ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ

ପାତ୍ରପୁର : ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ଗୋବିନ୍ଦ ରାଜପୁର ଗଣେଶ ମନ୍ଦିର ପରିସରରେ ଚିକିଟୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଧାୟିକା ତଥା ରାଜ୍ୟ ସରକାର ଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଯୋଗଦେଇ ଜଗନ୍ନାଥ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଚିକିଟୀ ଏନ ଏ ସି ଅଧ୍ୟାକ୍ଷା ଦୀପା କୁମାରୀ ସାହୁ, ବରିଷ୍ଠ ବିଜେଡି ନେତା ସଚ୍ଚିଦାନନ୍ଦ ରାଜଗୁରୁ, ଉଦୟ ପ୍ରଧାନ, ବିଜୟ ପ୍ରଧାନ , ଚିକିଟୀ ବ୍ଲକ ଅଧକ୍ଷ ଆପନ୍ନା ସେଠୀ ,ଚିକିଟୀ ବ୍ଲକ ବିଜେଡି ସଭାପତି ହେରମ୍ଭ ରେଡି, ବ୍ଲକ ଉପାଧ୍ୟାକ୍ଷା ବି ରେଣୁକାମା,ଏନ ଏ ସି ବିଜେଡି ସଭାପତି ପ୍ରଶାନ୍ତ କୁମାର ସାହୁ, ଜରଡ଼ା ଜନ ଜିଲ୍ଲା ପରିଷଦ ଯଶୋଦା ଶବର, ପିଙ୍କି ବଡମୁଣ୍ଡି, ଡି ସଂଜୀବ ରାଓ, ବି କ୍ରିଷ୍ଣାମୃତ୍ତି ପ୍ରମୁଖ ଉପସ୍ଥିତ ରହି ନବୀନ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କ ରେ ବକ୍ତବ୍ୟ ରଖିବା ସହ ପୁଣିଥରେ ଆଗାମୀ ନିର୍ବାଚନରେ ସମସ୍ତେ ମିଶି ମୁଖ୍ୟମନ୍ତ୍ରୀ ଙ୍କ ହାତ ମୁଠାକୁ ଟାଣ କରିବା ବୋଲି କହିଥିଲେ। ଏହି ଅବସରରେ ପାତ୍ରପୁର ବ୍ଲକ ବାମକୋଇ ଗ୍ରାମର ପ୍ରଶାନ୍ତ ଚୌରସିଆ ବିଜେଡି ରେ ମିଶିଥିଲେ। ପାତ୍ରପୁର ବ୍ଲକ ବିଜେଡି ସଭାପତି ରାମନାଥ ପାଣିଗ୍ରାହୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଧନ୍ୟବାଦ ଅର୍ପଣ କରିବା ସହ ସଭାସାଙ୍ଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ଚିକିଟୀ ଓ ପାତ୍ରପୁର ବ୍ଲକର ହଜାର ହଜାର ଦଳୀୟ କର୍ମୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

nis-ad
Leave A Reply

Your email address will not be published.