ରାଜନଗର ବ୍ଲକ୍ ବିଜୁ ଜନତାଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳନ

ରାଜନଗର : ରାଜନଗର ବ୍ଲକ୍ ମହିଁଷାସୁର ପଞ୍ଚାୟତ ପଡିଆଠାରେ ନିର୍ବାଚନମଣ୍ଡଳୀସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଜନଗର ବ୍ଲକ୍ ବିଜୁ ଜନତା ଦଳ ସଭାପତି ନିରଞ୍ଜନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବିଧାୟକ ଧ୍ରୁବ ସାହୁ ଯୋଗଦେଇ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଏବଂ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସର୍ବପ୍ରଥମେ ଶପଥ ପାଠ କାର୍ଯ୍ୟକ୍ରମ ହୋଇଥିଲା , ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ କୁମାର ସାହୁ, ରାଜନଗର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଗୁଡିଆ, ପଟ୍ଟାମୁଣ୍ଡାଇ ବ୍ଲକ୍ ସଭାପତି କିଶୋର କୁମାର ସାହୁ, ପଟ୍ଟାମୁଣ୍ଡାଇ ନଗର ସଭାପତି ଖଗେଶ୍ୱର ଲେଙ୍କା, ରାଜନଗର ମହିଳା ସଭାନେତ୍ରୀ ରଶ୍ମିରଞ୍ଜିତା ସ୍ବାଇଁ, ପଟ୍ଟାମୁଣ୍ଡାଇ ନଗର ମହିଳା ସଭାନେତ୍ରୀ ଲାସ୍ୟମୟୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, ରଞ୍ଜନ କୁମାର ବିଶ୍ବାଳ, କେନ୍ଦ୍ରାପଡା ଜିଲ୍ଲା ବିଜେଡି ଉପସଭାପତି ସୁବାଷ ଦାସ, ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବାରିକ, ରାଜନଗର ବ୍ଲକ୍ ଆତ୍ମା କମିଟି ଅଧ୍ୟକ୍ଷ ଗୋବର୍ଦ୍ଧନ ପ୍ରଧାନ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଅରୁଣ କୁମାର ସାହୁ,ନିର୍ବାଚନ ମଣ୍ଡଳୀ ସୋସିଆଲ ମିଡ଼ିଆ ସଂଯୋଜକ ବିଜୟ କୁମାର ନାୟକ, ରାଜନଗର ବ୍ଲକ୍ ଯୁବ ସଭାପତି ଆର୍ତ୍ତବନ୍ଧୁ ମହାନ୍ତି, ପଟ୍ଟାମୁଣ୍ଡାଇ ଯୁବ ସଭାପତି କୈଳାସ ସିଂ,ରାଜନଗର ବ୍ଲକ୍ ମିଡ଼ିଆ ସଂଯୋଜକ ବିଜ୍ଞାନ ରଞ୍ଜନ ଜେନା, ବରିଷ୍ଠ ନେତା ସୁଦର୍ଶନ ଦାସ, କଳାକାର ପ୍ରଧାନ, ଧର୍ନୁଜୟ ସ୍ବାଇଁ, ସର୍ବେଶ୍ବର ମହାନ୍ତି, ସନ୍ତୋଷ ଦାସ, ସୁବାଷ ଖଟୁଆ, ତ୍ରିଲୋଚନ ସାହୁ, ଚିତ୍ତରଞ୍ଜନ ଦାସ, ରମେଶ ବିଶ୍ବାଳ, ସରପଞ୍ଚ ଅଶୋକ କୁମାର ମହାନ୍ତି, ସୁଶ୍ରୀସଂଗିତା ମିଶ୍ର, ଗୋଲେଖ ସ୍ବାଇଁ, ଚିତ୍ତରଞ୍ଜନ ପଣ୍ଡା, ଇତିଶ୍ରୀ ମହାପାତ୍ର, ଶୈଳେନ୍ଦ୍ର ମିଶ୍ର, ନନ୍ଦଦୁଲାଲ ପରିଡ଼ା,ଅନିଲ ଲେଙ୍କା, ସମିତି ସଭ୍ୟ ପ୍ରଶାନ୍ତ କୁମାର ରାଉତ, ସୁମିତ୍ରା ସେଠି, ଶଶ୍ମୀତା ସ୍ବାଇଁ, ସଂଜୟ କୁମାର ସ୍ବାଇଁ, ମନୋରଞ୍ଜନ ମଣ୍ଡଳ,ନଳିନୀପ୍ରଭା ରାଉତ, ରବିନ ମଳିକ, ଉତ୍ତମା ସେଠି, ଶ୍ରୀଚରଣ ଦାସ,ମାନସ ମଳିକ, ସମବାୟ ସମିତି ସଭାପତି ଶ୍ରୀକାନ୍ତ କୁମାର ପ୍ରଧାନ, ବାବାଜୀ ପ୍ରଧାନ, ନରେଶ ବେହେରା, ଦଧିବାମନ ଭୂୟାଁ, ଶୁଭ୍ରକାନ୍ତ ଭ୍ରମରବର ରାୟ, ବଂଶୀଧର ବରାଳ, ଅରୁଣ କୁମାର ପାତ୍ର,ପ୍ରାକ୍ତନ ସରପଞ୍ଚ ସୁବାଷ ଖଟୁଆ, ଜୁମର କୁମାର ସ୍ବାଇଁ, ସପନ କୁମାର ପରିଡା, ମୁକ୍ତି କୁମାର ପାତ୍ର, ଯୁବନେତା ପ୍ରମୋଦ କୁମାର ପ୍ରଧାନ, ବସନ୍ତ କୁମାର ବେହେରା, ରାକେଶ ନାୟକ, ସରୋଜକାନ୍ତ ରାଉତ, ସାଗର ପରିଡା, ସିଦ୍ଧେଶ୍ବର ଚମ୍ପତିରାୟ, ରଶ୍ମିରଞ୍ଜନ ସାହାଣୀ,ଅଶୋକ କୁମାର ଧଳ, ପ୍ରଦୀପ ବେହେରା, ସଂଜୟ କୁମାର ଜେନା, ପୃଥିରାଜ ପାତ୍ର, ଗଙ୍ଗାଧର ଦାସ,ରବିନ୍ଦ୍ର ସିଂ, ସୁବାଷ ଜେନା, ବସନ୍ତ ରାଉତ, ନାରୀନେତ୍ରୀ ପ୍ରତିମା ମହାନ୍ତି, ସୂଜାତା ନାୟକ, ଛାତ୍ରନେତା ମନୋଜ କୁମାର ମଲ୍ଲିକ, ସମୀର କୁମାର ଜେନା, ଶୁଶାନ୍ତ ବେହେରା, ଜୟରାମ ସ୍ବାଇଁ, ଅଂଶୁମାନ ପରିଡ଼ା, ନିରଞ୍ଜନ ରାଉତ, ବାଦଲ ଦାସ ପ୍ରମୁଖଙ୍କ ସହିତ ସମସ୍ତ ଗ୍ରାମ ପଞ୍ଚାୟତର କର୍ମୀମାନେ ଯୋଗ ଦେଇଥିଲେ |

ସୂଚନା ଥାଉକି ସକାଳ ୧୦ଘଟିକା ସମୟରେ ବିଧାୟକ ଶ୍ରୀ ସାହୁ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ ଏହାସହ ତ୍ରିନାଥ ବଜାର ସ୍ଥିତ ପାର୍କରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ତତ୍ପରେ ତ୍ରିନାଥ ବଜାର ଛକଠାରୁ ମହିଁଷାସୁର ପଞ୍ଚାୟତ ପଡିଆ ପର୍ଯ୍ୟନ୍ତ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ଆସିଥିଲେ , ଏହି ଅବସରରେ ମହିଁଷାସୁର ଗ୍ରାମ ପଞ୍ଚାୟତ, କୋଇଲିପୁର ଗ୍ରାମ ପଞ୍ଚାୟତ ଓ ଖମାରସାହି ଗ୍ରାମ ପଞ୍ଚାୟତର ବିଭିନ୍ନ ଦଳର କର୍ମୀ ମାନେ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ ବିଧାୟକ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ !

nis-ad
Leave A Reply

Your email address will not be published.