ସର୍ଚ୍ଚ ଅପରେସନରେ ବିପୁଳ ମାଓ ସାମଗ୍ରୀ ଜବତ କଲେ ବିଏସଏଫ…

ମାଲକାନଗିରି, ୨୮।୧୨ ମାଲକାନଗିରି ଜିଲ୍ଲାରେ ମାଓ ଦମନ ପାଇଁ ନିୟୋଜିତ ଥିବା ବିଏସଏଫ ପକ୍ଷରୁ ସର୍ଚ ଅପରେସନ ବେଳେ ଆଜି ଏକ ବଡ ସଫଳତା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବେଜଙ୍ଗିୱାଡା ରିଜର୍ଭ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଗତିବିଧି ଉପରେ ସୂଚନା ପାଇ ଜିଲ୍ଲାରେ ନିୟୋଜିତ ଥିବା ୧୪୨ ବାଟାଲିଆନର ବିଏସଏଫର ଯବାନ ମାନେ ସର୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆଲୁର୍କୋଟା ଗାଁ ନିକଟରେ ମାଓବାଦୀ ମାନେ ମାଟି ତଳେ ଡମ୍ପରେ ଲୁଚାଇ ରଖିଥିବା ଅନେକ ଅସ୍ତ୍ରଶସ୍ତ୍ର ଓ ମାଓବାଦୀ ସାମଗ୍ରୀକୁ ଯବାନ ମାନେ ଜବତ କରିଥିଲେ । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ବିପୁଳ ପରିମାଣର ଗ୍ରେନେଡ୍, ଡିଟୋନେଟର, କର୍ଡଟେକ୍ସ ତାର, ଜେଲାଟିନ୍, ଦେଶୀ ବନ୍ଧୁକ, ଫ୍ୟୁଜ୍, ବ୍ୟାଟେରୀ, ୱେଲ୍ଦିଙ୍ଗ ମେସିନ, ବୋମା ତିଆରି ସାମଗ୍ରୀ ଏବଂ ଅନ୍ୟାନ୍ୟ ମାଓବାଦୀ ସାମଗ୍ରୀ ରହିଛି । ତେବେ ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ସର୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.