥିଲା ଉକ୍ତ ଷ୍ଟେନୋ ଜଣେ ଅତି ସଚ୍ଚୋଟ ବ୍ୟକ୍ତି ତାଙ୍କ ଚାକିରୀ ଜୀବନ ରେ ତାଙ୍କ ଶରୀର ରେ କଳା ଛିଟା ପଡିନି କିନ୍ତୁ ଅବସର ପରେ ବି ଉପଜିଲ୍ଲାପାଳ ଙ୍କ ଅଫିସ ନ ଛାଡ଼ିବା ସନ୍ଦେହ ବଳୟ ମଧ୍ୟକୁ ଆସି ଯାଉଛି l କିଛି ଅଫିସର ଓ କର୍ମଚାରୀ ଙ୍କୁ ଜିଲ୍ଲା ଭିତରେ ହିଁ ଥଇଥାନ କରାଯାଉଥିବା ନଜିର ରହିଛି କାରଣ ଏମାନେ କୁଆଡେ ନେଇ ଆଣି ଥୋଇ ପାରୁଛନ୍ତି ତେଣୁ ଏମାନେ ସରକାର ଓ ଅଫିସର ଙ୍କ କୁଆଡେ ଗେଲ୍ହା ପୁଅ l ସୂଚନା ଥାଉକି ଗଞ୍ଜାମ ଜିଲ୍ଲାରେ ଥିବା ସରକାରୀ ଅଫିସର ଓ କର୍ମଚାରୀ ମାନଙ୍କ ସମ୍ପତି ଯଦି ଆକଳନ କରାଯିବ ତେବେ ୨ ରୁ ୩ ମାସ ଦେଶ ଚଳିବ ବୋଲି ଜିଲ୍ଲାର ବୁଦ୍ଧିଜୀବି ଓ ସାଧାରଣ ରେ କୁହା କୁହି ହେବା ଦେଖା ଯାଉଛି l ଦେଖାଯାଉ ନିର୍ବାଚନ କମିଶନଙ୍କ ଆଦେଶ କୁ କେତେ ସଫଳ ମିଳୁଛି ତାହା ସମୟ ହିଁ କହିବ l ଗଞ୍ଜାମ ଜିଲ୍ଲା କୁ ଦୁର୍ନୀତି ମୁକ୍ତ କରିବାକୁ ହେଲେ ଦକ୍ଷ ପ୍ରଶାସନିକ ଅଧିକାରୀ ଙ୍କୁ ନିଯୁକ୍ତି ଦେଇ ଏଠାରେ ଥିବା ଦୁର୍ନୀତି ଗ୍ରସ୍ତ ଅଫିସର ଓ କର୍ମଚାରୀ କୁ ତୁରନ୍ତ ହଟା ଗଲେ ଚାଲିଥିବା ଦୁର୍ନୀତି ର ମୂଳ ପୋଛ ହେବ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.