ପୁଣି ବାଲି ମାଫିଆ ସକ୍ରିୟ : ରାତ୍ର ସମୟରେ ଆନ୍ଧ୍ର କୁ ବାଲି ଚାଲାଣ…!

ପ୍ରଶାସନ ନିରବ ଦ୍ରଷ୍ଟା…

ବ୍ରହ୍ମପୁର : ଗଞ୍ଜାମ ଚୋରା ବାଲି ସମ୍ରାଟ ଗିରଫ ପରେ କିଛି ଦିନର ନୀରବତା ପରେ ପୁଣି ବାଲି ମାଫିଆ ସକ୍ରିୟ ହୋଇଥିବା ଜଣାପଡିଛି। ଆସିକା, ଶେରଗଡ଼ ଓ ହିଞ୍ଜିଳି ଅଞ୍ଚଳ ରୁ ରାତ୍ର ସମୟ ରେ ଟ୍ରକ ଓ ହାଇୱା ରେ ଗଳାବାଟ ଆନ୍ଧ୍ରକୁ ଚାଲାଣ ଓ ବ୍ରହ୍ମପୁର ର କେତେକ ସ୍ଥାନରେ ଚୋରା ବାଲି କୁ ମହଜୁଦ କରି ରଖି ଚଢ଼ା ଦରରେ ବିକ୍ରି କରାଯାଉଥିବା ଅଭିଯୋଗହେଉଛି।ଚୋରା ବାଲିମାଫିଆ ମାନଙ୍କୁ ରାତ୍ର ପେଟ୍ରୋଲିଙ୍ଗ ପୋଲିସ ଦଳ ଓ ରାଜସ୍ବ ବିଭାଗ ର କର୍ମଚାରୀଙ୍କ ଆଶୀର୍ବାଦ ରେ ଏହି କାରବାର ଚାଲୁଥିବା ଚର୍ଚ୍ଚା ହେଉଛି। ସନ୍ଧ୍ୟା ନଇଁଲେ ଆସିକା ମା କରେଞ୍ଜେଇ ମନ୍ଦିର ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଇନ୍ଧନ ପକେଇବା ବାହାନା ରେ ୩୦ରୁ ଉର୍ଦ୍ଧ ଟ୍ରକ ହାଇୱା ମେଳି ବାନ୍ଧି ଆସିକା ର ବିଭିନ୍ନ ଅଞ୍ଚଳ ରୁ ଚୋରା ରେ ବାଲି ଚାଲାଣ କରୁଥିବା ଘଟଣା ଜିଲ୍ଲାର ଦାୟିତ୍ୱ ରେ ଥିବା ବାବୁ ଜାଣି ଚୁପଚାପ ରହୁଥିବା ନେଇ ଚର୍ଚ୍ଚା ହେଉଛି। ଧର୍ମକୁ ଆଖିଠାର ଭଳି କାଁଭାଁ ବ୍ରହ୍ମପୁର ଜିଲ୍ଲା ପୋଲିସ କେତେକଚୋରା ବାଲି ଟ୍ରକ ଧରପଗଡ଼ କରୁଥିବାର ନଜିର ରହିଛି। ଚୋରା ବାଲି ସମ୍ରାଟ ଜେଲରେ ଥିଲେ ମଧ୍ୟ ତାର ସହଯୋଗୀ ମାନେ ଏହି ଚୋରା ବାଲି କାରବାର ରେ ସମ୍ପୃକ୍ତ ଥିବା ଓ କିଛି ରାଜନେତା ଏଥିରୁ ମୋଟା ସିଂହ ଭାଗ ପାଉଥୁବା ଯୋଗୁଁ ସମ୍ରାଟ ର ତଦନ୍ତ ରେ ଏବେ ଢିଲା ଦେଖା ଦେଇଛି ବୋଲି ଚର୍ଚ୍ଚା ଜୋର ଧରିଲାଣି।ମାଇନ୍ସ ବିଭାଗ ବାବୁ ମାନେ ଗଞ୍ଜାମ ଜିଲ୍ଲାରେ କେତେ ଜଣ ଙ୍କୁ ପଞ୍ଜିକରଣ କରିଛନ୍ତି, ଏକ ଉଚ୍ଚସ୍ତରୀୟ ତଦନ୍ତ କରିଲେ ସବୁ ଘଟଣା ର ପର୍ଦ୍ଧାଫାଶ ହେବ ବୋଲି ସାଧାରଣ ରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.