ସାମ୍ବାଦିକଙ୍କ ମାତୃ ବିୟୋଗ

ଫୁଲବାଣୀ : ଫୁଲବାଣୀ ସହରର ଜଣାଶୁଣା ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ମାତା ପ୍ରମିଳା ରାଣୀ ତ୍ରିପାଠୀଙ୍କ ୭୦ ବର୍ଷ ବୟସରେ ରବିବାର ଦିନ ରାତ୍ର ୨ଟା ୨୭ରେ ଫୁଲବାଣୀ ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ତାରେ ଦେହାନ୍ତ ହୋଇଯାଇଛି l ତାଙ୍କର ମୃତ୍ଯ ବେଳକୁ ତାଙ୍କ ପାଖରେ ବଡ଼ ପୁଅ ଆଦିତ୍ୟ,ବୋହୂ ପ୍ରତିଭା , ଦୁଇ ନାତୁଣୀ ପାୟଲ, ରୟାଲ, ସାନପୁଅ ଆଲୋକ ଉପସ୍ଥିତ ଥିଲେ l ତାଙ୍କର ଶବ ସଂସ୍କାର ପୁରୀ ସ୍ଵର୍ଗଦ୍ଵାରରେ କରାଯାଇ ଥିଲା l ସେ ଜଣେ ଶାନ୍ତ, ଶିଷ୍ଠ, ସରଳ, ଧାର୍ମିକ ପରୋପକାରୀ ମହିଳା ଥିଲେ l ଦୁଃଖୀ ରଙ୍କିଙ୍କୁ ମନ ଜାଣି ସହଯୋଗ କରୁଥିଲେ l ତାଙ୍କରି ମୃତ୍ୟୁ ରେ ସମଗ୍ର୍ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ଏ ନେଇ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଆଇନଜିବୀ ଓ ସାମ୍ବାଦିକ ମହଲରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି l

nis-ad
Leave A Reply

Your email address will not be published.