ବିଜୁ ଜନତାଦଳର ୨୭ତମ ପ୍ରତିଷ୍ଠା ଦିବସ ସମାରୋହ

ଦେବଗଡ,୨୬ା୧୨:‘ଯେଉଁ ସଙ୍କଳ୍ପ ନେଇ ବିଜୁ ଜନତା ଦଳ ଗଠିତ ହୋଇଥିଲା ତାହା ଆଜି କାର୍ଯ୍ୟରେ ରୂପାନ୍ତରିତ ହୋଇଥିବା ଓଡିଶା ବାସୀ ଅନୁଭବ କରୁଛନ୍ତି । ବିଜେଡି ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ କରି ଗରିବ, ଖଟିଖିଆ, ଦିନ ମଜୁରିଆଙ୍କ ପାଖରେ ପହଂଚି ପାରିଛି’ । ଆଜି ବିଜୁ ଜନତା ଦଳର ସଭାପତି ଇଂ ଚି ରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଆୟୋଜିତ ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସ ସମାରୋହରେ ମଂଚାସୀନ ଅତିଥି ଓ କର୍ମକର୍ତା ମାନେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସମ୍ପାଦକ ରୋମାଂଚ ରଞ୍ଜନ ବିଶ୍ୱାଳ, ଦେବଗଡ ଜିଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ,ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପାଞ୍ଜିଆ ଭୋଇ, ଜିଲା ପରିଷଦ ସଦସ୍ୟ ରାଜେଶ ମହାନାୟକ , ସମରେନ୍ଦ୍ର କୁମାର ଜିତ,ସଦସ୍ୟା ପୁଷ୍ପାଞ୍ଜଳୀ ସାମଲ,ଗୀତାଞ୍ଜଳି ପାଣି ଓ ବାସନ୍ତୀ ବେହେରା,ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର,ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଇଂ. ସୁଜିତ କୁମାର ପ୍ରଧାନ,ଦେବଗଡ ପୌର ପରିଷଦର କାଉନଶିଲର ପ୍ରମିଳା ବେହେରା, ସଞ୍ଜୁକ୍ତା ଆଚାର୍ଯ୍ୟ, ବାସନ୍ତୀ ମଣି ମାଝୀ ଓ ଜତିନ କୁମାର ନାୟକ, ଜିଲା ମହିଳା ବିଜେଡି ସଭାନେତ୍ରୀ ଅରୁଣି ପ୍ରଧାନ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ସୁଷମା ବେହେରା,ଦେବଗଡ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷା ଅନିତା ପାତ୍ର, ଅର୍ଚ୍ଚନା ପ୍ରଧାନ, ପାର୍ବତୀ ସାହୁ, ଶକୁନ୍ତଳା ପ୍ରଧାନ, ସୁଜାତା ପ୍ରଧାନ, ବାରକୋଟ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ବେହେରା, ଏସ୍‌ଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ପଶ୍ଚିମ ଓଡିଶା ବିକାଶ ପରିଷଦର ପୂର୍ବତନ ସଦସ୍ୟ ଭୁପେନ୍ଦ୍ର ପ୍ରସାଦ ନାୟକ, ତିଲେଇବଣି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଭୁତି ଗଙ୍ଗଦେବ, ତିଲେଇବଣି ବ୍ଲକ ବିଜେଡି ସଭାପତି ବାବୁଲାଲ ପୃଷେଠ, ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଲାଲ ସାହୁ , ଦେବଗଡ ନଗର ବିଜେଡି ସଭାପତି ସଭାପତି ଶୁକଦେବ ଭଞ୍ଜ, ଜିଲା ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ, ଛାତ୍ର ବିଜେଡି ସଭାପତି ଭବାନୀ ଶଙ୍କର ସାହୁ, ବରିଷ୍ଠ ବିଜେଡି ନେତା ସତ୍ୟ ନାରାୟଣ ପାଣି , କାମାକ୍ଷା ଗଙ୍ଗଦେବ, ବିକାଶ କୁମାର ପ୍ରଧାନ, ରଞ୍ଜନ କୁମାର ସାହୁ, ସମୀର ରଞ୍ଜନ ପ୍ରଧାନ, ଆଲୋକ କୁମାର ଅମାନ୍ତ ଓ ଶଙ୍କର୍ଷଣ ମହାପାତ୍ରଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ମଂଚାସୀନ ରହି ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଂଜଳି ଅର୍ପଣ କରିବା ସହ ଦେବଗଡ ଜିଲା ଗଠନରେ ବିଜୁ ବାବୁଙ୍କ ଭୁମୀକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କୁ ଦେଶର ସର୍ବକାଳୀନ ଅଦ୍ୱିତୀୟ ନେତା ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମଂଚାସୀନ ବିଜେଡି ନେତା ମାନେ ଦଳିୟ କର୍ମୀ ଓ ନେତା ମାନେ ମିଳିତ ଏକତ୍ରିତ ହୋଇ କାମ କଲେ ଦେବଗଡ ଜିଲା ଶଙ୍ଖମୟ ହୋଇପଡିବ ଓ ଆଗାମୀ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ପୂର୍ବାହ୍ନରେ ପ୍ରଧାନପାଟ ସ୍ଥିତ ଶିଶୁ ଉଦ୍ୟାନ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯିବା ପରେ ଦଳୀୟ ନେତା ଓ କର୍ମୀ ମାନେ ଏକ ବିଶାଳ ଗଣଦୌଡରେ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ପହଂଚିଥିଲେ । ଏହି ଅବସରରେ ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଦଳ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ୨୧ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ ।

nis-ad
Leave A Reply

Your email address will not be published.